Business

ମୋଦିକେୟାର୍‌ର ୫ ଶ୍ରେଷ୍ଠ ସେଲ୍‌ଫ-କେୟାର ଡେ’ ସମାଧାନ

 

ଭୁବନେଶ୍ୱର: ନିଜର ଯତ୍ନ ନେବା ଏକ ଉତ୍ତମ ମାନସିକତା। ଏଥିପାଇଁ ମୋଦିକେୟାରର ଅର୍ବାନ କଲର ଲଣ୍ଡନ୍ ପକ୍ଷରୁ ଅଣାଯାଇଥିବା ସେଲ୍‌ଫ-କେୟାର ଡେ’ ଉଚ୍ଚ ପ୍ରଦର୍ଶନକାରୀ ଓ ଚର୍ମକୁ ସୁହାଉଥିବା ଫର୍ମୁଲା ଯାହା ଆପଣଙ୍କ ଲୁକ୍‌କୁ ବଢ଼ାଇବ ଓ ଚର୍ମର ଯତ୍ନ ନେବ। ଏଥିରେ ସନ୍‌ସ୍କ୍ରିନ୍‌ଠାରୁ ଆରମ୍ଭ କରି ମେକ୍‌ଅପ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସମାଧାନ ରହିଛି।
ଏହି ବର୍ଗମାଳାର ଏକ ଉତ୍ପାଦ ହେଉଛି ମୋଦିକେୟାରର ଅର୍ବାନ କଲର ଲଣ୍ଡନ୍ ବିଟ୍ ଦି ସନ୍ ହାଇବ୍ରିଡ୍ ସନ୍‌ସ୍କ୍ରିନ୍ ସହିତ ଏସ୍‌ପିଏଫ୍ ୫୦। ଏହା ଆପଣଙ୍କ ଚର୍ମକୁ ୟୁଭିଏ/ୟୁଭିବି ରଶ୍ମୀ, ସନ୍‌ବର୍ଣ୍ଣ, କଳାଦାଗ ଏବଂ ଆଗକୁ ବୟସ୍କ ହେବା ଆଦିରୁ ସୁରକ୍ଷା ପ୍ରଦାନ କରିବ। ଏହି ସନ୍‌ସ୍କ୍ରିନ୍‌ର ଦାମ୍ ୬୦୦ ଟଙ୍କା ରହିଛି ଯାହା ୪୮ ଘଂଟାର ହାଇଡ୍ରେସନ୍ ପ୍ରଦାନ କରିବ। ଏହା ହାଲୁକା ଏବଂ ଶୂନ ଗ୍ରିଜ ଟେକ୍ସଚର୍ ଆପଣଙ୍କ ଚର୍ମକୁ କୋମଳ ଏବଂ ମେକ୍ ଅପ୍ ପାଇଁ ପ୍ରସ୍ତୁତ ରଖିବ। ଏଥିରେ ଗାଜରର ମୂଳ, ଅମୃତଭଣ୍ଡାର ଉପାଦାନ ଏବଂ ଗେଣ୍ଡୁ ଫୁଲର ଉପାଦାନ ରହିଛି। ଏହା ଜୀବାଣୁ ନାଶକ ସୁରକ୍ଷା ଦେବା ସହ ସ୍କିନ୍‌କେୟାର ପ୍ରାଇମର୍ ଭଳି କାମ କରିବ।

ମୋଦିକେୟାର ଅର୍ବାନ କଲର୍ ଲଣ୍ଡନ ଅଲ୍‌-ଇନ୍ ୱାନ୍ ପର୍ଫେକ୍ସନ ସିସି କ୍ରିମ୍‌ରେ ନିଆସିନାମାଇଡ୍ ଓ ହାଇଲୋରୋନିକ୍ ଏସିଡ୍ ରହିଛି ଯାହା ଚର୍ମକୁ ମଏଶ୍ଚରାଇଜ୍ କରିବ ଏବଂ ସେଟେଂଲା ଏସିଆଟିକା ଓ ଗୁଜବେରି ଉପାଦାନ ଚିଡ଼ିଚିଡ଼ାପଣକୁ ଦୂର କରି ଆପଣଙ୍କ ଚର୍ମକୁ ପ୍ରାକୃତିକ ଉଜ୍ୱଳତା ପ୍ରଦାନ କରିବ। ଏହାର ହାଲୁକା ଟେକ୍ସଚର୍ ଅତି ସହଜରେ ମିଶିଯିବ, ଯାହା ପ୍ରାକୃତିକ ଫିନିସ୍ ପ୍ରଦାନ କରିବ ଏବଂ ଏସ୍‌ପିଏଫ୍ ୨୦ ୟୁଭି ସୁରକ୍ଷା ଦେବ। ଏହାର ଦାମ୍ ୭୯୯ ଟଙ୍କା ରହିଛି। ଏହି କ୍ରିମ୍ ଶତ ପ୍ରତିଶତ ଭେଜାନ୍‌, ପାରାବେନ୍ ଓ କ୍ରୁରତା ମୁକ୍ତ। ଏହା ରୋଜ୍‌, ହନି ଓ ଆଲ୍‌ମଣ୍ଡ୍ ଭଳି ତିନିଟି ଭାରିଆଂଟ୍‌ରେ ମିଳୁଛି।

