Business

ଆର୍ଥିକ ପରାମର୍ଶଦାତାଙ୍କୁ ସଶକ୍ତ କରିବା ପାଇଁ ଟାଟା ଏଆଇଏ ଲାଇଫ୍ ଇନ୍‌ସୁୃ୍ୟରାନ୍ସ ଓ ସିଏନ୍‌ବିସି-ଟିଭି୧୮ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ନବସୃଜନରେ ବୃଦ୍ଧି ଓ ସମଗ୍ର ବିଶ୍ୱରେ ବଢ଼ୁଥିବା ପ୍ରଭାବ ଦ୍ୱାରା ବିଶ୍ୱ ଅଭିବୃଦ୍ଧିରେ ଭାରତରେ ଅଗ୍ରଣୀ ସ୍ଥାନରେ ରହିଛି। ତାହା ଭାରତୀୟମାନଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। ସମୃଦ୍ଧି ବଢ଼ିବା ସହିତ ନାଗରିକମାନଙ୍କ ପାଇଁ ଆର୍ଥିକ ଯୋଜନା ଓ ସୁରକ୍ଷାର ଆବଶ୍ୟକତା ରହିଛି।
ଟାଟା ଏଆଇଏ ପକ୍ଷରୁ ବହୁବର୍ଷ ଧରି ଅଭିନବ ସମାଧାନ ଜରିଆରେ ସାରା ଦେଶର ଗ୍ରାହକମାନଙ୍କୁ ଏଦିଗରେ ସହଯୋଗ କରାଯାଉଛି। ଜୀବନ ବୀମା କ୍ଷେତ୍ରରେ ଏହା ଭାରତର ଅଗ୍ରଣୀ ସମାଧାନ ପ୍ରଦାନକାରୀ ଭାବେ ଉଭା ହୋଇଛି। ଭାରତ ସରକାର ଜିଏସ୍‌ଟି କମ୍ କରିବା ପରେ ଜୀବନ ବୀମା ଅଧିକ ସୁଲଭ ହୋଇପାରିଛି ଏବଂ ଭାରତୀୟ ପରିବାରର ଆବଶ୍ୟକ ବର୍ଗରେ ସାମିଲ ହୋଇପାରିଛି।
ଭାରତୀୟ ପରିବାରଗୁଡ଼ିକ ପାଇଁ ଆର୍ଥିକ ପରାମର୍ଶ କ୍ଷେତ୍ରରେ ଜୀବନ ବୀମା ପରାମର୍ଶଦାତାମାନେ ପ୍ରଥମେ ଯୋଗାଯୋଗରେ ରହିଥାନ୍ତି। ୧.୫ ଲକ୍ଷରୁ ଅଧିକ ପରାମର୍ଶଦାତା ସହିତ ଟାଟା ଏଆଇଏ ସେମାନଙ୍କୁ ଉପଯୁକ୍ତ ଟୁଲ୍ ଜରିଆରେ ଗ୍ରାହକମାନଙ୍କୁ ଦୀର୍ଘକାଳୀନ ଭିତିରେ ସେବା ପ୍ରଦାନ କରିବାକୁ ସକ୍ଷମ କରୁଛି।
ଏହି ପରାମର୍ଶଦାତା-ଉଦ୍ୟୋଗୀମାନଙ୍କ ସଫଳତାକୁ ପାଳନ କରିବା ଲାଗି ଟାଟା ଏଆଇଏ ପକ୍ଷରୁ ଏକ ସ୍ୱତନ୍ତ୍ର ମାନ୍ୟତା ପ୍ଲାଟଫର୍ମ ଟାଟା ଏଆଇଏ ଅରା ଆରମ୍ଭ କରାଯାଇଛି। ବିଶ୍ୱାସ, ନିରନ୍ତରତା ଓ ଗ୍ରାହକ ପ୍ରଥମ ଦୃଷ୍ଟିକୋଣ ଜରିଆରେ ଗ୍ରାହକମାନଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରୁଥିବା ପରାମର୍ଶଦାତାମାନଙ୍କୁ ଏହା ସ୍ୱୀକୃତି ଦେଉଛି।
ଏହି ଅଭିଯାନ ସମ୍ପର୍କରେ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ଏମ୍‌ଡି ଓ ସିଇଓ ଭେଙ୍କି ଆୟାର କହିଛନ୍ତି ଯେ, “ଟାଟା ଏଆଇଏରେ ସ୍ୱତନ୍ତ୍ରକୁ ସୁରକ୍ଷିତ ଓ ଭବିଷ୍ୟତକୁ ନିରାପଦ ରଖିବା ପାଇଁ ଆମ ପ୍ରତିଶ୍ରୁତିର ମୂଳ କେନ୍ଦ୍ରରେ ଆମ ଗ୍ରାହକମାନେ ରହିଛନ୍ତି।
ଗ୍ରାହକମାନଙ୍କୁ ସେମାନଙ୍କ ବିଭିନ୍ନ ଜୀବନ ପର୍ଯ୍ୟାୟରେ ଆମକୁ ସେବା ପ୍ରଦାନ ନେଇ ସାହାଯ୍ୟ କରିବାରେ ଆମ ପରାମର୍ଶଦାତାମାନେ ଆମର ବିଶ୍ୱାସନୀୟ ସହଯୋଗୀ ହୋଇଛନ୍ତି। ଟାଟା ଏଆଇଏ ଅରା ଜରିଆରେ ଆମେ ଆମ ଆର୍ଥିକ ପରାମର୍ଶଦାତାମାନଙ୍କ ଉଦ୍ୟମିତା ଭାବ ଓ ସଫଳତାକୁ ପାଳନ କରିବା ଓ ମାନ୍ୟତା ଦେବାକୁ ଚାହୁଛୁ।
