Business

ପ୍ରଥମ ଓଡ଼ିଶା ନ୍ୟୁରୋଡାଇଭରସିଟି ସମ୍ମିଳନୀ ୨୦୨୫ ର ଆୟୋଜନ କଲା ଟାଟା ପାୱାର

ଟାଟା ପାୱାର କମ୍ୟୁନିଟି ଡେଭଲପମେଣ୍ଟ ଟ୍ରଷ୍ଟର ‘ପେ ଅଟେନ୍‌ସନ୍‌’ ପ୍ରୟାସ ଅଧୀନରେ ଅଯୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟୁରୋଡାଇଭର୍ସ ଶିଶୁ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ସରକାରୀ ଅଂଶୀଦାର ମାନେ ଏକାଠି ହୋଇଥିଲେ
ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫: ଟାଟା ପାୱାର, ଏହାର ସାମାଜିକ ପ୍ରଭାବ ଶାଖା – ଟାଟା ପାୱାର କମ୍ୟୁନିଟି ଡେଭେଲପମେଣ୍ଟ ଟ୍ରଷ୍ଟ (ଟିପିସିଡିଟି) ଏବଂ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକ ସହିତ ମିଳିତ ଭାବରେ, ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରଥମ ଓଡ଼ିଶା ନ୍ୟୁରୋଡାଇଭରସିଟି ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି। ପେ ଅଟେନ୍‌ସନ୍ – ଏକ ଫିଜିଟାଲ୍ (ଫିଜିକାଲ + ଡିଜିଟାଲ୍‌) ଅଟିଜିମ୍ ସପୋର୍ଟ ନେଟୱାର୍କ ଅଧୀନରେ ଅନୁଷ୍ଠିତ ଏହି ସମ୍ମିଳନୀ ଓଡ଼ିଶାର ନ୍ୟୁରୋଡାଇଭରସିଟି ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ଏ ସମ୍ପର୍କରେ ସଚେତନତା ଆଣି ରାଜ୍ୟବ୍ୟାପୀ ପେ ଅଟେନ୍‌ସନ୍ ପ୍ଲାଟଫର୍ମକୁ ପରିଚିତ କରାଇଛି।
ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ପେଡିଆଟ୍ରିକ୍ସରେ ପ୍ରକାଶିତ ୨୦୨୧ ର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରତି ୬୮ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଅଟିଜିମ୍ ଦ୍ୱାରା ପ୍ରଭାବିତ। ସଚେତନତା ବୃଦ୍ଧି ପାଉଥିବା ସତ୍ତ୍ୱେ, ଭାରତର ନ୍ୟୁରୋଡାଇଭରସିଟି କେୟାର ଇକୋସିଷ୍ଟମ ପଛୁଆ ରହିଛି, ଯାହା ଦୃଢ ସମର୍ଥନ ଏବଂ ସଚେତନତାର ଜରୁରୀ ଆବଶ୍ୟକତାକୁ ଦର୍ଶାଉଛି।
ସମ୍ମିଳନୀରେ ୪୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ, ଯେଉଁଥିରେ ୨୦୦ ରୁ ଅଧିକ ନ୍ୟୁରୋଡାଇଭର୍ସ ବ୍ୟକ୍ତି ଏବଂ ଦିବ୍ୟାଙ୍ଗ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି, ସ୍ୱତନ୍ତ୍ର ଶିକ୍ଷାଦାତା, ସ୍ୱେଚ୍ଛାସେବକ ଏବଂ କର୍ପୋରେଟ୍ ଓ ସିଭିଲ୍ ସୋସାଇଟି ପ୍ରତିନିଧିମାନେ ସାମିଲ ଥିଲେ। ନେତୃତ୍ୱ ଆଲୋଚନା, କର୍ମଶାଳା ଏବଂ ପ୍ରଦର୍ଶନୀ ମାଧ୍ୟମରେ, ଏହି କାର୍ଯ୍ୟକ୍ରମ ଓଡ଼ିଶାର ନ୍ୟୁରୋଡାଇଭରସିଟି କ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣର ପ୍ରୟାସକୁ ମଜବୁତ କରିବା ପାଇଁ ଜ୍ଞାନ ଆଦାନପ୍ରଦାନ ଏବଂ ସମ୍ପ୍ରଦାୟର ସହଯୋଗ ପାଇଁ ଏକ ପ୍ଲାଟଫର୍ମ ତିଆରି କରିଥିଲା।
ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ନ୍ୟୁରୋଡାଇଭରସିଟିର ମୌଳିକ ବିଷୟଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବା ପାଇଁ “ଗାଇଡ୍ ଫର୍ କେୟାରଗିଭର୍ସ ଅଫ୍ ନ୍ୟୁରୋଡାଇଭରସିଟି’ ମଧ୍ୟ ଉନ୍ମୋଚିତ ହୋଇଥିଲା, ଯେଉଁଥିରେ ନ୍ୟୁରୋଡାଇଭରସିଟି ସମ୍ପର୍କରେ କିଛି ସାଧାରଣ ତଥ୍ୟ ଯେପରିକି ନ୍ୟୁରୋଟିପିକାଲ୍ ଓ ନ୍ୟୁରୋଡାଇଭର୍ଜେଣ୍ଟ ମଧ୍ୟରେ ତଫାତ ସହିତ ଏହି କ୍ଷେତ୍ରରେ ଅବସ୍ଥିତ ଚ୍ୟାଲେଞ୍ଜ ଏବଂ ସାମଗ୍ରିକ ସୁସ୍ଥତା ପଦ୍ଧତିକୁ ବୁଝାଇବା ଆଦି ରହିଛି।
ଏହି ଅବସରରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଏବଂ ସଷ୍ଟେନେବିଲିଟି ଓ ସିଏସଆର ମୁଖ୍ୟ ଶ୍ରୀ ହିମଲ ତିୱାରୀ କହିଛନ୍ତି ଯେ, “ଟାଟା ପାୱାରରେ, ଅନ୍ତର୍ଭୁକ୍ତିକରଣ କେବଳ ଏକ ଦୃଷ୍ଟିକୋଣ ନୁହେଁ, ବରଂ ପେ ଅଟେନସନ୍ ମାଧ୍ୟମରେ ସାକାର ହୋଇଥିବା ଏକ ମିଶନ, ଯାହା ସମଗ୍ର ଭାରତରେ ନ୍ୟୁରୋଡାଇଭର୍ସ ପିଲା ଏବଂ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ସଶକ୍ତ କରିଥାଏ। ଓଡ଼ିଶା ନ୍ୟୁରୋଡାଇଭରସିଟି ସମ୍ମିଳନୀ ୨୦୨୫ ମାଧ୍ୟମରେ, ଆମେ ଏହି ମିଶନକୁ ଶେଷ ମାଇଲ ପର୍ଯ୍ୟନ୍ତ ନେବା ସହିତ ଏକ ସାମାବେଶୀ ଏବଂ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଥିବା ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରଖିଛୁ। ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏହି ସହଭାଗୀତା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ପାଇଁ ଥିବା ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମେ ଆଞ୍ଚଳିକ କର୍ମଶାଳା ଆୟୋଜନ କରି ଏବଂ ଜନ ପ୍ରସାର ପାଇଁ ଆମର ଡିଜିଟାଲ୍ ପ୍ଲାଟଫର୍ମ ଇ-ସାନିଧ୍ୟ ମାଧ୍ୟମରେ ଏହାକୁ ଆହୁରି ସଫଳ କରିବାକୁ ଚେଷ୍ଟା କରୁଛୁ।”
ସାମୁହିକ ବିକାଶ ପାଇଁ ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ଏବଂ ସହଯୋଗ ସୃଷ୍ଟି କରିବାର ପ୍ରୟାସରେ, ଟାଟା ପାୱାର ଏହି ସମ୍ମିଳନୀ ରେ ଓଡ଼ିଶା ସରକାରଙ୍କ ପ୍ରମୁଖ ପ୍ରତିନିଧି ମାନଙ୍କୁ ଏକତ୍ରିତ କରିଥିଲା, ଯେଉଁଥିରେ ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଆଇଏଏସ୍ (ଅବସରପ୍ରାପ୍ତ) ଏବଂ ମାନ୍ୟବର ବିଧାୟକ ଏବଂ ପ୍ରସିଦ୍ଧ କଳାକାର ଶ୍ରୀ ଆକାଶ ଦାସ ନାୟକ, ଟାଟା ଗ୍ରୁପ୍ କମ୍ପାନୀର ଯଥା ଟାଟା ଷ୍ଟିଲ୍‌, କ୍ରୋମା, ଟାଟା