ଜାତୀୟ

୫ଟଙ୍କା ବଢିଲା ରିଫାଇନ ଓ ପାମୋଲିନ ତେଲର ଦର

ଗ୍ୟାସ ପରେ ମହଙ୍ଗା ତେଲ । ହାଣ୍ଡିଶାଳକୁ ମହଙ୍ଗା ମାଡ଼ । ୫ଟଙ୍କା ବଢିଲା ରିଫାଇନ ଓ ପାମୋଲିନ ତେଲର ଦର । ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହୁଛି । ହେଲେ ଓଡ଼ିଶାରେ ପ୍ରାୟ ୨୦ଦିନ ପାଇଁ ତେଲ ଷ୍ଟକ ରହିଥିବା ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି । ଦେଶଗୁଡ଼ିକରେ ଯୁଦ୍ଧ ଚାଲୁଥିବା ଯୋଗୁଁ ତେଲ ଦର ବୃଦ୍ଧି ପାଉଛି । ଏବେ ରାଜ୍ୟରେ ତେଲ ଷ୍ଟକ ରହଛି । ରିଫାଇନ ତେଲକୁ ଛାଡ଼ିଲେ ରାଜ୍ୟରେ ଅନ୍ୟ ତେଲ ତଥା ସୋରିଷ, ବାଦାମ , ତେଲ ପ୍ରଚୁର ରହିଛି ।  ଏହାର ଦାମ ମଧ୍ୟ ବଢିନାହିଁ ।  ତେଣୁ କେହି ବ୍ୟସ୍ତ ହୁଅନ୍ତୁ ନାହିଁ । ରାଜ୍ୟରେ ତେଲ କଳାବଜାରୀ ଯେପରି ନହେବ ସେଥିପ୍ରତି ସରକାର ଧ୍ୟାନ ଦେବାକୁ ଦାବି ହୋଇଛି ।

Share

Leave a Reply

Your email address will not be published. Required fields are marked *

20 + twelve =