କ୍ରୀଡା

ଜରିମାନା ଦେବେ ଅଭିଷେକ

ସନରାଇଜର୍ସ ହାଇଦ୍ରାବାଦ କୋଲକାତା ବିପକ୍ଷ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରିଛି । ହେଲେ ଅଡୁଆରେ ପଡିଛନ୍ତି ଷ୍ଟାର ବ୍ୟାଚର ଅଭିଷେକ ଶର୍ମା । ବିସିସିଆଇ ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ଅଭିଷେକ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫିରୁ ଜରିମାନା କରାଯାଇଛି । ମ୍ୟାଚ୍ ଫିରୁ ୨୫ ପ୍ରତିଶତ କାଟିବା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି ।

ଗୁରୁବାର ଇଡେନ ଗାର୍ଡେନରେ ଖେଳାଯାଇଥିବା କୋଲକତା ଏବଂ ହାଇଦ୍ରାବାଦ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ ୬୫ ରନରେ ଜିତିଛି । କୋଲକାତାର ଲଗାତାର ଦ୍ୱିତୀୟ ପରାଜୟ ହୋଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୨୨୬ ରନ କରିଥିଲା । ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ପ୍ରାରମ୍ଭିକ ଯୋଡ଼ି ଏହି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ଖେଳାଳି ୫.୪ ଓଭରରେ ୮୨ ରନ କରିଥିଲେ । ଅଭିଷେକ ଶର୍ମା ୨୧ଟି ବଲରୁ ୪ ଚୌକା ଓ ୪ଛକା ବଳରେ ୪୮ ରନ୍ କରିଥିଲେ ।

ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଅଭିଷେକଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଅପମାନଜନକ କିମ୍ବା ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥିଲେ ଅଭିଷେକ । ସେ ଧାରା ୨.୩ ଅନୁଯାୟୀ ଲେବଲ ୧ ଅପରାଧ ସ୍ୱୀକାର କରିଛନ୍ତି ଏବଂ ମ୍ୟାଚ୍ ରେଫରୀଙ୍କ ଦଣ୍ଡ ଗ୍ରହଣ କରିଛନ୍ତି । ବିସିସିଆଇ ତାଙ୍କୁ ଆଚରଣ ସଂହିତା ଉଲ୍ଲଂଘନ କରିଥିବାକୁ ଦୋଷୀ ସାବ୍ୟସ୍ତ କରିଛି । ଏହା ପୂର୍ବରୁ ଗୁଜରାଟ ବିପକ୍ଷରେ ସ୍ଲୋ ଓଭର ବୋଲିଂ ପାଇଁ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

18 − 7 =