ମଶା ପ୍ରତିରୋଧକ ସାମଗ୍ରୀର ସୁରକ୍ଷିତ ଓ ଦାୟିତ୍ୱବାନ ବ୍ୟବହାର
- ଡଃ ମୁକେଶ ସଙ୍କଲିଚା, କନସଲଟାଂଟ ପିଡ଼ିଆଟ୍ରିସିଆନ୍, ବମ୍ବେ ହସ୍ପିଟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍େସସ୍, ମୁମ୍ବାଇ
ଭୁବନେଶ୍ବର: ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ଭଳି ମଶାଜନିତ ରୋଗଗୁଡ଼ିକ ବିଶେଷକରି ଛୋଟ ପିଲାଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। କାରଣ ପିଲାମାନଙ୍କ ରୋଗ ପ୍ରତିରୋଧକ ପ୍ରଣାଳୀ ଏବେ ମଧ୍ୟ ବିକାଶଶୀଳ ଅବସ୍ଥାରେ ଥାଏ। ବର୍ଷା ଋତୁ ଆସିବା ସହିତ ଏହି ରୋଗଗୁଡ଼ିକର ଆଶଙ୍କା ବଢ଼ିଯାଇଛି। ଅନେକ ଘରେ ମଶା ପ୍ରତିରୋଧକ ଉତ୍ପାଦ ବ୍ୟବହାର କରାଯାଉଛି, କିନ୍ତୁ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। କେତେକ ଲୋକ ଏଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରନ୍ତି ନାହିଁ। ଆଉ କେତେକ ସୁରକ୍ଷା ଚିନ୍ତାରେ ଏଗୁଡ଼ିକୁ ବ୍ୟବହାର କରିବାକୁ ଇଚ୍ଛା କରନ୍ତି ନାହିଁ। ଏରୋସୋଲ୍, ଲିକ୍ୱିଡ୍ ଭ୍ୟାପୋରାଇଜ,ର୍ ଧୂପକାଠୀ ଆଦି ବିଭିନ୍ନ ପ୍ରକାରର ମଶା ପ୍ରତିରୋଧକ ଉପଲବ୍ଧ ହେଉଛି। ସେଗୁଡ଼ଇକ ବିଶେଷକରି ପିଲାମାନେ ରହୁଥିବା ଘରେ କିପରି ବ୍ୟବହାର କରିବେ ତାହା ଜାଣିବା ଜରୁରୀ।
ପରିସ୍ଥିତି ଅନୁଯାୟୀ ଉପଯୁକ୍ତ ପ୍ରତିରୋଧକ ଚୟନ କରିବା
ବିଭିନ୍ନ ପ୍ରକାରର ମଶା ପ୍ରତିରୋଧକ ବିଭିନ୍ନ ଆବଶ୍ୟକତା ପୂରଣ କରନ୍ତି। ଯଦି ଆପଣଙ୍କ ଘରେ ଅଧିକ ମଶା ହେଉଥାନ୍ତି ଏବଂ ଶୀଘ୍ର ପ୍ରତିକାର ଦରକାର ପଡ଼ୁଥାଏ, ତେବେ ଏରୋସୋଲ୍ ସ୍ପ୍ରେ ଏକ ତ୍ୱରିତ ପ୍ରଭାବ ପ୍ରଦାନ କରିଥାଏ। ଏଗୁଡ଼ିକୁ ଖାଲି ଘରେ (କେହି ନଥିବା ସମୟରେ) ସନ୍ଧ୍ୟାରେ ବ୍ୟବହାର କରିବା ଉଚିତ୍। ଯେତେବେଳେ ପିଲାମାନଙ୍କ ପାଇଁ ଅଧିକ ବିପଦ ରାତି ସାରା ସୁରକ୍ଷା ପାଇଁ ଲିକ୍ୱିଡ୍ ଭ୍ୟାପୋରାଇଜର୍ ଏକ ଉତମ ବିକଳ୍ପ। ପ୍ରତ୍ୟେକ ପ୍ରକାରର ପ୍ରତିରୋଧକକୁ କେତେବେଳେ ବ୍ୟବହାର କରିବେ ତାହା ଜାଣିଲେ ନିରାପତା ବଜାୟ ରହିବା ସହ ଭଲ ସୁରକ୍ଷା ମିଳିପାରିବ।
