Business

ଏସବିଆଇ ଲାଇଫ ଓ ବିସିସିଆଇ ପକ୍ଷରୁ ଉଦୟନ ଏନଜିଓର ପାଂଚ ବାଳିକାଙ୍କ ପାଇଁ ଭାରତୀୟ ମହିଳା କ୍ରିକେଟ ଟିମ ସଦସ୍ୟଙ୍କ ସହ ‘ମିଟ ଆଣ୍ଡ ଗ୍ରିଟ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଆର୍ôଥକ ସୁରକ୍ଷା ବାହାରେ ସ୍ୱପ୍ନକୁ ସଶକ୍ତ କରିବାର ପ୍ରତିବଦ୍ଧତାକୁ ଦୋହରାଇ ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ବୋର୍ଡ ଅଫ କ୍ରିକେଟ କଂଟ୍ରୋଲ ଅଫ ଇଣ୍ଡିଆ (ବିସିସିଆଇ) ସହଯୋଗରେ କୋଲକାତାର ଉଦୟନ ଏନଜିଓର ପାଂଚ ଜଣ ବାଳିକାଙ୍କ ପାଇଁ ଏକ ସ୍ୱତନ୍ତ୍ର ମିଟ ଆଣ୍ଡ ଗ୍ରିଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଏହି ବାଳିକାମାନେ ବିଶାଖାପାଟଣାର ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଜାତୀୟ ମହିଳା କ୍ରିକେଟ ଦଳର ସଦସ୍ୟଙ୍କୁ ସାମ୍ନା ସାମ୍ନି ସାକ୍ଷାତ କରିବାର ସୁଯୋଗ ପାଇଥିଲେ।
ଉଦୟନ ଏନଜିଓର ସେହି ପାଂଚ ଜଣ ବାଳିକା ସୁବର୍ଣ୍ଣା ମହାତୋ (୯), ଆଂଜେଲ ବାଉରି (୧୦), ରୋଶନି କର୍ମାକର (୧୦), ମିନତି ବାସ୍କେ (୧୦) ଓ ଅନୁରାଧା ମାଣ୍ଡି (୧୧) ଭାରତୀୟ କ୍ରିକେଟ ଦଳର ଚର୍ଚ୍ଚିତ ଖେଳାଳୀ ହରମନପ୍ରିତ କୌର, ସ୍ନେହ ରାଣା, ସେଫାଳି ବର୍ମା ଓ ହର୍ଲିନ ଦେଓଲଙ୍କ ସହ ଅଭୁଲା ମୂହର୍ତ୍ତ ବିତାଇଥିଲେ। ଏସବିଆଇ ଲାଇଫ ଇନସ୍ୟୁରାନ୍ସ ଓ ବିସିସିଆଇ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତର କିଛି ତାରକା ମହିଳା କ୍ରିକେଟ ଖେଳାଳିଙ୍କ ସହ ନେଟରେ ଅଭ୍ୟାସ କରିଥିଲେ। ଏହି ବାଳିକା ଓ କ୍ରିକେଟ ତାରକାମାନଙ୍କ ମଧ୍ୟରେ ହସଖୁସି, ଉଲ୍ଲାସ ଓ ମନଖୋଲା ଭାବ ବିନିମୟ ଦିନଟିକୁ ସ୍ମରଣୀୟ କରିଥିଲା ଯାହା ବାଳିକାମାନଙ୍କ ମନରେ ଦୀର୍ଘସ୍ଥାୟୀ ଛାପ ସୃଷ୍ଟି କରିଥିବା ବେଳେ ସାହସ ଓ ବିଶ୍ୱାସ ସହ ନିଜ ଅଭିଳାଷକୁ ଅନୁସରଣ କରିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇଛି।
ଏସବିଆଇ ଲାଇଫ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ଅନଗ୍ରସର ପିଲାମାନଙ୍କୁ ଶିକ୍ଷା, ସାମଗ୍ରିକ ବିକାଶ ଓ ସେମାନଙ୍କ ସ୍ୱପ୍ନକୁ ସମର୍ଥନ କରି ସେମାନଙ୍କୁ ସମୃଦ୍ଧ କରୁଛି। ଜାତୀୟ କ୍ରୀଡ଼ା ତାରକାଙ୍କ ସହ ବାଳିକାମାନଙ୍କୁ ସାକ୍ଷାତ କରାଇ ଏହି ଅଭିଯାନ ବିଶ୍ୱାସ ଜାଗ୍ରତ କରିବା, ଅଭିଳାଷକୁ ବ୍ୟାପକ କରିବା ଏବଂ କୌଣସି ସ୍ୱପ୍ନ ବଡ଼ ନୁହେଁ ବୋଲି ବିଶ୍ୱାସକୁ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି।
