ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସଶକ୍ତିକରଣ ପାଇଁ ସ୍ପାଇସ ମନି ଜିଏଫଟିଏନ୍ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ; ଫିନଟେକ୍ ଏବଂ ଇନସୁରଟେକ୍ ସ୍ନାତକଙ୍କ ପ୍ରଥମ ବ୍ୟାଚ୍କୁ ନିଯୁକ୍ତି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗ୍ରାମୀଣ ଫିନଟେକ କମ୍ପାନି ଓ ଡିଜିସ୍ପାଇସ ଟେକ୍ନୋଲୋଜିସ ଲିମିଟେଡର ସହାୟକ ସଂସ୍ଥା ସ୍ପାଇସ ମନି ପକ୍ଷରୁ ଓଡ଼ିଶା ସରକାରଙ୍କ ଭାରତ ନେତ୍ର ପ୍ରୋଗ୍ରାମ ଅଧୀନରେ ଅନୁଷ୍ଠିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କ (ଜିଏଫଟିଏନ)ର ଅଭିଯାନ ବ୍ଲାକ ସ୍ୱାନ ସମିଟ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଘୋଷଣା କରାଯାଇଥିଲା। ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା, ଫିନଟେକ ପ୍ରତିଭାକୁ ଦୃଢ଼ କରିବା ଏବଂ ପ୍ରଯୁକ୍ତି ପରିଚାଳିତ ଦୂରଦୂରାନ୍ତ ସମାଧାନ ଜରିଆରେ ମହିଳା ନେତୃତ୍ୱାଧୀନ ଉଦ୍ୟମିତାକୁ ସୁଦୃଢ଼ କରିବାରେ ନିଜର ପ୍ରତିବଦ୍ଧତାକୁ କମ୍ପାନି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦୋହରାଇଥିଲା।
ସମ୍ମିଳନୀରେ ଜିଏଫଟିଏନ ପକ୍ଷରୁ ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନୟୁଏସ) ସହଯୋଗିତାରେ ଫିନଟେକ ଓ ଇନସିଓରଟେକକୁ ନେଇ ଏକ ସାର୍ଟିଫିକେସନ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଡିଜିଟାଲ ଫାଇନାନ୍ସ ଶ୍ରମଶକ୍ତି ଗଠନ କରିବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ପାଠ୍ୟକ୍ରମରେ ପ୍ରାରମ୍ଭିକ ଦଳ ଭାବେ ୧୮୫ ଛାତ୍ରଛାତ୍ରୀ ଯୋଡ଼ିହୋଇଥିଲେ। ଉଦୀୟମାନ ପ୍ରତିଭାମାନଙ୍କୁ ସମୃଦ୍ଧ କରିବାର ପ୍ରତିବଦ୍ଧତା ପ୍ରଦର୍ଶନ କରି ସ୍ପାଇସ ମନି ପକ୍ଷରୁ ଏହି ବ୍ୟାଚର ୨୯ ଜଣ ଛାତ୍ରଛାତ୍ରୀଙ୍କୁ ସମିଟର ନିଯୁକ୍ତି ମେଳାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା ଯାହା ଶିଳ୍ପ ନିଯୁକ୍ତି ସୁଯୋଗ ଓ ଓଡ଼ିଶାର ବର୍ଦ୍ଧିତ ଫିନଟେକ ବ୍ୟବସ୍ଥାକୁ ସମର୍ଥନ ଜଣାଇଥିଲା।
ଭାରତନେତ୍ର ପ୍ରକଳ୍ପ ଅଧୀନରେ ସହଯୋଗିତା ଭିତିକ ଅଭିଯାନର ଅନୁସନ୍ଧାନ କରିବା ପାଇଁ ଏହି ସମିଟରେ ସ୍ପାଇସମନି ପକ୍ଷରୁ ଜିଏଫଟିଏନ ଓ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଥିଲା। ପ୍ରଯୁକ୍ତି ଆଧାରିତ ପଦକ୍ଷେପ ଜରିଆରେ ମିଳିତ ଭାବେ ସାରା ରାଜ୍ୟରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ଡିଜିଟାଲ ସାକ୍ଷରତା ଓ ଜୀବିକା ସୁଯୋଗ ପ୍ରଦାନ କରିବାକୁ ଏହି ଏମଓୟୁ ଏକ ଫ୍ରେମୱର୍କ ସ୍ଥାପନ କରିଛି।
