Business

ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାରେ ୪.୮୦ ଗିଗାୱାଟ୍ ସୋଲାର୍ ସେଲ୍ ଓ ୪.୦୦ ଗିଗାୱାଟ୍ ମଡ୍ୟୁଲ୍ ଉତ୍ପାଦନ କାରଖାନା ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ଭାରତର ଅକ୍ଷୟ ଶକ୍ତି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସଦୃଶ ସାତ୍ୱିକ ଗ୍ରିନ୍ ଏନର୍ଜି ଲିମିଟେଡ୍ (ଏସ୍‌ଜିଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା଼ ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ଏସ୍‌ଆଇଓପିଏଲ୍‌) ପକ୍ଷରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଥିବା ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ଲିମିଟେଡ୍‌ର (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଗୋପାଳପୁର ଶିଳ୍ପ ପାର୍କରେ ୫୭ ଏକର ଜମିରେ ୪.୦୦ ଗିଗାୱାଟ୍ ସୋଲାର ପିଭି ମଡ୍ୟୁଲ୍ ଉତ୍ପାଦନ କାରଖାନାର ଶିଳାନ୍ୟାସ କରାଯାଇଛି।
ଏସ୍‌ଜିଇଲ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ଏସ୍‌ଏସ୍‌ଆଇପିଏଲ୍ ଅଧୀନରେ ଯୋଜନା କରାଯାଇଥିବା ଏହି ପ୍ରକଳ୍ପ ଏସ୍‌ଜିଇଏଲ୍‌ର ସମ୍ପ୍ରସାରଣ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହେବ।
ଏସ୍‌ଜିଇଏଲ୍‌ର ସିଇଓ ପ୍ରଶାନ୍ତ ମାଥୁର କହିଛନ୍ତି ଯେ, “ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମ ସ୍ଥିତିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା ପାଇଁ ଆମେ ଉଭୟ କ୍ଷମତା ସମ୍ପ୍ରସାରଣ ଓ ମୂଲ୍ୟଯୁକ୍ତ ସେବା ଉପରେ ଗୁରୁତ୍ୱାରୋପ କରୁଥିବା ଦୃଷ୍ଟିକୋଣ ପ୍ରତି ପ୍ରତିବଦ୍ଧ ରହିଛୁ। ଆମର ଲକ୍ଷ୍ୟ ହେଉଛି ସୌର ଶକ୍ତି ଉତ୍ପାଦନ ଓ ଇପିସି ସମାଧାନରେ ଆଗରେ ରହିବା ଏବଂ ଉଭୟ ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ବଢ଼ୁଥିବା ଚାହିଦାକୁ ପୂରଣ ଜାରି ରଖିବା। ଆମର ଅନ୍ୟତମ ପ୍ରମୁଖ ରଣନୀତି ହେଉଛି ଆମ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ ଜାରି ରଖିବା। ଓଡ଼ିଶାରେ ଏକ ୪.୮୦ ଗିଗାୱାଟ୍‌ର ସମନ୍ୱିତ ସେଲ୍ ଓ ୪.୦୦ ଗିଗାୱାଟ୍‌ର ମଡ୍ୟୁଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବାର ଅଗ୍ରଣୀ ପର୍ଯ୍ୟାୟରେ ଆମେ ରହିଛୁ ଯାହା ଯଥାକ୍ରମେ ୨୦୨୭ ଆର୍ଥିକ ବର୍ଷ ଓ ୨୦୨୬ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।
ଆମେ ଅମ୍ବାଲାରେ ଥିବା ଆମ ମଡ୍ୟୁଲ୍ ଉତ୍ପାଦନ କାରଖାନରେ ୧.୦୦ ଗିଗାୱାଟ୍ କ୍ଷମତା ଯୋଗ କରିବା ପ୍ରକ୍ରିୟାରେ ରହିଛୁ ଯାହା ୨୦୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। କ୍ଷମତାରେ ଏହି ସମ୍ପ୍ରସାରଣ ପରେ ଉଭୟ ଅମ୍ବାଲା ଓ ଓଡ଼ିଶାରେ ଆମର କ୍ଷମତା ୪.୮୦ ଗିଗାୱାଟ୍ ସେଲ୍ ଓ ୪.୮୦ ଗିଗାୱାଟ୍‌ର ଉଭୟ ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନକୁ ବୃଦ୍ଧି ପାଇବ ବୋଲି ଆମେ ଆଶା କରୁଛୁ। ଏହି ପ୍ରକଳ୍ପ ଆମର ଉତ୍ପାଦନ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଉଚ୍ଚ ଗୁଣାତ୍ମକ ମାନର ସୋଲାର ମଡ୍ୟୁଲ୍‌ର ବର୍ଦ୍ଧିତ ଚାହିଦାକୁ ଭଲ ଭାବେ ପୂରଣ କରିବାର ଉନ୍ନତ ସ୍ଥିତିରେ ରଖିବ। ପ୍ରଯୁକ୍ତିରେ ନିବେଶ କରିବା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରର ଉଦିୟମାନ ଆବଶ୍ୟକତାକୁ ପୂରଣ କରିବା ଲାଗି ଆମ ପ୍ରତିବଦ୍ଧତାକୁ ଏହି ସମ୍ପ୍ରସାରଣ ଦର୍ଶାଉଛି।”
ମେକ୍ ଇନ୍ ଇଣ୍ଡିଆ ସୋଲାର ଦକ୍ଷତା ଜରିଆରେ ଭାରତର ଅକ୍ଷୟ ଶକ୍ତି ଲକ୍ଷ୍ୟ ପୂରଣ କରିବାରେ ସାତ୍ୱିକର ଦୀର୍ଘକାଳୀନ ପ୍ରତିବଦ୍ଧତାରେ ଏହି ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ଏକ ଉଲ୍ଳେଖନୀୟ ମାଇଲଖୁଂଟ।

Share

Leave a Reply

Your email address will not be published. Required fields are marked *

four × four =