ଆରବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଦ୍ୱାରା ଜିଏଫଏଫ ୨୦୨୫ରେ ନୂତନ ଡିଜିଟାଲ ପେମେଣ୍ଟ ନବସୃଜନର ଶୁଭାରମ୍ଭ
- ୟୁପିଆଇ ମଲ୍ଟି-ସିଗ୍ନେଟରି, ୟୁପିଆଇ ଲାଇଟ୍ ବ୍ୟବହାର କରି ଓୟାରେବଲ ଗ୍ଲାସରେ ଛୋଟ ମୂଲ୍ୟର ନେଣଦେଣ ଓ ଭାରତ କନେକ୍ଟରେ ବିଦେଶୀ ମୁଦ୍ରାର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀ ଟି ରବି ଶଙ୍କର ଗ୍ଲୋବାଲ ଫିନଟେକ ଫେଷ୍ଟ ୨୦୨୫ରେ ୩ଟି ପ୍ରମୁଖ ଡିଜିଟାଲ ପେମେଣ୍ଟ ନବସୃଜନର ଶୁଭାରମ୍ଭ କରିଛନ୍ତି। ସେଗୁଡିକ ହେଉଛି ୟୁପିଆଇ ମଲ୍ଟି-ସିଗ୍ନେଟରି, ୟୁପିଆଇ ଲାଇଟ୍ ବ୍ୟବହାର କରି ଓୟରେବଲ୍ ଗ୍ଲାସ ମାଧ୍ୟମରେ ଛୋଟ ମୂଲ୍ୟର ନେଣଦେଣ ଏବଂ ଭାରତ କନେକ୍ଟରେ ବିଦେଶୀ ମୁଦ୍ରା।
ୟୁପିଆଇ ମଲ୍ଟି-ସିଗ୍ନେଟରି
ୟୁପିଆଇରେ ମଲ୍ଟି-ସିଗ୍ନେଟରି/ଯୌଥ ଆକାଉଣ୍ଟ୍ ସକ୍ଷମ କରୁଛି ଯେଉଁଥରେ ୟୁପିଆଇ ପେମେଣ୍ଟ୍ ନିରବଚ୍ଛିନ୍ନ ଭାବରେ କରିବା ପାଇଁ ଗୋଟିଏ କିମ୍ବା ଏକାଧିକ ବ୍ୟବହାରକାରୀଙ୍କ ଅନୁମୋଦନ ଆବଶ୍ୟକ। ସେମାନେ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ୍ ପରିଚାଳନା ପାଇଁ ଯେକୌଣସି ୟୁପିଆଇ ଆପ ବ୍ୟବହାର କରିପାରିବେ ଯାହା ପ୍ରକ୍ରିୟାକୁ ଅଧିକ ସୁବିଧାଜନକ, ଚିନ୍ତାମୁକ୍ତ ଏବଂ କାରବାରର ଗତି ବୃଦ୍ଧି କରିବ। ଏହା ସମ୍ପୂର୍ଣ୍ଣ ଇଣ୍ଟରଅପରେବିଲିଟି ହୋଇଥିବାରୁ ପ୍ରଥମ ଥର ବ୍ୟବହାରକାରୀମାନଙ୍କୁ ଯେକୌଣସି ୟୁପିଆଇ କିମ୍ବା ବ୍ୟାଙ୍କ ଆପ୍ ବ୍ୟବହାର କରିବାକୁ ଅନୁମତି ଦେଇଥାଏ। ସିଗ୍ନେଟୋରିମାନେ ଯେକୌଣସି ୟୁପିଆଇ କିମ୍ବା ବ୍ୟାଙ୍କ ଆପ ମାଧ୍ୟମରେ ଅନୁମୋଦନ ଦେଇପାରିବେ। ଫଳରେ କର୍ପୋରେଟ୍, ଏମଏସଏମଇ, ଷ୍ଟାର୍ଟଅପ୍, ଟ୍ରଷ୍ଟ ଏବଂ ଯୌଥ ଆକାଉଣ୍ଟଧାରକମାନେ ବର୍ତମାନ ଭେଣ୍ଡର ଦେୟ, ପୁନରାବୃତ୍ତି ଦେୟ, ଫେରସ୍ତ ଇତ୍ୟାଦି ପାଇଁ ୟୁପିଆଇ ବ୍ୟବହାର କରିପାରିବେ ଯେଉଁଥି ପାଇଁ ଗୋଟିଏ କିମ୍ବା ଏକାଧିକ ବ୍ୟବହାରକାରୀ/ଦସ୍ତଖତକାରୀଙ୍କ ୟୁପିଆଇ ମଲ୍ଟି-ସିଗ୍ନେଟରି, ୟୁପିଆଇ ଲାଇଟ୍ ବ୍ୟବହାର କରି ଓୟାରେବଲ ଗ୍ଲାସରେ ଛୋଟ ମୂଲ୍ୟର ନେଣଦେଣ ଓ ଭାରତ କନେକ୍ଟରେ ବିଦେଶୀ ମୁଦ୍ରାର ଶୁଭାରମ୍ଭ ଆବଶ୍ୟକ।
ୟୁପିଆଇ ଲାଇଟ୍ ବ୍ୟବହାର କରି ଓୟରେବଲ୍ ଗ୍ଲାସ ମାଧ୍ୟମରେ ଛୋଟ ମୂଲ୍ୟର ନେଣଦେଣ
ୟୁପିଆଇ ଲାଇଟର ଉନ୍ନତ ସଫଳତା ହାର ଏବଂ କୋର୍ ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ସର୍ବନିମ୍ନ ନିର୍ଭରଶୀଳତା ସହିତ ଛୋଟ ମୂଲ୍ୟର, ଅଧିକ ଥର କରାଯାଉ ଥିବା ଦେୟ ପାଇଁ ଏହାକୁ ପ୍ରସ୍ତୁତ କରଯାଇଛି। ଏଥିରେ ଉପଯୋଗକର୍ତାମାନେ କେବଳ ଏକ କ୍ୟୁଆର୍ ସ୍କାନ୍ କରି, ପ୍ରମାଣିକରଣ ଏବଂ ସ୍ମାର୍ଟ ଗ୍ଲାସ୍ ଉପରେ ସ୍ୱର ମାଧ୍ୟମରେ ପେମେଣ୍ଟ ସମ୍ପୂର୍ଣ୍ଣ କରିପାରିବେ। ହାତକୁ ବ୍ୟବହାର ନ କରି ଏବଂ ସୁରକ୍ଷିତ ଭାବେ କାରବାର ସମ୍ପନ୍ନ ହୋଇପାରିବ। ଏଥିପାଇଁ ଫୋନ୍ କିମ୍ବା ପିନର ଆବଶ୍ୟକତା ନାହିଁ। ଏହି ସମାଧାନ ଦୈନନ୍ଦିନ ଦେୟ ଯେପରିକି ରିଟେଲ୍, ଖାଦ୍ୟ, ଏବଂ ଯାତାୟାତ ଦେୟକୁ ସହଜ କରିବ। ନିରବଚ୍ଛିନ୍ନ ଡିଜିଟାଲ ଦେୟ ସକ୍ଷମ କରି ‘ଆମ୍ବିଏଣ୍ଟ ପେମେଣ୍ଟ୍’ ଆଡକୁ ଏକ ପଦକ୍ଷେପ ପ୍ରତିନିଧିତ୍ୱ କରୁଛି। ଏହା ଅଫ୍-ସିବିଏସ୍ ୱାଲେଟ୍ କାର୍ଯ୍ୟକାରିତା ମାଧ୍ୟମରେ କୋର୍ ବ୍ୟାଙ୍କିଂ ସିଷ୍ଟମ୍ ଲୋଡ୍ ହ୍ରାସ କରି ବ୍ୟାଙ୍କ୍ ଏବଂ ପିଏସପିମାନଙ୍କୁ ମଧ୍ୟ ଉପକୃତ କରିବ। ସ୍ମାର୍ଟ ଗ୍ଲାସ୍ ଉପରେ ୟୁପିଆଇ ଲାଇଟ୍ ସଂଯୋଜିତ କରିବା ଉପଭୋକ୍ତାମାନଙ୍କ ପାଇଁ ସୁବିଧା ବଢ଼ାଇବ ଏବଂ ବିଶ୍ୱସ୍ତରରେ ଡିଜିଟାଲ ପେମେଣ୍ଟ ନବସୃଜନରେ ଭାରତର ନେତୃତ୍ୱକୁ ସୁଦୃଢ଼ କରିବ।
