Business

ଷ୍ଟରଲାଇଟ ଇଲେକ୍ଟ୍ରିକ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ଅଂଶ ଷ୍ଟରଲାଇଟ ଇଲେକ୍ଟ୍ରିକ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଆଇପିଓରେ ନୂଆ ୭,୭୯୩, ୩୭୧ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲରେ ଅଂଶଧନକାରୀମାନେ ୭,୭୯୫,୮୦୩ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି ଅନିଲ ଅଗ୍ରୱାଲ ଓ ଟ୍ୱିନ ଷ୍ଟାର ଓଭରସିଜ ଲିମିଟେଡ। ଉଭୟ ଅଫର ଫର ସେଲରେ ଅଂଶଗ୍ରହଣ କରିବେ। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଓ ଏହାର ସହାୟକ ସଂସ୍ଥାଗୁଡ଼ିକ ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ, କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
ଷ୍ଟରଲାଇଟ ଇଲେକ୍ଟ୍ରିକ ହେଉଛି କ୍ୟାପିଟାଲ ଗୁଡସର ଏକ ନିର୍ମାତା ଏବଂ ଏହା ବିଦ୍ୟୁତ ବଂଟନ ଓ ସଂଚରଣ କ୍ଷେତ୍ରକୁ ସିଷ୍ଟମ ଇଂଟିଗ୍ରେସନ ସମାଧାନ ପ୍ରଦାନ କରୁଛି। କମ୍ପାନି ଓଭରହେଡ କଣ୍ଡକ୍ଟର, ବିଦ୍ୟୁତ ତାର, ଅପ୍ଟିକାଲ ଭୁତଳ ତାର ଆଦି ପ୍ରଦାନ କରୁଥିବା ବେଳେ ମାଷ୍ଟର ସିଷ୍ଟମ ଇଂଟିଗ୍ରେସନ ସେବା ଯୋଗାଉଛି।
୨୦୨୫ ଆର୍ôଥକ ବର୍ଷରେ ମୂଲ୍ୟ ଦୃଷ୍ଟିରୁ ଭାରତୀୟ ବିଦ୍ୟୁତ କଣ୍ଡକ୍ଟର ବଜାରରେ କମ୍ପାନିର ୧୫ ପ୍ରତିଶତ ଅଂଶ ଥିଲା ଏବଂ ହାଇ ଆମ୍ପାସିଟି ଓ ଏଏଲ୫୯ କଣ୍ଡକ୍ଟର ବଜାରରେ ଏହାର ୨୫-୨୮ ପ୍ରତିଶତ ଅଂଶ ରହିଛି। ଏହା ଆମେରିକା, ବ୍ରାଜିଲ, ସ୍ୱିଡେନ, ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ୟୁଏଇ, ଚିଲି ଓ ପେରୁ ଭଳି ୭୦ରୁ ଅଧିକ ଦେଶରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି।
କମ୍ପାନିର ଚାରିଟି ଉତ୍ପାଦନ କାରଖାନା ଓଡ଼ିଶାର ଝାରସୁଗୁଡ଼ା, ଦାଦର ଓ ନାଗର ହାଭେଲିର ପିପାରିଆ ଓ ରାଖୋଲିରେ ରହିଛି ଯେଉଁଠାରେ ଓଭରହେଡ କଣ୍ଡକ୍ଟର ଉତ୍ପାଦନ କରାଯାଇଛି। ଉତରାଖଣ୍ଡର ହରିଦ୍ୱାରରେ ଥିବା କାରଖାନାରେ ବିଦ୍ୟୁତ ତାର ତିଆରି କରାଯାଉଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ବର୍ଷିକ ସ୍ଥାପିତ ଉତ୍ପାଦନ କ୍ଷମତା ୧୧୭,୧୯୫.୬୦ ମେଟ୍ରିକ ଟନ ଓଭରହେଡ କଣ୍ଡକ୍ଟର, ୨୪୦୦ କିଲୋମିଟରର ବିଦ୍ୟୁତ ତାର ଏବଂ ୨୧୦୦୦ କିଲୋମିଟରର ଓପିଜିଡବ୍ଲ୍ୟୁ ରହିଛି।
ଭାରତର ବିଦ୍ୟୁତ ସଂଚରଣ କ୍ଷେତ୍ର ୨୦୩୦ ସୁଦ୍ଧା ୫୦୦ ଗିଗାୱାଟର ଅଣ ଜୀବାଶ୍ମ ପରିବର୍ତନ ଆଡ଼କୁ ଗତି କରିବ ବୋଲି କ୍ରିସିଲ ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ୨୦୨୯ ଆର୍ôଥକ ବର୍ଷ ସୁଦ୍ଧା ବିଦ୍ୟୁତ ତାର ଶିଳ୍ପ ବାର୍ଷି ୧୧-୧୩ ପ୍ରତିଶତ ହାରରେ ଆଗକୁ ବଢ଼ିବାକୁ ଯାଉଛି। କମ୍ପାନିର ପରିଚାଳନା ନିର୍ଦେଶକ ପ୍ରତୀକ ଅଗ୍ରୱାଲ, ଅଧ୍ୟକ୍ଷ ପ୍ରବୀଣ ଅଗ୍ରୱାଲ ଓ ସିଇଓ ରିଶୁ ମଦନ ତାହାର ଲାଭ ହାସଲ କରିବା ଲାଗି କମ୍ପାନି ପ୍ରସ୍ତୁତ ରହିଛି।
ଏହି ଇସ୍ୟୁର ବୁକ ରନି ଲିଡ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ କ୍ୟାପିଟାଲ ଲିମିଟେଡ, ମୋତିଲାଲ ଓସ୍ୱାଲ ଇନେଭଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ ଓ ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

2 × four =