ରାଜ୍ୟ

ଆଜି ଭାଲେଣ୍ଟାଇନ୍ସ ଡେ’

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମୀଯୁଗଳଙ୍କ ଅପେକ୍ଷାର ପ୍ରେମ ଦିବସ। ପ୍ରେମ ଦେଖେନି ଜାତିଧର୍ମ। ପ୍ରେମ ମାନେନି ଆକଟ। ପ୍ରେମ ବିଶ୍ବାସ, ପ୍ରେମ ବନ୍ଧନ, ପ୍ରେମ ହୃଦୟର ଅଦେଖା ବସା। ପ୍ରେମର ପହିଲି ଛୁଆଁରେ ଆମୋଦିତ ହୋଇଯାଏ ଏମାନିଆ ମନ। ଭାଲେଣ୍ଟାଇନ୍‌ ଡେ’କୁ ପ୍ରେମ ଦିବସ କୁହାଯାଏ। ସେଥିପାଇଁ ଫେବୃଆରୀ ୧୪ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଏ। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର।

ପ୍ରେମ ବିନା ଜୀବନ ଅଧୁରା ଲାଗେ। ଖାସ ସେଇଥିପାଇଁ ଏହି ଦିନଟିକୁ ଚାହିଁ ରହିଥାନ୍ତି ପ୍ରେମ ପକ୍ଷ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର। ପ୍ରେମର ସ୍ରୋତରେ ଯିଏ ପଡିଛି ପ୍ରୀତିର ପ୍ରଗାଢତାରେ ସେ ଭିଜି ଯାଇଛି। ପ୍ରେମ ସପ୍ତାହର ଶେଷ ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ଭାରି ଇଚ୍ଛା। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ। ଏଥି ସହିତ, ଭାଲେଣ୍ଟାଇନ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ।।

Share

Leave a Reply

Your email address will not be published. Required fields are marked *

16 − nine =