ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ
ମୁମ୍ବାଇ () ଅଭିନେତ୍ରୀ କିଶୋରୀ ବଲାଲଙ୍କ ପରଲୋକ ହୋଇଯାଇଛି। ଗତକାଲି ରାତିରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧୯୬୦ ମସିହାରୁ ସେ କନ୍ନଡ଼ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। କିଶୋରୀ ବଲାଲଙ୍କୁ ବାର୍ଦ୍ଧକ୍ୟଜନିତ ଅନେକ ରୋଗଗ୍ରାସ କରିଥିଲା। ତାଙ୍କ ପରଲୋକରେ ବଲିଉଡ୍ର ଅନ୍ୟତମ ପ୍ରସିଦ୍ଧ ନିର୍ମାତା ଓ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଦୁଃଖ ପ୍ରକାଶ କରିଛନ୍ତି।