ମୋଦିକେୟାର୍‌ର ଅର୍ବାନ୍ କଲର ଲଣ୍ଡନ ଷ୍ଟେ ଆଣ୍ଡ୍ ସ୍ଲେ ପ୍ରୋ ମେକ୍‌ଅପ୍ ସେଟିଂ ମିଷ୍ଟ୍‌ରେ ରହିଛି ନିଆସିନାମାଇଡ୍‌, ଗ୍ରିନ୍ ଟି, ହାଇଆଲୁରୋନିକ୍ ଏସିଡ୍ ଓ କାଫେନାଇନ୍ ରହିଛି ଯାହା କୋମଳତା, ହାଇଡ୍ରେସନ୍ ପ୍ରଦାନ କରିବ। ଏଥିରେ ଥିବା ରୋଜମେରି ଓ ମୋରିଙ୍ଗା ପରିବେଶ ଚାପକୁ କମ୍ କରିବ। ଏହାର ଦାମ୍ ୭୯୯ ଟଙ୍କା ରହିଛି। ଏହି କ୍ରିମ୍ ମଧ୍ୟ ଶତ ପ୍ରତିଶତ ଭେଜାନ୍‌, ପାରାବେନ୍ ଓ କ୍ରୁରତା ମୁକ୍ତ।

ମୋଦିକେୟାରର୍ ଅର୍ବାନ୍ କଲର ଲଣ୍ଡନ ମ୍ୟାଟ୍ ଭୋଗ୍ ଲ୍ୟୁକ୍ସ ସ୍ଲିମ୍ ଲିପ୍‌ଷ୍ଟିକ୍‌ରେ ଆଠ ପ୍ରକାରର ଆକର୍ଷଣୀୟ ସେଡ୍ ରହିଛି ଯାହା ଦୀର୍ଘସ୍ତାୟୀ ଓ ସମ୍ପୂର୍ଣ୍ଣ ମ୍ୟାଟ୍ ରଙ୍ଗ ପ୍ରଦାନ କରିବ। ଆଭାକାଡୋ ଅଏଲ୍‌, ଭିଟାମିନ୍ ଇ, ଭିଟାମିନ୍ ଡି ଓ ବେଟା କାରୋଟିନ୍ ଥିବା ଏହି ଲିପ୍‌ଷ୍ଟିକ୍ ଆପଣଙ୍କ ଓଠକୁ ନରିସ୍ କରିବ ଓ ସୁରକ୍ଷା ଦେବ। ଏହାର ଦାମ୍ ୯୯୯ ଟଙ୍କା ରହିଛି। ଏହା ଭେଗାନ୍ ହୋଇଥିବା ବେଳେ ପାରାବେନ୍ ମୁକ୍ତ।

ମୋଦିକେୟାର୍‌ର ଅର୍ବାନ୍ କଲର ଲଣ୍ଡନ ଲ୍ୟୁକ୍ସ ଭେଗାନ୍ ନେଲ୍ ଲେକର୍ ୨୫ ପ୍ରକାର ଟ୍ରେଣ୍ଡି ସେଡ୍‌ରେ ଉପଲବ୍ଧ ହୋଇଛି ଯାହା ଆପଣଙ୍କ ଷ୍ଟାଇଲ୍ ଓ ବିଶ୍ୱାସକୁ ପ୍ରତିଫଳିତ କରିବ। ଏହାର ଡବଲ୍ ପେଟେଂଟ୍ ଓ ଅଣ-ହଳଦିଆ ଫର୍ମୁଲା ପାରାବେନ୍ ଓ କ୍ରୁରତା ମୁକ୍ତ ଏବଂ ଏହା ୨୧ ପ୍ରକାର ରସାୟନ ମୁକ୍ତ ମଧ୍ୟ ଯାହା ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଫିନିସ୍ ପ୍ରଦାନ କରିବ। ଏହା ଆପଣଙ୍କ ଚର୍ମକୁ ସେଲୁନ୍ ଭଳି ସଚେଜ ରଖିବ। ଏହାର ଦାମ୍ ୩୬୦ ଟଙ୍କା ରହିଛି।

ମୋଦିକେୟାର୍‌ର ଏହି ଉତ୍ପାଦଗୁଡ଼ିକ ସାରା ଦେଶରେ ମୋଦିକେୟାର କନସଲଟାଂଟ୍‌ମାନଙ୍କ ପାଖରେ ବିକ୍ରି ପାଇଁ ଉପଲବ୍ଧ ରହିଛି।

Share

Leave a Reply

Your email address will not be published. Required fields are marked *

1 + six =