ଆଜି ଭାଲେଣ୍ଟାଇନ୍ ଓ୍ଵିକ୍ର ୬ଷ୍ଠ ଦିନ ହଗ୍ ଡେ’
ଭାଲେଣ୍ଟାଇନ୍ ଓ୍ଵିକ୍ର ୬ଷ୍ଠ ଦିନରେ ହଗ୍ ଡେ’ ପାଳନ କରାଯାଏ । ଆଜି ପ୍ରେମୀଯୁଗଳ ହଗ୍ ଡେ’ ସେଲିବ୍ରେଟ କରିବେ । ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି । ଭାଲେଣ୍ଟାଇନ୍ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍ ଖାସ୍ ହୋଇଥାଏ । ଏହି ଦିନ ନିଜର କିଛି ଖାସ୍ ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଭଲପାଇବା ଏବଂ ବିଶ୍ୱାସ ଆହୁରି ଗଭୀର ହୋଇଥାଏ । ତେବେ ଜାଣନ୍ତୁ ଆପଣ ନିଜ ପାର୍ଟନରଙ୍କୁ ହଗ୍ ଡେ’ ରେ କିପରି ଓ୍ଵିଶ୍ କରିବେ ।
ଯେତେବେଳେ ଦୁଇ ଲୋକ ପରସସ୍ପରଙ୍କୁ ଆଲିଙ୍ଗନ କରିଥାନ୍ତି, ସେହି ସମୟରେ ତାଙ୍କ ଶରୀରରୁ ଅନେକ ହର୍ମୋନ ବାହାରିଥାଏ । ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ । ଏହିକାରଣରୁ ଆପଣ ଯାହାଙ୍କୁ ଅଧିକ ଭଲପାଉଛନ୍ତି ଏହି ସ୍ପେଶାଲ ଡେ’ ହଗ୍ କରିବା ପାଇଁ ବିଲକୁଲ୍ ଭୁଲନ୍ତୁ ନାହିଁ ।

