Business

ଟିପିସିଓଡିଏଲ୍‌ର ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍‌’: ଭୁବନେଶ୍ୱରର ୯୦ ଜଣ ଉପଭୋକ୍ତା ପାଇଲେ ଆକର୍ଷଣୀୟ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌), ପକ୍ଷରୁ ଭୁବନେଶ୍ୱରରେ ‘ବିଲ୍ ପେ ଆଣ୍ଡ୍ ୱିନ୍ ସ୍କିମ୍‌’ର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ସର୍କଲ-୧ ର ୯୦ ଜଣ ଉପଭୋକ୍ତାଙ୍କୁ ସମ୍ମାନିତ କରାଯାଇଛି।
ଭୁବନେଶ୍ୱରର ବିସିଡିଡି – ୧ , ବିସିଡିଡି – ୨ ଏବଂ ବିଇଡି ଡିଭିଜନରୁ ଚୟନ ହୋଇଥିବା ଏହି ବିଜେତାମାନଙ୍କୁ ଏକ ଲକି ଡ୍ର’ ମାଧ୍ୟମରେ ବଛାଯାଇଥିଲା। ପୁରସ୍କାର ସ୍ୱରୂପ ସେମାନଙ୍କୁ ମୋବାଇଲ୍ ଫୋନ୍ ସମେତ ଅନ୍ୟାନ୍ୟ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଛି।
ଉପଭୋକ୍ତାମାନଙ୍କୁ ଡିଜିଟାଲ୍ ମାଧ୍ୟମରେ ସଠିକ୍ ସମୟରେ ନିୟମିତ ବିଦ୍ୟୁତ୍ ବିଲ୍ ପୈଠ କରିବାକୁ ଉତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହା କେବଳ ସେବା ପ୍ରଦାନ ପ୍ରକ୍ରିୟାକୁ ସହଜ ଓ ଦକ୍ଷ କରୁନାହିଁ, ବରଂ ଏକ ଦୀର୍ଘସ୍ଥାୟୀ ସେବା ପ୍ରଦାନ ଦିଗରେ ଟିପିସିଓଡିଏଲ୍ ର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଉଛି।
ଏହି ଅବସରରେ ଟିପିସିଓଡିଏଲ୍ ର ସିଇଓ ଶ୍ରୀ ଅରଭିନ୍ଦ ସିଂ କହିଛନ୍ତି ଯେ, “ଟିପିସିଓଡିଏଲ୍ ରେ ଉପଭୋକ୍ତାମାନେ ହିଁ ଆମର ସମସ୍ତ କାର୍ଯ୍ୟର କେନ୍ଦ୍ରବିନ୍ଦୁ। ‘ବିଲ୍ ପେ ଆଣ୍ଡ୍ ୱିନ୍‌’ ସ୍କିମ୍ ମାଧ୍ୟମରେ ଆମେ ଉପଭୋକ୍ତାମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ସହ ସେମାନଙ୍କୁ ସଠିକ୍ ସମୟରେ ଡିଜିଟାଲ୍ ପେମେଣ୍ଟ କରିବା ପାଇଁ ଉତ୍ସାହିତ କରୁଛୁ। ନିୟମିତ ବିଲ୍ ପୈଠ କରିବା ଦ୍ୱାରା ଆମେ ଆମର ସେବା ଯୋଗାଣ ଅଞ୍ଚଳରେ ଅଧିକ ଦକ୍ଷତାର ସହିତ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇବାରେ ସଫଳ ହେଉଛୁ।”
ଏଭଳି ଗ୍ରାହକ-କୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ଟିପିସିଓଡିଏଲ୍ ନିଜର କାର୍ଯ୍ୟଦକ୍ଷତା ଓ ସେବାକୁ ଅଧିକ ଉନ୍ନତ କରିବା ସହ ଉପଭୋକ୍ତାଙ୍କ ସହ ସମ୍ପର୍କକୁ ସୁଦୃଢ କରିବାରେ ଲାଗିଛି। ଏହି ସ୍କିମ୍ କମ୍ପାନୀର ଦାୟିତ୍ୱବାନ ସେବା ପ୍ରଦାନ ଏବଂ ଦୀର୍ଘସ୍ଥାୟୀ ସମାଧାନ ଦିଗରେ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।

Share

Leave a Reply

Your email address will not be published. Required fields are marked *

5 × three =