Business

ଷ୍ଟଡ୍‌ସ ଆସେସୋରିଜ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୦ରେ ଖୋଲିବ

ଭୁବନେଶ୍ୱର: ଷ୍ଟଡ୍‌ସ ଆସେସୋରିଜ୍ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୦ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୨୯, ବୁଧବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ନଭେମ୍ବର ୩ ସୋବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫରରେ ୭,୭୮୬,୧୨୦ ଇକ୍ୱିଟି ସେୟାରର ଅଫର୍ ଫର୍ ସେଲ୍ ରହିଛି। କମ୍ପାନିର ଅଂଶଧନକାରୀ ମଧୁ ଭୂଷଣ ଖୁରାନା ୩,୮୦୦,୦୦୦ ପର୍ଯ୍ୟନ୍ତ, ସିଦ୍ଧାର୍ଥ ଭୂଷଣ ଖୁରାନା ୮,୦୦,୦୦୦ ପର୍ଯ୍ୟନ୍ତ, ଚାନ୍ଦ ଖୁରାନା ୨,୧୦୦,୦୦୦ ପର୍ଯ୍ୟନ୍ତ, ସଞ୍ଜୟ ଲେଖା ୩୪୨,୦୦୦ ପର୍ଯ୍ୟନ୍ତ, ସଞ୍ଜୟ ଲେଖା ଓ ଚାରୁ ଲେଖା ମିଳିତ ଭାବେ ୨୫୮,୦୦୦ ପର୍ଯ୍ୟନ୍ତ, ଚାରୁ ଲେଖା ୨୪୯,୬୦୦ ପର୍ଯ୍ୟନ୍ତ, ନିଶା ଲେଖା ୧୦୦,୮୦୦ ପର୍ଯ୍ୟନ୍ତ, ନୈନ ତାରା ମେହେଟ୍ଟା ୫୭,୬୦୦ ପର୍ଯ୍ୟନ୍ତ, ସୁନିଲ କୁମାର ରସ୍ତୋଗୀ ୩୬,୦୦୦ ପର୍ଯ୍ୟନ୍ତ, ଏସ୍‌ଇ ସୁଜ୍ ପ୍ରାଇଭେଟ୍ ଲିମିଟେଡ୍ ୨୫,୯୨୦ ଇକ୍ୱିଟି ସେୟାର ପର୍ଯ୍ୟନ୍ତ ଓ ଅଜୟ କୁମାର ସଖୁଜା ୧୬,୨୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ।
ନିବେଶକମାନେ ସର୍ବନିମ୍ନ ୨୫ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୨୫ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୫୫୭ ଟଙ୍କାରୁ ୫୮୫ ଟଙ୍କା ମଧ୍ୟରେ ରହିଛି । ଏହି ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ଲାଗି ଡିଆର୍‌ଏଚ୍‌ପିରେ ପ୍ରସ୍ତାବ ଦିଆଯାଇଛି।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍ ଓ ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Share

Leave a Reply

Your email address will not be published. Required fields are marked *

5 × 4 =