Business

ଅର୍ବାନ୍ କମ୍ପାନି ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୧୯୦୦ କୋଟି ଟଙ୍କା ଉଠାଣ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ହୋମ୍ ଓ ବିଉଟି ବର୍ଗରେ ପ୍ରଯୁକ୍ତି ଆଧାରିତ କମ୍ପାନି ଭାବେ ପରିଚାଳିତ ହେଉଥିବା ଅର୍ବାନ୍ କମ୍ପାନି ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୧୯୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି।
ଏହି ଅଫରରେ ୪୨୯ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍ ଜରିଆରେ ୧୪୭୧ କୋଟି ଟଙ୍କାର ଇକ୍ୱିଟି ସେୟର ବିକ୍ରି କରାଯିବ।
କମ୍ପାନିର ପ୍ରତିଷ୍ଠାତାମାନେ ହେଉଛନ୍ତି ଏହାର ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିରାଜ ସିଂହ ଭଲ, କାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ ପ୍ରଯୁକ୍ତି ଓ ଉତ୍ପାଦ ମୁଖ୍ୟ ରାଘବ ଚନ୍ଦ୍ରା ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ମୁଖ୍ୟ ପରିଚାଳନା ଅଧିକାରୀ ବରୁଣ ଖୈତାନ୍‌।
କମ୍ପାନିର ନିବେଶକମାନଙ୍କ ମଧ୍ୟରେ ରହିଛନ୍ତି ଆସେଲ୍ ଇଣ୍ଡିଆ ୪ (ମରିସସ୍‌) ଲିମିଟେଡ୍‌, ଏଲିଭେସନ୍ କ୍ୟାପିଟାଲ୍ ୫ ଲିମିଟେଡ୍‌, ଭିୱାଇସି ୧୧ ଲିମିଟେଡ୍‌, ବେସେମର ଇଣ୍ଡିଆ କ୍ୟାପିଟାଲ୍ ହୋଲ୍‌ଡିଂସ୍ ୨ ଲିମିଟେଡ୍‌, ନାସ୍‌ପର୍ସ ଭେଂଚର୍ସ ବି ଭି, ଇଂଟରନେଟ୍ ଫଣ୍ଡ୍ ୫ ପିଟିଇ ଲିମିଟେଡ୍‌, ଥିଙ୍କ ଇନଭେଷ୍ଟମେଂଟ୍ ପିସିସି, ଆରୋହି ସିଡ୍ ଏସ୍‌ପିସି-ଆରୋହି ସିଡ୍ ଏସ୍‌ପି-୧, ୱେଲିଂଟନ୍ ହେଡ୍‌ଲି ହାର୍ବର ଏଆଇଭି ମାଷ୍ଟର ଇନଭେଷ୍ଟର୍ସ (କେମ୍ୟାନ୍‌) ୩ ଲିମିଟେଡ୍‌, ଏବିସି କ୍ୟାପିଟାଲ୍ ଓ ଡିଏଫ୍ ଇଂଟରନ୍ୟାସନାଲ୍ ପାର୍ଟନର୍ସ।
ରେଡ୍‌ସିୟର ରିପୋର୍ଟ ଅନୁସାରେ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଶେଷ ୯ ମାସରେ ଅର୍ବାନ କମ୍ପାନି ହେଉଛି ଭାରତର ଅଗ୍ରଣୀ ଅନଲାଇନ୍ ଫୁଲ୍‌-ଷ୍ଟାକ୍ ହୋମ୍ ଓ ବିଉଟି ସେବା ପ୍ଲାଟ୍‌ଫର୍ମ।
ଭାରତ, ୟୁନାଇଟେଡ୍ ଆରବ ଏମିରେଟ୍‌ସ୍‌, ସିଙ୍ଗାପୁର ଓ ସାଉଦି ଆରବର ୫୯ଟି ସହରରେ କମ୍ପାନି ପରିଚାଳିତ ହେଉଥିବା ବେଳେ ସେଥିରୁ ୪୮ଟି ସହର ହେଉଛି ଭାରତର। ଘରର ସଫେଇ, ପେଷ୍ଟ କଂଟ୍ରୋଲ୍‌, ଇଲେକ୍ଟ୍ରିସିଆନ୍‌, ପାଇପ୍ କାମ୍‌, ଆପ୍ଲାଏନ୍‌ସେସ୍ ସେବା, ମରାମତି, କଳାକୃତି, ସ୍କିନ୍‌କେୟାର, ହେୟାର ଗ୍ରୁମିଂ ଓ ସମାଜ ଥେରାପି ଭଳି ସେବା ପାଇଁ ଗ୍ରାହକମାନେ ଅନଲାଇନ୍ ବରାଦ ଦେଇପାରୁଛନ୍ତି। ଗ୍ରାହକଙ୍କ ସୁବିଧା ଅନୁସାରେ ତାଲିମପ୍ରାପ୍ତ ଓ ସ୍ୱାଧୀନ ସେବା ପ୍ରଫେସନାଲମାନଙ୍କ ଜରିଆରେ ଏହି ସେବା ପ୍ରଦାନ କରାଯାଉଛି। ଅର୍ବାନ କମ୍ପାନି ଏହାର ସମାଧାନକୁ ୱାଟର ପ୍ୟୁରିଫାୟର ଓ ନେଟିଭ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟୋନିକ୍ସ ଡୋର୍ ଲକ୍ ଶୁଭାରମ୍ଭ ସହ ସମ୍ପ୍ରସାରଣ କରିଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେ୍‌ଡରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

fifteen + seventeen =