Business

ଏସବିଆଇ ପକ୍ଷରୁ ୟୋନୋ ୨.୦ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ପକ୍ଷରୁ ୟୋନୋ ୨.୦କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଉଭୟ ମୋବାଇଲ୍ ଓ ନେଟ୍ ବ୍ୟାଙ୍କିଙ୍ଗର ମିଶ୍ରଣରେ ଉନ୍ନତ ଡିଜିଟାଲ ଭର୍ସନ ରହିଛି। ୟୋନୋର ଆଠ ବର୍ଷର ଯାତ୍ରାକୁ ପାଳନ କରୁଥିବା ଏହି ଅତ୍ୟାଧୁନିକ ପ୍ଲାଟଫର୍ମରେ ବ୍ୟାଙ୍କର ୫୦ କୋଟିରୁ ଅଧିକ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କର ଓମନିଚ୍ୟାନେଲ୍ ଦକ୍ଷତା ବେଶ ସୁଦୃଢ଼ ହୋଇପାରିଛି। ନୂଆ ୟୋନୋ ଆପ୍ ଓ ନେଟ୍ ବ୍ୟାଙ୍କିଙ୍ଗ ଏବେ ସମାନ ଢ଼ାଂଚା ଅଧୀନରେ ପରିଚାଳିତ ହେଉଛି ଯାହାର ୟୁଜର ଇଂଟରଫେସ୍ ସମାନ ରହିଛି। ଇଂଟରନେଟ ବ୍ୟାଙ୍କିଙ୍ଗରେ ଆରମ୍ଭ କରାଯାଇଥିବା କାରବାରକୁ ନିରବଚ୍ଛିନ୍ନ ଭାବେ ନୂଆ ୟୋନୋ ଆପ୍‌ରେ ବିନା କୌଣସି ପ୍ରତିିବନ୍ଧକରେ ସମ୍ପାଦନ କରାଯାଇପାରିବ। ଏହି ଉନ୍ନତି ସହ ବ୍ୟାଙ୍କ ଏହାର ଡିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆପ୍ ବାହାରେ ଉନ୍ନତ କରିପାରିଛି ଯାହା ଗ୍ରାହକ ଅନୁଭୂତି ଓ ବ୍ୟବହାରକାରୀ ସୁରକ୍ଷାରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବ।
ନୂଆ ୟୋନୋ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲବ୍ଧ ହୋଇଥିବା ବେଳେ ୧୫ଟି ଭାଷାକୁ ସମ୍ପ୍ରସାରିତ ହେବାକୁ ପ୍ରସ୍ତୁତ୍ ରହିଛି। ଏଥିରେ ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସହଜ ହେବ। କେୱାଇସି ଓ ରିକେୱାଇସି ବ୍ୟବସ୍ଥାର ସରଳୀକରଣ ପାଇଁ ଏସବିଆଇ ଅଧ୍ୟକ୍ଷ ସି ଏସ୍ ସେଟ୍ଟୀଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ନୂଆ ୟୋନୋ ସରଳ କେୱାଇସି ଓ ରିକେୱାଇସି ସୁବିଧା ପ୍ରଦାନ କରିବ ଯାହା ଉତ୍ପାଦ ଓ ସେବା ପାଇଁ ଏକାଧିକ ପ୍ରମାଣିକରଣ ଆବଶ୍ୟକତା ଦୂର କରିବ। ଆଗକୁ ଇଂଟରନେଟ୍ ବ୍ୟାଙ୍କିଙ୍ଗ ବିନା ଗ୍ରାହକମାନେ ମୋବାଇଲ୍ ବ୍ୟାଙ୍କିଂ ଆପ୍ ବ୍ୟବହାର କରିପାରିବେ।
ସାଇବର ନିରାପତାକୁ ପ୍ରଧାନ୍ୟତା ପ୍ରଦାନ କରି ନୂଆ ଆପ୍‌ରେ ଏକ ଇଲେକ୍ଟ୍ରୋନିକ୍ସ ଲକ୍ ବ୍ୟବସ୍ଥା ‘ସିକ୍ୟୁର ଲକ୍‌’ ବ୍ୟବହାର କରାଯାଇଛି। ଏହି ଆପ୍‌ର ପ୍ରତିଟି ପ୍ରକ୍ରିୟାରେ ବିକାଶ, ସୁରକ୍ଷା ଓ ପରିଚାଳନା ଢ଼ାଂଚା ବ୍ୟବହାର କରାଯାଇଛି ଏବଂ ପ୍ରମାଣୀକରଣକୁ କେନ୍ଦ୍ରୀକୃତ କରାଯାଇଛି।
ଏହି ଅବସରରେ ଏସବିଆଇ ଅଧ୍ୟକ୍ଷ ସି ଏସ୍ ସେଟ୍ଟୀ କହିଛନ୍ତି ଯେ, “ବିଲୀନ, ସୁରକ୍ଷିତ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଡିଜିଟାଲ ବ୍ୟାଙ୍କିଙ୍ଗ ଅନୁଭୂତି ପ୍ରଦାନ କରିବା ପାଇଁ ଆମ ପ୍ରତିବଦ୍ଧତାର ଅଂଶ ହେଉଛି ନୂଆ ୟୋନୋର ଶୁଭାରମ୍ଭ। ଆମ ପ୍ରମୁଖ ଆପ୍‌ର ଏହି ନୂତନ ରୂପକୁ ଗ୍ରାହକମାନଙ୍କୁ ଅଧିକ ନିୟନ୍ତ୍ରଣ, ସୁବିଧା ଓ ନିଜ ଫାଇନାନ୍ସକୁ ପରିଚାଳନା କରିବାରେ ସ୍ପଷ୍ଟତା ସହ ସଶକ୍ତ କରାଯାଇଛି। ବର୍ତମାନ ଆମର ୯.୬୦ କୋଟି ୟୋନୋ ଗ୍ରାହକ ଓ ୪.୫ କୋଟି ଇଂଟରନେଟ୍ ଗ୍ରାହକ ଥିବା ବେଳେ ଆମେ ୟୋନୋ ବ୍ୟବହାରକାରୀ ସଂଖ୍ୟା ଦ୍ୱିଗୁଣିତ କରି ୨୦ କୋଟି କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରଯୁକ୍ତିକୁ ବ୍ୟବହାର କରି ଆମେ ଶାଖାର ଏକ ଦଶମାଂଶ ମୂଲ୍ୟରେ ଗ୍ରାହକ ସଂଗ୍ରହ କରିବାକୁ ଚାହୁଛୁ ଏବଂ ବ୍ୟାପକ ଭାବେ ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରିବାକୁ ଚାହୁଛୁ।”

Share

Leave a Reply

Your email address will not be published. Required fields are marked *

14 − 7 =