Business

ଟାଟା ଏଆଇଜି ପକ୍ଷରୁ ଭାରତରେ ବ୍ୟକ୍ତିଗତ ଦୁର୍ଘଟଣା ବୀମାକୁ ସୁଦୃଢ଼ କରିବା ପାଇଁ “ଆକ୍‌ସିଡେଂଟ୍ ସୁପର ଗାର୍ଡ ପ୍ଲସ୍‌”ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଏକ ନମନୀୟ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସମାଧାନ “ଆକ୍ସିଡେଂଟ୍ ସୁପର ଗାର୍ଡ ପ୍ଳସ୍‌”ର ଶୁଭାରମ୍ଭ କରାଯାଇଛି ଯାହା ଅଭାବନୀୟ ଘଟଣା ସମୟରେ ବ୍ୟାପକ ଆର୍ଥିକ ସୁରକ୍ଷା ପ୍ରଦାନ କରିବ।
ଭାରତରେ ଦୁର୍ଘଟଣା ବୃୃଦ୍ଧି ପାଉଥିବା ବେଳେ ଏହି ବ୍ୟାପକ ପଲିସି ଆସିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୦୨୩ରେ ଦେଶରେ ୪.୮ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା ଓ ୧.୭୩ ଲୋକଙ୍କ ପ୍ରାଣହାନି ଘଟିଥିଲା। ସେହିବର୍ଷ ଦୁର୍ଘଟଣାରେ ୪.୧୮ ପ୍ରତିଶତ ଓ ମୃତ୍ୟୁ ସଂଖ୍ୟାରେ ୨.୬୧ ପ୍ରତିଶତ ବୃଦ୍ଧି ହୋଇଥିଲା। ଦୁର୍ଘଟଣାରେ ପ୍ରଭାବିତ ହୋଇଥିବା ୬୮ ପ୍ରତିଶତ ଥିଲେ ପଥଚାରୀ, ସାଇକଲ ଚାଳକ ଓ ଦୁଇଚକିଆ ଯାନ ଚାଳକ ଥିଲେ।
“ଆକ୍ସିଡେଂଟ୍ ସୁପର ଗାର୍ଡ ପ୍ଲସ୍‌” ସେହି ସୁରକ୍ଷା ଅନ୍ତରକୁ ଏକ ମଡ୍ୟୁଲାର ଡିଜାଇନରେ ଦୂର କରିବ ଯେଉଁଠାରେ ଗ୍ରାହକଙ୍କ ବୀମା ସୁରକ୍ଷା ତାଙ୍କ ଆୟ, ଦେୟ ଓ ଜୀବନଶୈଳୀ ବିପଦ ଉପରେ ନିର୍ଭର କରିବ। ଏହି ପଲିସି ଦୁର୍ଘଟଣାଜନିତ ମୃତ୍ୟୁ, ସ୍ଥାୟୀ ଭାବେ ଭିନ୍ନକ୍ଷମ ହେବା ଓ ସ୍ଥାୟୀ ଭାବେ ଆଂଶିକ ଭିନ୍ନକ୍ଷମ ହେବା ବିରୋଧରେ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି। ଏଥି ସହିତ ଦୁର୍ଘଟଣା ଜନିତ ହସ୍ପିଟାଲ୍‌ରେ ଥିବା ସମୟର ଖର୍ଚ୍ଚକୁ ମଧ୍ୟ ଏହା ଫେରସ୍ତ କରୁଛି।