ଷ୍ଟ୍ରାଇଭ୍‌, ଟାଟା କ୍ଲାସ୍ ଏଜ୍‌, ଟାଟା କମ୍ୟୁନିଟି ଇନିସିଏଟିଭ୍ସ ଟ୍ରଷ୍ଟ ଏବଂ ଟାଟା ଟ୍ରଷ୍ଟ ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ସେହିଭଳି ମହାଶକ୍ତି ଫାଉଣ୍ଡେସନ୍‌, ମୁଭମେଣ୍ଟ୍ ଫର୍ ଅର୍ବାନାଇଜେସନ୍‌, ଆୟୁର୍ବେଦ, ୟୁଥ୍‌୪ଜବ୍ସ, ଅକ୍ଷଦା ଫାଉଣ୍ଡେସନ୍ ଏବଂ ଆଟିପିକାଲ୍ ଆଡଭାଣ୍ଟେଜ୍ ଭଳି ଏନଜିଓ ଅଂଶୀଦାରମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଟାଟା ପାୱାରର ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ଓ ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଗଜାନନ କାଲେ, ଟିପିସିଓଡିଏଲର ସିଇଓ ଶ୍ରୀଯୁକ୍ତ ଅରଭିନ୍ଦ ସିଂହ, ଟିପିଏସଓଡିଏଲର ସିଇଓ ଶ୍ରୀଯୁକ୍ତ ଅମିତ ଗର୍ଗ ଏବଂ ଟିପିଡବ୍ଲୁଓଡିଏଲର ସିଇଓ ଶ୍ରୀ ପ୍ରବୀଣ ବର୍ମା, ଟିପିସିଡିଟି ର ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରଭାତ ପାଣି, ଆରଡିଡବ୍ଲୁୟୁ ର ଭାଇସ ଚାନସେଲର ପ୍ରଫେସର ଚଣ୍ଡି ଚରଣ ରଥ, ଟାଟା ପାୱାର ର କମ୍ୟୁନିଟି ଇମ୍ପାକ୍ଟ ମୁଖ୍ୟ ଶ୍ରୀଯୁକ୍ତ ପଙ୍କଜ କୁମାର ସିଂହ ଏବଂ ଓଡିଶା ସିଏସଆର ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ ଘୋଷାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀମତୀ ବ୍ରତତୀ ହରିଚନ୍ଦନ, ଆଇଏଏସ୍ (ଅବସରପ୍ରାପ୍ତ) ରାଜ୍ୟ ଭିନ୍ନକ୍ଷମ କମିଶନର, ଓଡ଼ିଶା ସରକାର କହିଛନ୍ତି ଯେ, “ନ୍ୟୁରୋଡାଇଭରସିଟି ବିଷୟରେ ସଚେତନତା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମାନ୍ୟ ଲୋକମାନଙ୍କୁ ଗ୍ରହଣଶୀଳତା ଓ ସହାନୁଭୂତି ବିଷୟରେ ସଚେତନ କରାଯିବା ଆବଶ୍ୟକ। ଅଟିଜିମ୍ ଏକ ଏଭଳି ଅବସ୍ଥା ଯେଉଁଠି ପ୍ରତ୍ୟେକ ଶିଶୁ ପାଇଁ ଭିନ୍ନ ଭିନ୍ନ ପ୍ରକାର ସମର୍ଥନ ଆବଶ୍ୟକ। ମହିଳା ମହାବିଦ୍ୟାଳୟରେ ଓଡ଼ିଶା ନ୍ୟୁରୋଡାଇଭରସିଟି ସମ୍ମିଳନୀ ଆୟୋଜନ କରିବା ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଆଜିର ସଚେତନ ଯୁବତୀମାନେ ଆଗାମୀଦିନରେ ସାମାବେଶୀ ସମାଜ ତିଆରି କରିବାରେ ସାହାଯ୍ୟ କରନ୍ତି। ଟାଟା ପାୱାରର ପେ ଅଟେନ୍‌ସନ୍ ଭଳି ପଦକ୍ଷେପ ପ୍ରଶଂସନୀୟ ଏବଂ ଏହି ଯାତ୍ରାରେ ଯୋଗଦେଇ ଅନ୍ତର୍ଭୁକ୍ତିକରଣକୁ ଏକ ମିଳିତ ସାମାଜିକ ମିଶନ କରିବା ପାଇଁ ମୁଁ ଅନ୍ୟ ସଂଗଠନ ଏବଂ ପ୍ରତିଷ୍ଠାନକୁ ଅନୁରୋଧ କରୁଛି।”
