Business

ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପୁରୀରେ ରଥଯାତ୍ରା ୨୦୨୫ ସମୟରେ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ଓ ଭିର୍ତ୍ତିଭୂମି ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିଛି।
ଦିନରାତି ଚବିଶ ଘଂଟା ୮୦୦ କର୍ମଚାରୀଙ୍କୁ ମୂତୟନ କରି ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ଦୃଢ଼ ସୁରକ୍ଷା ଅଭିଯାନ ଗ୍ରହଣ କରାଯାଇଛି। ଏଥିରେ ଲିକେଜ୍ କରେଣ୍ଟ ପରୀକ୍ଷା, ଲୁହା ଖୁଣ୍ଟରେ ଇନସୁଲେସନ ପେଣ୍ଟିଂ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ଡିଟି ଫେନ୍ସିଂ ଦେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି।
ଏହି ପବିତ୍ର ଯାତ୍ରା ସମୟରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ପ୍ରତିଷେଧମୂଳକ ଓ ପୂର୍ବାନୁମାନ ଭିର୍ତ୍ତିକ ରକ୍ଷଣାବେକ୍ଷଣ ସହିତ ଫିଡର, ବିଦ୍ୟୁତ ଓ ବିତରଣ ଟ୍ରାନ୍ସଫରମରଗୁଡ଼ିକର ନେଟ୍‌ୱର୍କରେ ଉନ୍ନତି ଅଣାଯାଇଛି ଏବଂ ବିଦ୍ୟୁତ୍ ବିଭ୍ରାଟକୁ ଏଡ଼ାଇବା ଲାଗି ରିଲେ ପ୍ରୋଟେକ୍ସନ ସେଟିଂର ବ୍ୟାପକ ପରୀକ୍ଷଣ କରାଯାଇଛି।
ଋଥଯାତ୍ରା ୨୦୨୫ରେ ଜନ ସଚେତନତା ବଢ଼ାଇବା ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ପୁରୀରେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ୧ ଲକ୍ଷ ସୁରକ୍ଷା ସମ୍ପର୍କିତ ଲିଫଲେଟ୍ ବଂଟନ କରାଯାଇଥିବା ବେଳେ ସହର ସାରା ନିରନ୍ତର ସାର୍ବଜନୀନ ଘୋଷଣା ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ପୋଷ୍ଟର ଓ ବ୍ୟାନର ଲଗାଯାଇଛି।
ପଥପ୍ରାନ୍ତ ନାକଟ ଜରିଆରେ ଲୋକମାନଙ୍କୁ ଯୋଡ଼ିବା ପାଇଁ ପଲିଶ୍ରୀ ମେଳାରେ ନୁକଡ଼ ନାଟକର ଯୋଜନା କରାଯାଇଛି। ଭିଡ଼ ସମୟରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବଡ଼ ଦାଣ୍ଡରେ ଖୋଲା ତାରଗୁଡ଼ିକୁ ନିବୁଜ କରାଯାଇଥିବା ବେଳେ ସାମୟିକ ବାଡ଼ ଦିଆଯାଇଛି।
ଟିପିସିଓଡିଏଲ୍ ପକ୍ଷରୁ ପୁରୀରେ ତିନିଟି ଓ ନିଜ କାର୍ଯ୍ୟକ୍ଷେତ୍ରରେ ଜରୁରୀକାଳୀନ ସ୍ଥିତି ପାଇଁ ଗୋଟିଏ ସମେତ ଚାରିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନ୍‌ସେରି (ଏମ୍‌ଏଚ୍‌ଡି) ମୂତୟନ କରାଯାଇଛି। ପ୍ରତି ଏମ୍‌ଏଚ୍‌ଡିରେ ପରାମର୍ଶ କୋଠରି, ପରୀକ୍ଷା ଶଯ୍ୟା ଓ ଏକ ଡିସ୍‌ପେନ୍‌ସେରି କାଉଂଟର୍ ସହିତ ଯୋଗ୍ୟତାପ୍ରାପ୍ତ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିଛନ୍ତି ।
ଏହି ଭବ୍ୟ ଅଧ୍ୟାତ୍ମିକ ସମାରୋହରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବାକୁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି।

Share

Leave a Reply

Your email address will not be published. Required fields are marked *

4 × 4 =