ଏସବିଆଇ ଲାଇଫର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଏସବିଆଇ ଲାଇଫରେ ଆମେ ବିଶ୍ୱାସ କରୁଯେ ବାସ୍ତବ ସଶକ୍ତୀକରଣ ଆର୍ôଥକ ସୁରକ୍ଷାଠାରୁ ଅଧିକ। ଏହା ହେଉଛି ସ୍ୱପ୍ନକୁ ସମୃଦ୍ଧ କରିବା, ବିଶ୍ୱାସ ଗଢ଼ିବା ଏବଂ ସାହସକୁ ଅନୁପ୍ରାଣିତ କରିବା। ଏହି ବାଳିକାମାନଙ୍କ ପାଇଁ ଜୀବନରେ ଏକ ଅଭୁଲା ମୁହୁର୍ତ୍ତ ସୃଷ୍ଟି କରିଥିବାରୁ ଆମେ ଗର୍ବିତ। ଭାରତୀୟ ମହିଳା କ୍ରିକେଟ ଟିମ ସହିତ ଏହି ‘ମିଟ ଆଣ୍ଡ ଗ୍ରିଟ’ କାର୍ଯ୍ୟକ୍ରମ ସେମାନଙ୍କୁ ନିଜ ରୋଲ ମଡେଲମାନଙ୍କ ସହ ଭାବ ବିନିମୟ କରିବା, ସେମାନଙ୍କ ଅଭିଳାଷ ପୂରଣ ହେବାକୁ ଦେଖିବା ଏବଂ ନିର୍ଭୟରେ ସ୍ୱପ୍ନ ଦେଖିବାର ବାର୍ତ୍ତାକୁ ଗ୍ରହଣ କରିବାର ସ୍ୱତନ୍ତ୍ର ସୁଯୋଗ ଦେଇଥିଲା। ଏହି ବାଳିକାମାନଙ୍କ ସହ ଅର୍ଥପୂର୍ଣ୍ଣ ଢଙ୍ଗରେ ଯୋଡ଼ିହେବା ଲାଗି ସମୟ ବାହାର କରିଥିବାରୁ ଖେଳାଳିମାନଙ୍କ ପ୍ରତି ଆମେ କୃତଜ୍ଞ। ଏଭଳି ମୁହୁର୍ତ ଅଭିଳାଷକୁ ଆକାର ପ୍ରଦାନ କରିବା, ସହନଶୀଳତା ଗଠନ କରିବା ଏବଂ ନିଜ ସ୍ୱପ୍ନ ପୂରଣ ହୋଇପାରିବ ଓ ତାହା ପଛରେ ଗୋଡ଼ାଇବାର ଲାଭ ଅଛି ବୋଲି ପ୍ରତି ଶିଶୁଙ୍କୁ ମନେ ପକାଇଦେବାର ଶକ୍ତି ରଖିଛି।”
ଉଦୟନର ନିର୍ଦ୍ଦେଶକ କେଏଲ୍ ଜର୍ଜ କହିଛନ୍ତି ଯେ, “ଉଦୟନର ଶିଶୁମାନଙ୍କୁ ଏସବିଆଇ ଲାଇଫ ଦୀର୍ଘଦିନରୁ ସହଯୋଗ କରୁଛି। ପିଲାମାନଙ୍କ ବିଶ୍ୱାସ ଏବଂ ଭବିଷ୍ୟତ ପାଇଁ ସେମାନଙ୍କ ଦୃଷ୍ଟିଭଙ୍ଗୀ ଗଢ଼ିବାରେ ଏଭଳି ସୁଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ମହିଳା କ୍ରିକେଟ ଟିମ ସହିତ ଭାବ ବିନିମୟ ଲାଗି ଏସବିଆଇ ଲାଇଫ ଦେଇଥିବା ସୁଯୋଗ ଆମ ବାଳିକାମାନଙ୍କୁ ସେମାନଙ୍କ ରୋଲ ମଡେଲଙ୍କୁ ଭେଟିବା ଏବଂ ସେମାନେ କେବେ ପାଇନଥିବା ଅନୁଭୂତି ପ୍ରଦାନ କରିଥିଲା। ଏହି ଅର୍ଥପୂର୍ଣ୍ଣ ସହଯୋଗ ଏବଂ ନିଜ ଉପରେ ବିଶ୍ୱାସ କରିବା, ଅଭିଳାଷକୁ ପୂରଣ କରିବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ କାମ କରିବା ପାଇଁ ଆମ ବାଳିକାଙ୍କୁ ଅନୁପ୍ରାଣିତ କରିଥିବା ସୁଯୋଗ ସୃଷ୍ଟି କରିଥିବାରୁ ଏସବିଆଇ ଲାଇଫ ନିକଟରେ ଆମେ କୃତଜ୍ଞ।”

Share

Leave a Reply

Your email address will not be published. Required fields are marked *

11 + sixteen =