ଏରୋସୋଲ୍ ସ୍ପ୍ରେ ସୁରକ୍ଷିତ ଭାବରେ କିପରି ବ୍ୟବହାର କରିବେ
ହିଟ ଭଳି ଏରୋସୋଲ୍ ସ୍ପ୍ରେ ପ୍ରଭାବଶାଳୀ, କିନ୍ତୁ ତାହାକୁ ସଠିକ୍ ଭାବରେ ବ୍ୟବହାର କରିବା ଜରୁରୀ। ତାହାକୁ ସର୍ବଦା ଖାଲି ଘରେ ସ୍ପ୍ରେ କରିବେ ଏବଂ ତୁରନ୍ତ ଘରୁ ବାହାରି ଆସିବେ । ଘରକୁ ଫେରିବା ପୂର୍ବରୁ ଅତିକମରେ ୧୫-୨୦ ମିନିଟ୍ ଅପେକ୍ଷା କରିବେ। ବିଛଣା, ଖାଦ୍ୟ ନିକଟରେ କିମ୍ବା ପିଲାଙ୍କ ଖେଳ ସ୍ଥାନରେ ତାହାକୁ କଦାପି ସ୍ପ୍ରେ କରିବେ ନାହିଁ। ଶିଶୁ ବା ଛୋଟ ପିଲାଙ୍କ ଘରେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ବାୟୁଜନିତ ପ୍ରଦାହକାରୀ ପଦାର୍ଥ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥାଆନ୍ତି।
ସରକାରଙ୍କ ଅନୁମୋଦିତ ପ୍ରତିରୋଧକ ବାଛିବେ
କେବଳ ସେହି ପ୍ରତିରୋଧକ ବ୍ୟବହାର କରିବେ ଯାହା ସେଂଟ୍ରାଲ ଇନସେକ୍ଟିସାଇଡ ବୋର୍ଡ ଆଣ୍ଡ ରେଜିଷ୍ଟ୍ରେସନ କମିଟି (ସିଆଇବିଆରସି) ଦ୍ୱାରା ଅନୁମୋଦିତ। ଏହି ଉତ୍ପାଦଗୁଡ଼ିକ ସୁରକ୍ଷା ଓ ପ୍ରଭାବଶକ୍ତି ପରୀକ୍ଷା ପରେ ଅନୁମୋଦନ ପାଇଥାଏ। ପ୍ୟାକେଜିଂରେ ଛାପି ଥିବା ସିଆଇଆରବିସି ନମ୍ବର ଦେଖି ଅନୁମୋଦିତ ଉତ୍ପାଦ ଚିହ୍ନିପାରିବେ। ବଜାରରେ ଗୁଡନାଇଟ ଭଳି ବିଶ୍ୱସ୍ତ ବ୍ରାଣ୍ଡ ଉପଲବ୍ଧ ଅଛି ଯାହା ପିଲାଙ୍କ ସହିତ ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ସରକାରଙ୍କ ଅନୁମୋଦିତ ଏବଂ ସିଆଇବିଆରସି ନମ୍ବର ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି।
ଲିକ୍ୱିଡ୍ ଭ୍ୟାପୋରାଇଜର୍ ଦାୟିତ୍ୱବାନ ବ୍ୟବହାର
