ରାଜ୍ୟ

ଆଗକୁ ଆହୁରି ବଢ଼ିବ ତାତି

ଦିନରେ ଜଳାଉଛି, ରାତିରେ ଢାଳୁଛି । ଡହଡହ ଖରାକୁ ଝାଞ୍ଜି ମାଡ଼ । ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଲା ପାରଦ। ଗତକାଲି ସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ୪୧.୬ ଡିଗ୍ରୀ ଛୁଇଁଥିଲା ପାରଦ । ଟିଟିଲାଗଡ଼ରେ ୪୦.୫, ହୀରାକୁଦରେ ୪୦.୪, ବଲାଙ୍ଗିରରେ ୪୦.୩ ,କଟକରେ ୩୮.୪ ଓ ଭୁବନେଶ୍ବରରେ ପାରଦ ୩୮.୭ ଡିଗ୍ରୀରେ ପହଞ୍ଚିଛି । ତାପମାତ୍ରା ସ୍ବାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ରହିଥିଲା । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍ ପ୍ରକୋପ । କାଳବୈଶାଖୀର ପ୍ରଭାବରେ ଆସନ୍ତା ୨ ଦିନରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ଦିନ ତାପମାତ୍ରା । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Share

Leave a Reply

Your email address will not be published. Required fields are marked *

10 − six =