Business

ଆସନ୍ତା ଡିସେମ୍ବର ୧୩ ତାରିଖ ଦିନ ବିଚାରଧିନ ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ କରନ୍ତୁ: ଟିପିଡବ୍ଲୁଓଡିଏଲ୍

ବୁର୍ଲା, ୦୯ ଡିସେମ୍ବର ୨୦୨୫: ଆସନ୍ତା ୧୩ ଡିସେମ୍ବର ୨୦୨୫ (ଶନିବାର) ସକାଳ ୧୦:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଚତୁର୍ଥ ଜାତୀୟ ଲୋକ ଅଦାଲତରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ମଧ୍ୟ ଅଂଶ ଗ୍ରହଣ କରୁଅଛି । ଏଣୁ କମ୍ପାନୀ ପକ୍ଷରୁ ଜନସାଧାରଣ ତଥା ଏହାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଏହି ଲୋକ ଅଦାଲତରେ ସାମିଲ ହୋଇ ବିଚାରଧିନ ରହିଥିବା ସେମାନଙ୍କର ସମସ୍ତ ପ୍ରକାର ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ କରାଇ ନେବାକୁ ସୂଚିତ କରାଯାଉଅଛି ।

ଏହି ପଦକ୍ଷେପ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଶୀଘ୍ର, ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ ଉପାୟରେ ବିଚାରାଧୀନ ଥିବା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଅଛି । ସୁଗମ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନାଲ୍ (ଏସଡିଓ) ଏବଂ ସେକ୍ସନ ଅଫିସମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଅଛି । ଯେଉଁଠାରେ ଲୋକ ଅଦାଲତ ସମୟରେ ଡକ୍ୟୁମେଣ୍ଟସନ୍, ଭେରିଫିକେସନ୍ ଏବଂ ପେମେଣ୍ଟ ସମ୍ୱନ୍ଧୀୟ ସମସ୍ତ ସହଯୋଗ କରାଯିବ ।

ସୂଚନାଥାଉ କି, ବିଚାରାଧୀନ ଥିବା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ନିମନ୍ତେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ପ୍ରାରମ୍ଭିକ ଔପଚାରିକତା ସମାପ୍ତ କରିବା ପାଇଁ ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କର ନିକଟତମ ସବ-ଡିଭିଜନାଲ୍ କିମ୍ବା ସେକ୍ସନ ଅଫିସ ଭ୍ରମଣ କରିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଉଅଛି । ଯାହା ଫଳରେ ଗ୍ରାହକମାନେ ଏହି ଦିନିକିଆ ଲୋକ ଅଦାଲତର ସର୍ବାଧିକ ଲାଭ ଉଠାଇ ପାରିବେ ।

ଅଧିକ ବିବରଣୀ ପାଇଁ, ଗ୍ରାହକମାନେ ସେମାନଙ୍କର ନିକଟତମ ଏସଡିଓ କିମ୍ବା ସେକ୍ସନ ଅଫିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଅଛି ।

Share

Leave a Reply

Your email address will not be published. Required fields are marked *

14 + seventeen =