ସର୍ବୋତମ ଫଳାଫଳ ପାଇଁ ଶୋଇବା ପୂର୍ବରୁ ୩୦ ମିନିଟ୍ ଭ୍ୟାପୋରାଇଜର୍ ଲଗାନ୍ତୁ ଏବଂ ଘର ଖୋଲା ରଖନ୍ତୁ (କବାଟ ଓ ଝରକାକୁ ସାମାନ୍ୟ ଖୋଲି ରଖନ୍ତୁ)। ଯେଉଁ ସକେଟରେ ଭ୍ୟାପୋରାଇଜର୍ ଲଗାଇଛନ୍ତି ତାହା ପିଲାଙ୍କ ଠାରୁ ଦୂରରେ ରଖନ୍ତୁ। ରେନୋଫ୍ଲୁଥିରିନ ଭଳି ନୂତନ ଅଣୁ ବ୍ୟବହାର କରୁଥିବା ଭ୍ୟାପୋରାଇଜର୍ ବାଛନ୍ତୁ ଯାହା ଭାରତରେ ବିକଶିତ ଏବଂ ବର୍ତମାନର ସବୁଠାରୁ ପ୍ରଭାବଶାଳୀ ପ୍ରତିରୋଧକ ମଧ୍ୟରୁ ଅନ୍ୟତମ।
ପ୍ରତିରୋଧକଗୁଡ଼ିକର ସଠିକ୍ ସଂରକ୍ଷଣ
ଆପଣ ଯେଉଁ ପ୍ରକାର ପ୍ରତିରୋଧକ ବ୍ୟବହାର କରନ୍ତୁ ନା କାହିଁକି ସେଗୁଡ଼ିକୁ ସଠିକ୍ ଭାବରେ ସଂରକ୍ଷଣ କରିବା ଜରୁରୀ। ପ୍ରତିରୋଧକଗୁଡ଼ିକୁ ଲକ୍ କରି ରଖନ୍ତୁ କିମ୍ବା ଉଚ୍ଚ ସ୍ଥାନରେ ରଖନ୍ତୁ, ଯେଉଁଠାରୁ ପିଲାମାନେ ପହଂଚିପାରିବେ ନାହିଁ। ପିଲାମାନଙ୍କୁ ଏଗୁଡ଼ିକୁ ଛୁଇଁବାକୁ କିମ୍ବା ଖେଳିବାକୁ ଦିଅନ୍ତୁ ନାହିଁ। ବ୍ୟବହାର ନ ଥିବା ସମୟରେ ଇଲେକ୍ଟ୍ରିକ୍ ଉପକରଣକୁ ଅଫ୍ କରି ଦେବେ ଏବଂ ଲିକ୍ ହେବାରୁ ବର୍ତିବା ଲାଗି ତାହାକୁ ସିଧା କରି ରଖିବେ।
ବେଆଇନ ମଶା ଘଉଡ଼ାଇବା ଧୂପକାଠୀ ବ୍ୟବହାର କରନ୍ତ ନାହିଁ
କମ୍ଫର୍ଟ, ରିଲାକ୍ସ, ସ୍ଲିପୱେଲ, ଜଷ୍ଟ ରିଲାକ୍ସ, ରିଲିଫ ଓ ନାଚୁରାଲ ରିଲାନ୍ସ ଭଳି ଅନୁମୋଦନ ନଥିବା ଧୂପକାଠୀ ବ୍ୟବହାର କରିବାଠାରୁ ସତର୍କ ରୁହନ୍ତୁ। ଏଗୁଡ଼ିକ ବେଆଇନ ଭାବରେ ଆମଦାନୀ କରାଯାଇଥିବା ରାସାୟନିକ ଦ୍ୱାରା ତିଆରି କରାଯାଇଥାଏ। ସ୍ୱଳ୍ପ ମୂଲ୍ୟରେ ମିଳୁଥିବା ଏଗୁଡ଼ିକର ଗୁଣବତାରେ ନିୟନ୍ତ୍ରଣ ନଥାଏ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହାପରିବର୍ତେ, ସିଆଇବିଆରସି ଅନୁମୋଦିତ ବିଶ୍ୱସ୍ତ ବ୍ରାଣ୍ଡର ପ୍ରତିରୋଧକ ବାଛନ୍ତୁ ଯାହା ସୁରକ୍ଷା ଓ ପ୍ରଭାବ ଶକ୍ତି ନିଶ୍ଚିତ ସୁନିଶ୍ଚିତ କରିବ।

