Business

ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ସହଭାଗିତାରେ ଟିସିଏସ୍ ଗ୍ରାମୀଣ ଆଇଟି କ୍ୱିଜର ୨୬ତମ ସଂସ୍କରଣର ଶୁଭାରମ୍ଭ

  • ଟିସିଏସର ପ୍ରତୀକାତ୍ମକ କ୍ୱିଜର ୨୦୨୫ ସଂସ୍କରଣର ଲକ୍ଷ୍ୟ ହେଉଛି ସାରା ଭାରତର ଛୋଟ ସହର ଓ ଜିଲ୍ଲାମାନଙ୍କର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା
  • ଭାରତର ଗ୍ରାମୀଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ଆଇଟି କ୍ୱିଜ୍ ଭାବରେ ଲିମକା ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ସ୍ୱୀକୃତିପ୍ରାପ୍‌
  • ଟିସିଏସ୍ ଗ୍ରାମୀଣ ଆଇଟି କ୍ୱିଜ୍ ଦେଶର ଏକ ବୃହତମ ଆଇଟି କ୍ୱିଜ୍‌ରେ ପରିଣତ ହୋଇଛି, ଯାହା ୨୧.୫ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିଛି

ଭୁବନେଶ୍ୱର: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍‌) ଏବଂ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ବିଟି ବିଭାଗ ପକ୍ଷରୁ ଟିସିଏସ୍ ଗ୍ରାମୀଣ ଆଇଟି କ୍ୱିଜ୍ କାର୍ଯ୍ୟକ୍ରମର ୨୬ତମ ସଂସ୍କରଣ ପାଇଁ ନିବେଦନ ଖୋଲାଯାଇଥିବା ଘୋଷଣା କରାଯାଇଛି।
ବେଙ୍ଗାଳୁରୁ ଟେକ୍ ସମିଟ ୨୦୨୫ର ର ଏକ ଅଂଶ ହିସାବରେ ଏହି କ୍ୱିଜରେ ଅନଲାଇନ୍ ପରୀକ୍ଷା, ଭର୍ଚୁଆଲ୍ ଏବଂ ଶାରୀରିକ କ୍ୱିଜ୍ ପର୍ଯ୍ୟାୟ ରହିଛି। ଏଥିରେ ସାରା ଭାରତର ଛୋଟ ସହର ଓ ଜିଲ୍ଲାର ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଇଛି। ସହର ନିଗମ ସୀମା ମଧ୍ୟରେ ଥିବା ବିଦ୍ୟାଳୟଗୁଡିକ ପାଇଁ ଏହି କ୍ୱିଜ୍ ଖୋଲା ନୁହେଁ।
ଟିସିଏସ୍ ଗ୍ରାମୀଣ ଆଇଟି କ୍ୱିଜ୍ ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ ଏବଂ ପ୍ରଯୁକ୍ତି ପରିବେଶ, ବ୍ୟବସାୟ, ଏହାର ଲୋକ, ନୂତନ ପ୍ରବୃତି ଯେପରିକି ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂ ଆଦି ଅନ୍ୟାନ୍ୟ ଦିଗଗୁଡିକ ଉପରେ ଧ୍ୟାନ ଦେବ। ଏହା ଆଇଟି ଯେଉଁ କ୍ଷେତ୍ରଗୁଡିକରେ ପ୍ରଭାବ ପକାଇଛି, ସେହିସବୁ କ୍ଷେତ୍ର ଯଥା ବ୍ୟାଙ୍କିଂ, ଶିକ୍ଷା, ମନୋରଞ୍ଜନ, ରୋବୋଟିକ୍ସ, ପୁସ୍ତକ, ମଲଟିମିଡିଆ, ସଙ୍ଗୀତ, ଚଳଚ୍ଚିତ୍ର, ଇଂଟରନେଟ, ବିଜ୍ଞାପନ, କ୍ରୀଡା, ଗେମିଂ ଏବଂ ସୋସିଆଲ୍ ନେଟୱାର୍କିଂ ଆଦି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ।
