Business

ଶ୍ରୀଜୀ ସିପିଂ ଗ୍ଲୋବାଲ ଲିମିଟେଡର ଆଇପିଓ ୨୦୨୫ ଅଗଷ୍ଟ ୧୯ରେ ଖୋଲିବ

ଭୁବନେଶ୍ୱର: ଶ୍ରୀଜି ସିପିଂ ଗ୍ଲୋବାଲ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି ଯେ କମ୍ପାନିର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୫ ଅଗଷ୍ଟ ୧୯ ମଙ୍ଗଳବାର ଦିନ ଖୋଲିବ ଏବଂ ଅଗଷ୍ଟ ୨୧, ଗୁରୁବାର ଦିନ ବନ୍ଦ ହେବ। ଆଙ୍କର ନିବେଶକମାନେ ଇସ୍ୟୁ ଖୋଲିବାର ଗୋଟିଏ ଦିନ ପୂର୍ବରୁ ୨୦୨୫ ଅଗଷ୍ଟ ୧୮, ସୋମବାର ବିଡ ଦାଖଲ କରିପାରିବେ। ନିବେଶକମାନେ ସର୍ବନିମ୍ନ ୫୮ଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ଏହାପରେ ୫୮ଟି ଲେଖାଏଁ ସେୟ।।ର ସେଥିରେ ଯୋଡ଼ିପାରିବେ। ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୨୪୦ ଟଙ୍କାରୁ ୨୫୨ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି।
ଏହି ଇସ୍ୟୁରେ ୧୬,୨୯୮,୦୦୦ ଇକ୍ୱିଟି ସେୟାର ଜାରି କରାଯିବ। ସେଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୨୫୧.୧୮ କୋଟି ଟଙ୍କାକୁ ଜାହାଜ ଅଧିଗ୍ରହଣ କରିବାରେ, ୨୧ କୋଟି ଟଙ୍କାକୁ ଋଣ ପରିଶୋଧ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନି ପକ୍ଷରୁ ଭାରତ ଓ ଶ୍ରୀଲଙ୍କାରେ ବନ୍ଦର ଓ ଜେଟି ମାଧ୍ୟମରେ ଲଜିଷ୍ଟିକ୍ସ ଓ ଜାହାଜ ପରିବହନ ସୁବିଧା ପ୍ରଦାନ କରାଯାଉଛି। କମ୍ପାନି ପାଖରେ ୮୦ଟି ଜାହାଜ ରହିଥିବା ବେଳେ ୩୭୦ରୁ ଅଧିକ ଆର୍ଥମୁଭିଂ ଉପକରଣ ରହିଛି। ଏହା ୨୦ରୁ ଅଧିକ ବନ୍ଦରରେ ସେବା ପ୍ରଦାନ କରୁଛି।
କମ୍ପାନିର ଗ୍ରାହକମାନଙ୍କ ମଧ୍ୟରେ ସେଲନ ସିପିଂ କର୍ପୋରେସନ ଲିମିଟେଡ, ଆଦାନୀ ଏଂଟରପ୍ରାଇଜେସ ଲିମିଟେଡ, ଟୋରେଂଟ ପାୱାର ଲିମିଟେଡ, ଟାଟା ଇଂଟରନ୍ୟାସନାଲ ଲିମିଟେଡ, ଆରଏସପିଏଲ, ଶ୍ରୀ ଦିଗବିଜୟ ସିମେଂଟ, ଅଲଟ୍ରୋଟେକ ସିମେଂଟ, ଅମ୍ବୁଜା ସିମେଂଟ, ଏସିସି, ଅଗ୍ରୱାଲ କୋଲ କର୍ପୋରେସନ ଭଳି ସଂସ୍ଥା ରହିଛନ୍ତି। କୋଲକୋତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ କମ୍ପାନି ଏକ ଜାସମାନ କ୍ରେନ ବ୍ୟବସ୍ଥା ସ୍ଥାପନ କରିବା ଲାଗି କମ୍ପାନି ଲେଟର ଅଫ ଇଂଟେଂଟ ହାସଲ କରିଛି। ଏହା ବ୍ୟତୀତ କମ୍ପାନି କୋଇଲା ଖଣି କ୍ଷେତ୍ରରେ ପ୍ରବେଶ କରିବାକୁ ମଧ୍ୟ ଯୋଜନା ରଖିଛି।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡ ଅଫ ଇଣ୍ଡିଆ (ଏନଏସଇ)ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଏହି ଇସ୍ୟୁର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଯୋଗ୍ୟ ସଂସ୍ଥାଗତ ନିବେଶ (କ୍ୟୁଆଇବି) ମାନଙ୍କ ପାଇଁ ସଂରକ୍ଷିତ ରହିବ। ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ବୁକ ରନିଂ ଲିଡ ମ୍ୟାନେଜର ଆଙ୍କର ନିବୋକମାନଙ୍କୁ ସମାନୁପାତିକ ଭିତିରେ ପ୍ରଦାନ କରିପାରିବେ। ତାହାର ଏକ ତୃତୀୟାଂଶ ଭାଗ ଘରୋଇ ମ୍ୟୁଚୁଆଲ ଫଣ୍ଡ ପାଇଁ ସଂରକ୍ଷିତ ରହିବ। ଯଦି ଆଙ୍କର ନିବେଶକଙ୍କ ଭାଗ ପୂର୍ଣ୍ଣ ଭାବେ ଆବଂଟନ ହୋଇପାରିବ ନାହିଁ, ତେବେ ବଳକା ଭାରତକୁ ନିଟ କ୍ୟୁଆଇିବ ଭାଗରେ ସାମିଲ କରାଯାଇପାରିବ। ନିଟ କ୍ୟୁଆଇବିର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ଲାଗି ରଖାଯିବ। ଇସ୍ୟୁର ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକଙ୍କୁ ପ୍ରଦାନ କରାଯିବ। ଅଣ ସଂସ୍ଥାଗତ ନିବେଶକଙ୍କ ଭାଗର ୩୫ ପ୍ରତିଶତ ଇକ୍ୱିଟି ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ପାଇଁ ରଖାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ବିଲାଇନ କ୍ୟାପିଟାଲ ଆଡଭାଇଜର୍ସ ପ୍ରାଇଭେଟ ଲିମିଟେଡ ଓ ଏଲାରା କ୍ୟାପିଟାଲ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

3 × 3 =