ସମ୍ମିଳନୀରେ ନୃତ୍ୟ ଏବଂ ସଙ୍ଗୀତ ଥେରାପି, ସମାବେଶୀ କଳା ପ୍ରଦର୍ଶନ ପାଇଁ ସ୍ଥାନ, ଭିନ୍ନକ୍ଷମଙ୍କ ଅଧିକାର ସମ୍ବନ୍ଧୀୟ ମଡ୍ୟୁଲ୍ ଏବଂ ସହାନୁଭୂତି-ଆଧାରିତ ଶିକ୍ଷାକୁ ଉତ୍ସାହିତ କରୁଥିବା ଲାଇଭ୍ ଆର୍ଟ ପ୍ରଦର୍ଶନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ, ସମୁଦାୟ ସଂଗଠନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସହ ସହଭାଗୀତା ମାଧ୍ୟମରେ ସମଗ୍ର ଓଡ଼ିଶାରେ ପେ ଅଟେନ୍‌ସନ୍ ନେଟୱାର୍କକୁ ବିସ୍ତାର କରିବା ପାଇଁ ଏକ ସାମୂହିକ ପ୍ରତିବଦ୍ଧତା ସହିତ ଶେଷ ହୋଇଥିଲା ଯାହା ଦ୍ୱାରା ପ୍ରାରମ୍ଭିକ ଚିହ୍ନଟ, ସେବା ପ୍ରଦାନକାରି ଙ୍କୁ ତାଲିମ ଏବଂ ସମାବେଶୀ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଇପାରିବ।
ଏହି ପଦକ୍ଷେପ ପର୍ପଲ ଫେଷ୍ଟ ୨୦୨୫ ଭଳି ଜାତୀୟ ସମାବେଶୀ ପ୍ଲାଟଫର୍ମରେ ଟାଟା ପାୱାରର ସକ୍ରିୟ ଅଂଶଗ୍ରହଣ ଉପରେ ଆଧାରିତ, ଯାହା ସଚେତନତା, ସମର୍ଥନ ଏବଂ କାର୍ଯ୍ୟ ମାଧ୍ୟମରେ ବିବିଧତା, ସମାନତା ଏବଂ ଅନ୍ତର୍ଭୁକ୍ତିକରଣ ପ୍ରତି କମ୍ପାନୀର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦର୍ଶାଏ। ଏହାର ପ୍ରମୁଖ ପଦକ୍ଷେପ, ପେ ଅଟେନ୍‌ସନ୍ ମାଧ୍ୟମରେ ଟାଟା ପାୱାର ୫୦୦ ରୁ ଅଧିକ ସହଯୋଗୀ ସଂଗଠନ, ବିଶେଷଜ୍ଞ ଏବଂ ୧୨ ରୁ ଅଧିକ ଟାଟା ଗ୍ରୁପ୍ କମ୍ପାନୀର ସମର୍ଥନ ସହିତ, ଟାଟା ପାୱାର ପ୍ରାରମ୍ଭିକ ଚିହ୍ନଟ, ସେବା ପ୍ରଦାନକାରୀଙ୍କୁ ସହାୟତା, ଦକ୍ଷତା ବିକାଶ, ସମାବେଶୀ ଶିକ୍ଷା ଏବଂ କର୍ମକ୍ଷେତ୍ରରେ ଅନ୍ତର୍ଭୁକ୍ତିକରଣ ପ୍ରୟାସ ଭଳି ପଦକ୍ଷେପ ମାଧ୍ୟମରେ ହଜାର ହଜାର ବ୍ୟକ୍ତି, ବିଶେଷକରି ପଛୁଆ ସମ୍ପ୍ରଦାୟର ଲୋକଙ୍କ ପାଖରେ ପହଞ୍ଚିଛି।
ଟେକ୍ ଏକ୍ସପୋ ଏବଂ ପଥପ୍ରାନ୍ତ ନାଟକ ଠାରୁ ଆରମ୍ଭ କରି, ଅବିଲିମ୍ପିକ୍ସରେ ଅଂଶଗ୍ରହଣ ଏବଂ ଇ-ସାନିଧ୍ୟ ଭଳି ଡିଜିଟାଲ୍ ସାଧନ ଏବଂ ଟୋଲ୍‌-ଫ୍ରି ହେଲ୍ପଲାଇନ୍ ପର୍ଯ୍ୟନ୍ତ, ଟାଟା ପାୱାର ନ୍ୟୁରୋଡାଇଭର୍ସ ସମ୍ପ୍ରଦାୟ ପାଇଁ ପ୍ରତିବନ୍ଧକ ହ୍ରାସ କରିବା ପାଇଁ ଅବିରତ ପ୍ରୟାସ ଜାରି ରଖିଛି।
ପେ ଅଟେନସନ୍ ଅଧୀନରେ ଏକ ଅଗ୍ରଣୀ ଡିଜିଟାଲ୍ ପ୍ଲାଟଫର୍ମ, ଇ-ସାନିଧ୍ୟ, ଶିକ୍ଷକ, ସେବା ପ୍ରଦାନକାରୀ ଏବଂ ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କୁ ସାମାବେଶୀ ଶିକ୍ଷା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଓ ପ୍ରଶିକ୍ଷଣ ଯୋଗାଇ ସମାନଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଥାଏ।
୨୦୨୨ ମସିହାରେ ଟିପିସିଡିଟି ଓ ସିଏଡିଆରଆରଇ ଦ୍ୱାରା ମିଳିତ ଭାବରେ ଆରମ୍ଭ ହୋଇଥିବା ପେ ଅଟେନସନ୍ ଅଭିଯାନ ୨୦୨୭ ସୁଦ୍ଧା ୧୦୦୦ ପ୍ରତିଷ୍ଠାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

12 − 2 =