ଏହି କ୍ୱିଜରେ ଆଠଟି ଆଂଚଳିକ ଫାଇନାଲ୍ ଆୟୋଜିତ ହେବ ଯେଉଁଥିରେ ବିଜେତାମାନେ ୨୦୨୫ ନଭେମ୍ବରରେ ବେଙ୍ଗାଳୁରୁରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫାଇନାଲରେ ଭାଗ ନେବେ। ସମସ୍ତ ଆଂଚଳିକ ବିଜୟୀ ଏବଂ ଦ୍ୱିତୀୟ ସ୍ଥାନଧାରୀମାନଙ୍କୁ ଯଥାକ୍ରମେ ୧୦,୦୦୦ ଏବଂ ୭,୦୦୦ ଟଙ୍କା ମୂଲ୍ୟର ଉପହାର ଭାଉଚର୍ ପ୍ରଦାନ କରାଯିବ। ଜାତୀୟ ବିଜୟୀ ଏବଂ ଦ୍ୱିତୀୟ ସ୍ଥାନଧାରୀଙ୍କୁ ଅତିରିକ୍ତ ଭାବରେ ଯଥାକ୍ରମେ ୧,୦୦,୦୦୦ ଏବଂ ୫୦,୦୦୦ ଟଙ୍କା ମୂଲ୍ୟର ଟିସିଏସ୍ ଶିକ୍ଷା ବୃତି ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ୨୦୨୫ ସେପ୍ଟେମ୍ବର ୩୦ ପୂର୍ବରୁ ନିମ୍ନଲିଖିତ ୱେବସାଇଟରେ କ୍ୱିଜ୍ ପାଇଁ ଅବେଦନ କରିପାରିବେ: ଷଗ୍ଧଗ୍ଧକ୍ଟ୍ରଗ୍ଦ://ସଙ୍କକ୍ସ.କ୍ଷଗ୍ଦ/ଗ୍ଧମଗ୍ଦକ୍ସଙ୍କକ୍ସବକ୍ଷସଗ୍ଧକ୍ତଙ୍କସଚ୍ଛ୨୦୨୫କ୍ସରଶ
ଏହାର ପୂର୍ବବର୍ତୀ ସଂସ୍କରଣର ଏହି କ୍ୱିଜ୍ ୨୮ ରାଜ୍ୟ ଏବଂ ଚାରି କେନ୍ଦ୍ରଶାସିତ ଅଂଚଳରୁ ୫.୬ ଲକ୍ଷରୁ ଅଧିକ ପ୍ରତିଯୋଗୀଙ୍କୁ ଆକର୍ଷିତ କରିଥିଲା।
ଟିସିଏସ୍ ୨୦୦୦ ଠାରୁ କର୍ଣ୍ଣାଟକ ସରକାରଙ୍କ ଇଲେକ୍ଟ୍ରୋନିକ୍ସ, ଆଇଟି, ବିଟି ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗର ସହଭାଗିତାରେ ଗ୍ରାମୀଣ ଆଇଟି କ୍ୱିଜ୍ ଆୟୋଜନ କରି ଆସୁଛି। ଭାରତର ଛୋଟ ସହର ଓ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଇଟି ସଚେତନତା ବୃଦ୍ଧି କରିବା, ପ୍ରଯୁକ୍ତି ଜଗତର ଅଭିନବ ବିକାଶଗୁଡିକ ସହିତ ସେମାନଙ୍କୁ ପରିଚିତ କରିବାକୁ ସର୍ବଦା ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ବର୍ତମାନ ସୁଦ୍ଧା୍ ୨୧.୫ ନିୟୁତରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିଛି ଏବଂ ଭାରତର ଗ୍ରାମୀଣ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ଆଇଟି କ୍ୱିଜ୍ ଭାବରେ ଲିମକା ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ମାନ୍ୟତା ପାଇଛି।

Share

Leave a Reply

Your email address will not be published. Required fields are marked *

7 − 3 =