ରାଜ୍ୟ

ଚଳିତବର୍ଷ ଶ୍ରୀମନ୍ଦିର ପ୍ରଶାସନ ୫ଟି ପଞ୍ଜିକାକୁ ଅନୁମୋଦନ

ଚଳିତ ୨୦୨୬-୨୭ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୫ଟି ପଞ୍ଜିକାକୁ ଅନୁମୋଦନ ଦେଇଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା, ପୂଜାପଣ୍ଡା ନିଯୋଗ ସମେତ ସେବାୟତ ପ୍ରତିନିଧି ଓ ପଞ୍ଜିକା ପ୍ରକାଶନ ସଂସ୍ଥାଙ୍କ ସହ ପାଣ୍ଡୁଲିପି ଅନୁସାରେ ନିର୍ବିବାଦୀୟ ଦିନାଙ୍କ ନେଇ ସବିଶେଷ ଆଲୋଚନା କରାଯାଇଛି । ଅନୁମୋଦିତ ପାଞ୍ଜିକା ବ୍ୟତୀତ ଅନ୍ୟ ପଞ୍ଜିକା ତ୍ରୁଟିଯୁକ୍ତ ପାଞ୍ଜି ପ୍ରସ୍ତୁତ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

୨୦୨୬-୨୭ ବର୍ଷ ପାଇଁ ୫ ପଞ୍ଜିକାକୁ ଅନୁମୋଦନ । ତ୍ରୁଟିଶୂନ୍ଯ ଓ ସଠିକ ଆକଳନ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତି । ରାଧାରମଣ, କୋହିନୁର, ଜି ଏନ ତ୍ରିପାଠୀ, ଅରୁଣଦ୍ବୟ ଓ ଭାଗ୍ୟଜ୍ୟୋତି ପ୍ରକାଶନକୁ ଅନୁମୋଦନ । ଅନ୍ୟକେହି ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକଙ୍କ ଅଧ୍ୟକ୍ଷତାରେ ପଞ୍ଜିକା ସମୀକରଣ ବୈଠକରେ ୫ଟି ପାଣ୍ଡୁଲିପି ଦାଖଲ କରିଥିବା ପ୍ରକାଶନ ସଂସ୍ଥାକୁ ବିଧିବଦ୍ଧ ଅନୁମୋଦନ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି ପଞ୍ଜିକା କିଭଳି ନିର୍ଭୁଲ ହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି । ପଞ୍ଜିକା ଅନୁସାରେ ୧୪ ସେପ୍ଟେମ୍ବରରେ ପାଳନ ହେବ ଗଣେଶ ଚତୁର୍ଥୀ । ସେହିପରି ଶ୍ରୀମନ୍ଦିରରେ ଦେବ ଦୀପାବଳି ଓ ସାଗର ବିଜେ ନୀତି ଡିସେମ୍ବର ୮, ୯ ଓ ୧୦ ତାରିଖ ଦିନ ଅନୁଷ୍ଠିତ ହେବ । ରାଧାରମଣ, କୋହିନୁର, ଜି ଏନ ତ୍ରିପାଠୀ, ଅରୁଣଦ୍ବୟ ଓ ଭାଗ୍ୟଜ୍ୟୋତି ପ୍ରକାଶନକୁ ଅନୁମୋଦନ ମିଳିଥିବାବେଳେ ଶ୍ରୀମନ୍ଦିର ସ୍ୱୀକୃତି ପ୍ରାପ୍ତ ପ୍ରକାଶନ ବ୍ୟତୀତ ଯେଉଁ ପ୍ରକାଶନ ମାନେ ଭୁଲ କରନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ଦେଇଛନ୍ତି ।

ନିର୍ଭୁଲ ପଞ୍ଜିକା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବାରମ୍ବାର ପଞ୍ଜିକା ସମନ୍ୱୟ ସମୀକରଣ । ବୈଠକରେ ପଞ୍ଜିକାର, ପୂଜାପଣ୍ଡା ନିଯୋଗ, ସେବାୟତ ପ୍ରତିନିଧି, ମୁକ୍ତିମଣ୍ଡପ ପଣ୍ଡିତ ସଭା କାର୍ଯ୍ୟକର୍ତ୍ତା, ଛତିଶା ନିଯୋଗ ମହାନାୟକ ଉପସ୍ଥିତ ରହି ପଞ୍ଜିକା ତ୍ରୁଟି ସୁଧାରିବା ଏବଂ ପର୍ବପର୍ବାଣି ବିଭ୍ରାଟ ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ବିଭିନ୍ନ ପାଞ୍ଜି ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

17 − sixteen =