ଜାତୀୟ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆଜି ଉପସ୍ଥାପନ ହେବ କେନ୍ଦ୍ର ବଜେଟ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଦୀର୍ଘ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାରରେ ବଜେଟ ଉପସ୍ଥାପନ ହେଉଛି ।  ତେଣୁ ଆଜି ସେୟାର ବଜାର ଖୋଲା ରହିବ ।  ଶେଷ ଥର ୧୯୯୯ ଫେବୃଆରୀ ୨୮ ରବିବାରରେ ସାଧାରଣ ବଜେଟ ଉପସ୍ଥାପନ ହୋଇଥିଲା ।  ଅଟଳ ବିହାରୀ ବାଜପେୟୀ ନେତୃତ୍ବାଧୀନ ଏନଡିଏ ସରକାରରେ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍ନା ।  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର କ୍ରମାଗତ ଭାବ ୯ମ ଥର ବଜେଟ ଉପସ୍ଥାପନ କରିବେ ।

ଯାହା ଭାରତୀୟ ଇତିହାସରେ ଏକ ନୂଆ ରେକର୍ଡ। କେନ୍ଦ୍ର ବଜେଟରୁ ସାଧାରଣ ଲୋକେ ଆୟକର ରିହାତି ଉପରେ ନଜର ରଖିଛନ୍ତି। ଏହା ସହ ଷ୍ଟାଣ୍ଡାର୍ଡ ଡିଡକସନ ସୀମା ୭୫ହଜାରରୁ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶା ରଖିଛି। ଯୁବପିଢିଙ୍କ ପାଇଁ ରୋଜଗାର ଏବଂ ଦକ୍ଷତା ବିକାଶ ଉପରେ ବଜେଟରେ ମିଳିପାରେ ଗୁରୁତ୍ୱ। ସେହିପରେ ରେଳବାଇ, ପ୍ରତିରକ୍ଷା ଏବଂ ସବୁଜ ଶକ୍ତି ଭଳି ଭିତ୍ତିଭୂମି କ୍ଷେତ୍ର ପାଇଁ ବଡ଼ ଘୋଷଣା ହୋଇପାରେ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ବଜେଟରେ ଏକ ସ୍ୱତନ୍ତ୍ର ରୋଡମ୍ୟାପ ରହିବା ସମ୍ଭାବାନ ରହିଛି। ସେହିପରି ବଜାର ଦର ନିୟନ୍ତ୍ରଣ ଓ ସୁନା, ରୁପା ଦର କମିପାରେ ବୋଲି ଆଶା ରଖିଛନ୍ତି ସାଧାରଣ ଲୋକେ।
Share

Leave a Reply

Your email address will not be published. Required fields are marked *

4 × one =