Business

ସୋନି ଇଣ୍ଡିଆ ପକ୍ଷରୁ ନୂଆ କ୍ୟାମେରା “ଆଇଏଲ୍‌ସିଇ-୭ଭି’ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଲୋକପ୍ରିୟ ଆଲ୍‌ଫା ୭ ଫୁଲ-ଫ୍ରେମ୍ ମିରର୍‌ଲେସ୍ କ୍ୟାମେରା ଆଇଏଲ୍‌ସିଇ-୭ଭିକୁ ଉନ୍ମୋଚନ କରାଯାଇଛି। ଏଥିରେ ନୂତନ ଭାବେ ବିକାଶ କରାଯାଇଥିବା ଏକ୍ସମୋର୍ ଆର୍‌ଏସ୍ ସିଏମ୍‌ଓଏସ୍ ଇମେଜ୍ ସେନ୍‌ସର୍ ରହିଛି ଯାହା ୩୩.୦ ପ୍ରଭାବଶଳୀ ମେଗାପିକ୍‌ସେଲ୍ ସହ ଆସିଛି। ଏହାର ନୂଆ ଇମେଜ୍ ପ୍ରୋସେସିଂ ଇଞ୍ଜିନ ବିଓନଜେଡ୍ ଏକ୍ସଆର୍‌୨ ଆଲ୍‌ଫା ସିରିଜ୍‌ରେ ଏଆଇ ପ୍ରୋସେସିଂ ୟୁନିଟ୍ ବ୍ୟବହାର କରିଛି। ଫଳରେ ନୂଆ କ୍ୟାମେରାର ଇମେଜିଂ, ବାସ୍ତବ ସମୟ ଚିହ୍ନଟ, ଅଟୋ ଫୋକସ୍‌, ବାସ୍ତବ ସମୟ ଟ୍ରାକିଂ, ସ୍ପିଡ୍‌, ସ୍ଥିର ରଙ୍ଗ ସଠିକତା, ସ୍ଥିର ଚିତ୍ର ଉତୋଳନ ଓ ଭିଡିଓ ବିବିଧତାରେ ଯଥେଷ୍ଟ ଉନ୍ନତି ଆସିପାରିଛି।
ଏଥି ସହିତ ସୋନି ପକ୍ଷରୁ ଫୁଲ୍ ଫ୍ରେମ୍ ସହ କମ୍ପାଟିବଲ୍ ଥିବା ଛୋଟ ଓ ହାଲୁକା ସାଧାରଣ ଜୁମ୍ ଲେନ୍ସ ଏଫ୍‌ଇ ୨୮-୭୦ ଏମ୍‌ଏମ୍ ଏଫ୍‌୩.୫.୬ ଓଏସ୍‌ଏସ୍ ୨କୁ ମଧ୍ୟ ଉନ୍ମୋଚନ କରାଯାଇଛି ଯାହା ଆଇଏଲ୍‌ସିଇ-୭ଭି କ୍ୟାମେରାକୁ ହାଇସ୍ପିଡ୍ ସୁଟିଂ ବେଳେ ସହାୟକ ହେବ।
ଏହି ଅବସରରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ନୂତନ ଭାବେ ଉନ୍ମୋଚିତ ହୋଇଥିବା ଆଇଏଲ୍‌ସିଇ-୭ଭି କ୍ୟାମେରା ଫୁଲ୍‌-ଫ୍ରେମ୍ କ୍ୟାମେରା ବର୍ଗରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି। ଶ୍ରେଷ୍ଠ ଇମେଜିଂ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇଥିବା ଏହି କ୍ୟାମେରା ସୃଜନଶୀଳତାକୁ ଆଗକୁ ବଢ଼ାଇବ ଏବଂ କଳ୍ପନା ବାହାରେ ଛବି ଉତୋଳନ କରିବ। ଉନ୍ନତ ନିୟନ୍ତ୍ରଣ, ପରବର୍ତୀ ପିଢ଼ିର ନବସୃଜନ ଓ ବିଜୁଳି ବେଗର ସ୍ପିଡ୍ ଚାହୁଥିବା କ୍ରିଏଟରମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।’’