ଏହି ସହଯୋଗିତାରେ ଡିଜିଟାଲ ସଂଚୟ ଓ ପେମେଂଟ ସମାଧାନ ଉପସ୍ଥାପନ କରାଯାଇଛି ଯେଉଁଥିରେ ଓଡ଼ିଶାରେ ଡିଜିଟାଲ ଆର୍ôଥକ ସେବା କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ନୂଆ ଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବିକଶିତ ଏକ ଡିଜିଟାଲ ୱାଲେଟ ରହିଛି।
ଏହାର ବ୍ୟାପକ ନବସୃଜନ ଲକ୍ଷ୍ୟର ଅଂଶସ୍ୱରୂପ ଲକ୍ଷ୍ୟ ଓ ଫଳାଫଳ ଆଧାରିତ ଆର୍ôଥକ ଆବଂଟନ ଓ କଲ୍ୟାଣମୂଳକ ଯୋଜନାର ଲାଭ ପ୍ରଦାନରେ ସ୍ୱଚ୍ଛତାରେ ଉନ୍ନତି ଆଣି ମିସନ ଶକ୍ତିକୁ ସହଯୋଗ କରିବା ଲାଗି ଓଡ଼ିଶା ସରକାରଙ୍କୁ ପ୍ରୋଗ୍ରାମ ହୋଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ପିସିବିଡିସି) ବ୍ୟବହାର କରିବାକୁ ସ୍ପାଇସ ମନି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
ସ୍ପାଇସ ମନି ଅଧିକାରୀ ଭାବେ ପରିଚିତ ଡିଜିଟାଲ ଉଦ୍ୟୋଗୀମାନଙ୍କ ଏକ ବ୍ୟାପକ ଗ୍ରାମୀଣ ନେଟୱର୍କକୁ ବ୍ୟବହାର କରି କମ୍ପାନି ଆର୍ôଥକ ସ୍ୱାଧୀନତାକୁ ସୁଦୃଢ଼ କରି, ସ୍ୱଚ୍ଛତା ଓ ମହିଳାଙ୍କ ପାଇଁ ଅର୍ଥ ପରିଚାଳନାକୁ ସୁରକ୍ଷିତ କରି ଏଚଏସଜିମାନଙ୍କ ସମ୍ପୂର୍ଣ୍ଣ ଯାତ୍ରାକୁ ଡିଜିଟାଇଜ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି।
ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାରେ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ତୃଣମୂଳ କ୍ରିୟାନ୍ୱୟନ ଦକ୍ଷତା ସହିତ ଫିନଟେକ ନବସୃଜନକୁ ମିଶାଇ ପାରମ୍ପରିକ କଲ୍ୟାଣମୂଳକ ଲାଭ ପ୍ରଦାନକୁ ଫଳାଫଳ ଆଧାରିତ ସଶକ୍ତୀକରଣରେ ପରିଣତ କରିବାକୁ ଏହି ଅଭିଯାନ ଲକ୍ଷ୍ୟ ରଖିଛି।
ସ୍ପାଇସ ମନିର ପ୍ରତିଷ୍ଠାତା ଓ ସିଇଓ ଦିଲ୍ଲୀପ ମୋଦୀ କହିଛନ୍ତି ଯେ, “ଓଡ଼ିଶାରେ ଅନୁଷ୍ଠିତ ବ୍ଲାକ ସ୍ୱାନ ସମିଟରେ ଆମର ଅଂଶଗ୍ରହଣ ଏକ ଅନ୍ତର୍ଭୁକ୍ତୀକରଣ ଡିଜିଟାଲ ଅର୍ଥନୀତି ଗଠନ ପାଇଁ ସ୍ପାଇସ ମନିର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯେଉଁଠାରେ ପ୍ରଯୁକ୍ତି ବିଦ୍ୟାର ଲାଭ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଂଚିପାରିବ। ଜିଏଫଟିଏନ ଓ ଓଡ଼ିଶା ସରକାରଙ୍କ ସହ ସହଯୋଗିତାକୁ ନେଇ ଆମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା, ନିରନ୍ତର ଜୀବନଜୀବିକା ସୃଷ୍ଟି କରିବା ଓ ସହାୟକ ଫିନଟେକ ନବସୃଜନ ଜରିଆରେ ଉଦ୍ୟମିତାକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରାରମ୍ଭିକ ଫିନଟେକ ଓ ଇନସିଓରଟେକ କାର୍ଯ୍ୟକ୍ରମର ସ୍ନାତକମାନଙ୍କୁ ନିଯୁକ୍ତି ଦେଇ ପ୍ରତିଭା ବିକାଶ ଓ ଅନ୍ତର୍ଭୁକ୍ତୀକରଣ ମିଳିତ ଭାବେ ଆଗକୁ ବଢ଼ିବା ଉପରେ ଆମ ବିଶ୍ୱାସକୁ ତାହା ପ୍ରଦର୍ଶିତ କରିଛି।”