ସିଏନ୍‌ବିସି-ଟିଭି୧୮ ସହିତ ଆମ ସହଯୋଗିତା ଜରିଆରେ ଆମେ ପରବର୍ତୀ ପିଢ଼ିର ଉପଦେଷ୍ଟା ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁମାନେ ବୀମାକୁ ସେମାନଙ୍କ ପୂର୍ଣ୍ଣକାଳୀନ ପେସା ଭାବେ ବିଚାର କରୁଛନ୍ତି।’’
ନିଉଜ୍‌୧୮ ଷ୍ଟୁଡିଓଜ୍‌ର ସିଇଓ ଶିବକୁମାର ଏସ୍ କହିଛନ୍ତି ଯେ, “ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ସହିତ ଆମ ସହଯୋଗିତା ଉପଦେଷ୍ଟାମାନଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରୁଛି ଯେଉଁମାନେ ସେବା ପ୍ରଦାନ କରୁଥିବା ପ୍ରତିଟି ପରିବାର ପାଇଁ ଯତ୍ନ ଓ ନିରନ୍ତରତା ପ୍ରଦାନ କରୁଛନ୍ତି। ବ୍ୟାପକ ଭାବେ ସେମାନଙ୍କ ଯାତ୍ରାକୁ ବାଂଟି ଅ।।ମ ଆଜିର ପରିବର୍ତିତ ଆର୍ଥିକ ଦୃଶ୍ୟପଟ୍ଟରେ ଦାୟିତ୍ୱବାନ ପରାମର୍ଶଦାତର ଗୁରୁତ୍ୱକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ।’’
ପରାମର୍ଶଦାତାମାନଙ୍କ ସଫଳତା କାହାଣୀର ପ୍ରଚାରପ୍ରସାର କରିବା ଲାଗି ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସିଏନ୍‌ବିସି-ଟିଭି୧୮ ସହ ସହଯୋଗିତା ଘୋଷଣା କରାଯାଇଛି। ଆଗାମୀ ଦିନରେ ଜୀବନ ବୀମା ପରାମର୍ଶକୁ ପୂର୍ଣ୍ଣକାଳୀନ ପେସା ଭାବେ ଗ୍ରହଣ କରିବା ଲାଗି ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।
ସଫଳ ପରାମର୍ଶଦାତାମାନଙ୍କ ଶକ୍ତିଶାଳୀ ଓ ପ୍ରଭାବଶାଳୀ କାହାଣୀ ସିଏନବିସି-ଟିଭି୧୮, ସିଏନବିସି-ଆୱାଜ, ମନିକଂଟ୍ରୋଲ ଡଟ କମ ଓ ସେମାନଙ୍କ ଡିଜିଟାଲ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସ୍ଥାନ ପାଇବ ଯାହା ଫଳରେ ସେମାନଙ୍କ କାହାଣୀ ବ୍ୟାପକ ଲୋକଙ୍କ ପାଖରେ ପହଂଚିପାରିବ।
ଟାଟା ଏଆଇଏ ଅରା ଓ ସିଏନବିସି-ଟିଭି୧୮ ସହ ଏହାର ସହଯୋଗିତା ଜରିଆରେ ଟାଟା ଏଆଇଏ ଏକ ଗ୍ରାହକ କୈନ୍ଦ୍ରୀକ ଦୃଷ୍ଠଟିକୋଣ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇବା ସହିତ ଭାରତର ଅଭିବୃଦ୍ଧି ଧାରା ଓ ଜିଏସଟି ଲାଭକୁ ଉପଯୋଗ କରି ଏବଂ ଏକ ଅଧିକ ବିଶ୍ୱସନୀୟ ଓ ଉତମ ଭାବେ ସୁରକ୍ଷିତ ଭାରତ ଗଠନ କରି ଗ୍ରାହକମାନଙ୍କ ପାଇଁ ସଠିକ୍ ଉପଦେଷ୍ଟାକୁ ସମ୍ମାନିତ କରିବ।

Share

Leave a Reply

Your email address will not be published. Required fields are marked *

2 + seven =