Business

ବଲାଙ୍ଗିର ଜିଲ୍ଲାର ମହିମୁଣ୍ଡା ଗ୍ରାମରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଥମ ‘ଉଲା ମଡେଲ-ରୁପଟପ୍ ସୋଲାର ପ୍ୟାନେଲ୍’ ସ୍ଥାପନ

ବଲାଙ୍ଗିର, ୧୮ ଅକ୍ଟୋବର ୨୦୨୫: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ଉଲା ମଡେଲ୍ ଅଧିନରେ ପ୍ରଥମ ଏକ କିଲୋୱାଟ୍ ରୁପଟପ୍ ସୋଲାର ପ୍ୟାନେଲ୍ ସ୍ଥାପନ କରାଯାଇଅଛି । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ଶାନ୍ତିଲତା ମେସୁଆ ହୋଇଛନ୍ତି ଏହି ‘ଉଲା ମଡେଲ’ର ପ୍ରଥମ ସୋଲାର୍ ଉପଭୋକ୍ତା । ତାଙ୍କ ଘରର ଛାତ ଉପରେ ମାତ୍ର ୮ ହଜାର ୭୪୭ ଟଙ୍କା ବ୍ୟୟରେ ଏହି ସୌର ପ୍ୟାନେଲ ସ୍ଥାପନ କରାଯାଇଅଛି ।

ଯାହାକୁ ଆଜି (ତା. ୧୮.୧୦.୨୦୨୫ ରିଖ) ଦିନ ବଲାଙ୍ଗିର ଜିଲ୍ଲପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ବିଧିବଦ୍ଧ ଭାବେ ଫିତା କାଟି ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା, ଅନ୍ୟାନ୍ୟ ଅତିଥି ଭାବରେ ପୁଇଁନ୍ତଳା ବ୍ଲକର ବିଡିଓ ଶ୍ରୀ ଅମରେନ୍ଦ୍ର ସ୍ୱାଇଁ ଏବଂ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଉଲ୍ଲେଖନୀୟ ସଫଳତା ବିଷୟରେ ପ୍ରକାଶ କରି ଟିପିଡବ୍ଲୁଓଡିଏଲର ସିଇଓ କହିଛନ୍ତି ଯେ, “ପଶ୍ଚିମ ଓଡିଶାରେ ‘ଉଲା ଯୋଜନା’ ଅଧିନରେ ରୁପଟପ୍ ସୋଲାର ସ୍ଥାପନ ଆମ ପାଇଁ ଏକ ଖୁସିର ବିଷୟ । ନିଜ ଘରର ଛାତ ଉପରେ ଏହିପରି ସୋଲାର୍ ପ୍ୟାନେଲ ସ୍ଥାପନ କରି ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲରୁ ମୁକ୍ତି ପାଆନ୍ତୁ । ଅଧିକରୁ ଅଧିକ ଲୋକେ ଏହି ଯୋଜନାର ଲାଭ ଉଠାନ୍ତୁ ଏବଂ ସବୁଜ ଶକ୍ତି ମାଧ୍ୟମରେ ପରିବେଶ ପ୍ରଦୂଷଣ ରୋକିବାରେ ସାହାଯ୍ୟ କରନ୍ତୁ ।“

ସେହିପରି ବଲାଙ୍ଗିର ଜିଲ୍ଲାପାଳ କହିଛନ୍ତି ଯେ, ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ବଲାଙ୍ଗିର ଜିଲ୍ଲାରେ ଏହିପରି ଅଧିକରୁ ଅଧିକ ସୋଲାର ପ୍ୟାନେଲ ସ୍ଥାପନ କରାଯିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଥିବାରୁ ଜିଲ୍ଲାପାଳ ଶ୍ରୀ ଇସଲୱାର ଟାଟା ପାୱାରକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ପ୍ରକଶାଥାଉ କି, କେବଳ ଏକ କିଲୋୱାଟ୍ ବିଦ୍ୟୁତ୍ ସଂଯୋଗ ଚୁକ୍ତି କରିଥିବା ପଶ୍ଚିମ ଓଡ଼ିଶାର ଜଣେ ବିଦ୍ୟୁତ୍ ଗ୍ରାହକ ଏହି ‘ଉଲା ମେଡଲ’ ଯୋଜନା ଅଧିନରେ ମାତ୍ର ୫୦୦୦ ଟଙ୍କା ଏବଂ ସୋଲାର ମିଟର୍ ବାବଦକୁ ୩ ହାଜର ୭୪୭ ଟଙ୍କା ସର୍ବମୋଟ୍ ୮ ହଜାର ୭୪୭ ଟଙ୍କା ବିନିମୟରେ ନିଜ ଘର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କରିପାରିବେ । ଗ୍ରାହକମାନେ ଏହି ଯୋଜନା ଅଧିନରେ ସୋଲର ପ୍ୟାନେଲ ସ୍ଥାପନ କରିବା ପାଇଁ ବିଦ୍ୟୁତ୍ ବିତରକ କମ୍ପାନୀକୁ ଏକ ସ୍ୱାକ୍ଷରିତ ସମ୍ମତି ପତ୍ର ପ୍ରଦାନ କରିବେ, ଯାହା ଫଳରେ ବିଦ୍ୟୁତ୍ ବିତରକ କମ୍ପାନୀ ସମ୍ପୂର୍ଣ୍ଣ ଯନ୍ତ୍ରପାତି ପ୍ରଥମେ ଗ୍ରାହକଙ୍କ ଛାତ ଉପରେ ସ୍ଥାପନ କରି ଭାରତର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୫୫ ହଜାର ଟଙ୍କା (ଭାରତ ସରକାରଙ୍କ ରିହାତି ୩୦ ହାଜର ଏବଂ ରାଜ୍ୟ ସରକାରଙ୍କ ରିହାତି ୨୫ ହଜାର) ଗ୍ରାହକଙ୍କ ତରଫରୁ ପ୍ରାପ୍ତ କରିବେ । ଏହି ସୋଲର ସିଷ୍ଟମ୍ ଲଗାଇ ଗ୍ରାହକ ହାରହାରି ମାସକୁ ୧୦୦ ୟୁନିଟ୍ ବିଜୁଳି ଉତ୍ପାଦନ କରିବା ସହ ବର୍ଷରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲରୁ ବଞ୍ଚାଇ ପାରିବେ ।

ପ୍ରକାଶଥାଉ କି, ଏହି ଯୋଜନା ଦେଶରେ ପ୍ରଚଳିତ ପିଏମ୍ ସୂର୍ଯ୍ୟଘର ମୁପ୍ତ ବିଜୁଳି ଯୋଜନାର ଏକ ଅଂଶ । ଏହା କେବଳ ଏକ କିଲୋୱାଟ୍ ଚୁକ୍ତି କରିଥିବା ବିଦ୍ୟୁତ୍ ଘରୋଇ ଗ୍ରାହକଙ୍କ ପାଇଁ ଏକ କିଲୋୱାଟ୍ ସୋଲାର ସିଷ୍ଟମ ପାଇଁ ପ୍ରଯୁଜ୍ୟ ଅଟେ ।

Share

Leave a Reply

Your email address will not be published. Required fields are marked *

eight + 13 =