ଏହି ପଲିସିରେ ଋଣଟ ସୁରକ୍ଷା, ଇଏମଆଇ ସୁରକ୍ଷା ଓ ପାଳିତ ପଶୁ ଯତ୍ନ ଭଳି ବିକଳ୍ପ ରହିଛି ଯାହା ଗ୍ରାହକଙ୍କୁ ଆର୍ଥିକ ପ୍ରତିବଦ୍ଧତାର ସୁରକ୍ଷା କରିବାରେ ସକ୍ଷମ କରୁଛି। ସନ୍ତାନ ଶିକ୍ଷା ସହାୟତା, ଏକାଡେମି ଅଧିବେଶନ, ଜୀବିତ ପିଲାଙ୍କ ପାଇଁ ଲାଭ ଓ ବିବାହ ଖର୍ଚ୍ଚ ଭଳି ନିର୍ଭରଶୀଳ ବ୍ୟକ୍ତିଙ୍କ ଭବିଷ୍ୟତ ଲାଗି ଏଥିରେ ଲାଭ ପ୍ରଦାନର ବ୍ୟବସ୍ଥା ରହିଛି। ପ୍ରଭାବିତ ପରିବାରଗୁଡ଼ିକୁ ଆର୍ଥିକ ସୁରକ୍ଷା ବାହାରେ ଆଇନଗତ କାଉନ୍‌ସେଲିଂ ଓ ଭିନ୍ନକ୍ଷମ ପରିଚାଳନା ସହାୟତା ମଧ୍ୟ ପ୍ରଦାନ କରାଯାଉଛି।
ଇ୍ୟକ୍ତିବିଶେଷ ଓ ପରିବାର ଏହି ପଲିସିକୁ କିଣିପାରିବେ ଯେଉଁଥିରେ ପାଂଚ ବର୍ଷ ପର୍ଯ୍ୟନ୍ତର ଅବଧି ରହିଛି। ବେତନଭୋଗୀ ପେସାଦାରମାନେ ଅତିିରିକ୍ତ ପ୍ରିମିୟମ ରିହାତି ପାଇପାରିବେ।
ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନିର ଏଜେନ୍ସି ହେଲ୍‌ଥ ମୁଖ୍ୟ ପଙ୍କଜ ଶ୍ରୀବାସ୍ତବ କହିଛନ୍ତି ଯେ, “ବିଶ୍ୱସ୍ତରରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଶୀର୍ଷରେ ରହିଥିବାରୁ ସେଭଳି ବଢ଼ୁଥିବା ବିପଦ ପ୍ରତି ଆର୍ଥିକ ପ୍ରସ୍ତୁତି ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆକ୍ସିଡେଂଟ୍ ସୁପର ଗାର୍ଡ ପ୍ଲସ୍ ସହିତ ଆମେ ଏକ ନମନୀୟ ଓ ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା ବୀମା ସମାଧାନ ସୃଷ୍ଟି କରିଛୁ ଯାହା ଗ୍ରାହକମାନଙ୍କ ଦେୟ, ଆୟ ସ୍ଥିତି ଓ ଜୀବନ ସ୍ତର ଆବଶ୍ୟକତାକୁ ଗ୍ରହଣ କରିବ ଏବଂ ସୁରକ୍ଷାକୁ ସହଜରେ ଉପଲବ୍ଧ କରାଇବ।
ଏହି ପଲିସିରେ ସ୍ଥାୟୀ ଭାବେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭିନ୍ନକ୍ଷମ ସୁରକ୍ଷା ଅଧୀନରେ ଏକକାଳୀନ ବୀମା ରାଶି ପ୍ରଦାନ କରାଯିବ। ଦୁର୍ଘଟଣା ଘଟି ମେଡିକାଲ୍‌ରେ ଭର୍ତ୍ତି ହେଲେ ମେଡିକାଲ୍ ଖର୍ଚ୍ଚ ବହନ କରିବ। ଇଏମ୍‌ଆଇ ବିକଳ୍ପ ମଧ୍ୟ ରହିଛି। ବ୍ୟକ୍ତିବିଶେଷ ଓ ପରିବାରଗୁଡ଼ିକ ଏହି ବୀମାର ସୁରକ୍ଷା ପାଇପାରିବେ।

Share

Leave a Reply

Your email address will not be published. Required fields are marked *

fifteen − 2 =