ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ
ପୁଣି ଯୌତୁକ ପାଇଁ ବଧୁହତ୍ୟା ଅଭିଯୋଗ । ଖୋର୍ଦ୍ଧା ନାଚୁଣୀ ଥାନା ବଉଳବନ୍ଧ ଗାଁର ଏ ଅଭାବନୀୟ ଘଟଣା । ମୃତକ ହେଲେ ଟାଙ୍ଗୀ ପାରିଓରଡ଼ର ଜ୍ୟୋତ୍ସା ସାହୁ । ୫ ବର୍ଷ ତଳେ ସେ ବଉଳବନ୍ଧର ହରି ସାହୁଙ୍କୁ ବିବାହ କରିଥିଲେ । ମୃତକଙ୍କ ଏକ ୪ ବର୍ଷର ଝିଅ ଓ ବର୍ଷକର ପୁଅ ଅଛି । ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଜ୍ୟୋତ୍ସାଙ୍କୁ ଶାଶୁଘର ଲୋକେ ବାଧ୍ୟ କରୁଥିଲେ । ତେବେ ହଠାତ ସୋମବାର ଦିନ ଜ୍ୟୋତ୍ସାଙ୍କ ମୃତ୍ୟୁ ହୋଇଥିବା ଶାଶୁଘର ଲୋକ ଖବର ଦେଇଥିଲେ ।
ତେବେ ଜ୍ୟୋତ୍ସାଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ନାଚୁଣୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ସେପଟେ ସ୍ୱାମୀ ହରି ସାହୁ ଫେରାର ଥିବା ଜଣା ପଡିଛି