ନୂଆ ଆଇଏଲ୍‌ସିଇ-୭ଭି କ୍ୟାମେରାରେ ରହିଛି ଏଆଇ ପ୍ରୋସେସିଂର ଶକ୍ତି ଯାହା ବାସ୍ତବ ସମୟ ଚିହ୍ନଟରେ ୩୦ ପ୍ରତିଶତ ଉନ୍ନତି ଆଣିଛି। ଇଭି ମାଇନସ୍ ୪.୦ ଡିଗ୍ରି ଭଳି କମ୍ ଆଲୋକରେ ମଧ୍ୟ ଏହା ଚମତ୍କାର ଛବି ଉତୋଳନ କରୁଛି। ଏଥିରେ ବ୍ୟବହାର କରାଯାଇଥିବା ଏକ୍ସମୋର୍ ଆର୍‌ଏସ୍ ସିଏମ୍‌ଓଏସ୍ ଇମେଜ ସେନ୍‌ସର୍ ଓ ବିଓନଏନ୍‌ଜେଡ୍ ଏକ୍ସଆର୍ ପ୍ରୋସେସର ଯୋଗୁଁ ହାଇ ସ୍ପିଡ୍ ସୁଟିଂ ସହଜ ହୋଇଛି। ଏହାର ପ୍ରି-କ୍ୟାପ୍‌ଚର୍ ସୁବିଧା ପାଇଁ ସଟର୍ ଦବାଇବାର ଏକ ସେକେଣ୍ଡ୍ ପୂର୍ବରୁ ତାହା ରେକର୍ଡ କରିବା ଆରମ୍ଭ କରିବ।
ଏଥିରେ ଏଆଇ ପରିଚାଳିତ ଅଟୋ ହ୍ୱାଇଟ୍ ବାଲାନ୍ସ ରହିଛି ଯାହା ଆପେ ଆଲୋକର ଉତ୍ସକୁ ଚିହ୍ନଟ କରିବ। ଏହା ପ୍ରାକୃତିକ ଓ ସ୍ଥିର ରଙ୍ଗ ସୃଷ୍ଟି କରିବ। ଏଥିରେ ଫୁଲ୍ ଫ୍ରେମ୍ ମୋଡ୍ ଓ ୪କେ ୧୨୦ପି ରେକର୍ଡିଂ ପାଇ ଏପିଏସ୍‌-ସି ମୋଡ୍ ରହିଛି। ଡାଇନାମିକ୍ ଆକ୍ଟିଭ୍ ମୋଡ୍‌ରେ ସ୍ଥିର ଭିଡିଓ ଉତୋଳନ ବେଶ୍ ଚମତ୍କାର ହୋଇପାରିଛି। ଉନ୍ନତ ଶକ୍ତି ପରିଚାଳନା ଓ ଷ୍ଟାମିନା ପ୍ରଦର୍ଶନ ଏହାକୁ ଭରସାଯୋଗ୍ୟ କରିପାରିଛି।
ସୋନିର ମହତ୍ୱକାଂକ୍ଷୀ ରୋଡ୍ ଟୁ ଜିରୋ ଅଭିଯାନ ଅନୁସାରେ ଏହି ଉତ୍ପାଦନକୁ ପରିବେଶ ଅନୁକୂଳ ଭାବେ ପ୍ରସ୍ତୁତ କରାଯାଇଛି। ଏହାକୁ ୧୦୦ ପ୍ରତିଶତ ଅକ୍ଷୟ ଶକ୍ତି ବ୍ୟବହାର କରି ପ୍ରସ୍‌ତୁତ କରାଯାଇଛି। ଏହାର ପ୍ୟାକେଜିଂରେ ପରିବେଶ ଅନୁକୂଳ ଉପକରଣ ବ୍ୟବହାର ହୋଇଛି।
୨୦୨୫ ଡିସେମ୍ବର ୧୦ ଠାରୁ ଆଇଏଲ୍‌ସିଇ-୭ଭି କ୍ୟାମେରା ଉପଲବ୍ଧ ହେବ ଏବଂ ଆଇଏଲ୍‌ସିଇ-୭ଭି ଏମ୍‌-କିଟ୍ ୨୦୨୬ ଫେବ୍ରୁଆରିରୁ ଆରମ୍ଭ ହେବ। ଏହା ସୋନି ସେଂଟର, କେତେକ କ୍ରୋମା ଷ୍ଟୋର୍ ଓ ରିଲାଏନ୍ସ ଆଉଟ୍‌ଲେଟ୍‌, ସପ୍‌ଆଟ୍‌ଏସ୍‌ସି ଡଟ୍ କମ୍ ଓ ଆମାଜନ ପୋର୍ଟାଲରେ ଉପଲବ୍ଧ ହେବ। ଆଇଏଲସିଇ-୭ଭି ବଡିର ଦାମ୍ ୨,୫୫,୯୯୦ ଟଙ୍କା ରହିଛି ଓ ଆଇଏଲସିଇ-୭ଭି ଏମ-କିଟ୍‌ର ଦାମ୍ ୨୭୦,୪୯୦ ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

4 × 2 =