ଭାରତ କନେକ୍ଟରେ ବିଦେଶୀ ମୁଦ୍ରା
ଏହି କାର୍ଯ୍ୟକ୍ରମରେ ଏଫଏକ୍ସ ରିଟେଲ୍ ପ୍ଲାଟଫର୍ମକୁ ଭାରତ କନେକ୍ଟ ସହିତ ଲିଙ୍କ କରିବାର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏହା ରିଟେଲ୍ ଗ୍ରାହକମାନଙ୍କୁ ଭାରତ କନେକ୍ଟ୍ (ବିବିପିଏସ) ପ୍ଲାଟଫର୍ମ ସହିତ ସମନ୍ୱିତ ହୋଇଥିବା ସେମାନଙ୍କ ପସନ୍ଦର ପେମେଣ୍ଟ୍/ବ୍ୟାଙ୍କିଂ ଆପ୍ ମାଧ୍ୟମରେ ବିଦେଶୀ ମୁଦ୍ରା (ୟୁଏସଡି) କାରବାରକୁ ସକ୍ଷମ କରିବ। ଏନପିସିଆଇ ଭାରତ ବିଲପେ ଲିମିଟେଡ୍ (ଏନବିବିଏଲ୍) ଦ୍ୱାରା ଭାରତୀୟ କ୍ଲିଅରିଂ କର୍ପୋରେସନ୍ ଲିମିଟେଡ୍ (ସିସିଆଇଏଲ୍) ସହିତ ସହଯୋଗରେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମାର୍ଗଦର୍ଶନରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଉତ୍ପାଦ ସିସିଆଇଏଲ ପରିଚାଳିତ ଏଫଏକ୍ସ-ରିଟେଲ୍ ପ୍ଲାଟଫର୍ମରୁ ଆସିଥିବା ବାସ୍ତବ ସମୟ, ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟ ସହିତ ସ୍ୱଚ୍ଛ ମୂଲ୍ୟ ନିର୍ଧାରଣ ନିଶ୍ଚିତ କରୁଛି। ଗ୍ରାହକମାନେ ଫୋରେକ୍ସ କାର୍ଡ ଲୋଡ୍ କିମ୍ବା ବାହ୍ୟ ରେମିଟାନ୍ସ ପାଇଁ ଏହାକୁ ବ୍ୟବହାର କରିପାରିବେ। ଅକ୍ସିସ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ୟେସ ବ୍ୟାଙ୍କ ଭଳି ଅଂଶଗ୍ରହଣକାରୀ ଅଧିକୃତ ଡିଲର୍ ଶ୍ରେଣୀ-୧ର ବ୍ୟକ୍ତିଗତ ଗ୍ରାହକଙ୍କୁ ପଞ୍ଜିକରଣ କରିବା, ବାସ୍ତବ ସମୟରେ ସର୍ବୋତମ ମୂଲ୍ୟ ଦେଖିବା ଏବଂ ୟୁଏସ ଡଲାରର କ୍ରୟକୁ ଡିଜିଟାଲ ମାଧ୍ୟମରେ ସମାପନ କରିବାକୁ ଅନୁମତି ଦେଉଛି ଏହା ଗ୍ରାହକଙ୍କ ପାଇଁ ସୁବିଧା, ସୁରକ୍ଷା, ଏବଂ ସ୍ୱଚ୍ଛତା ବୃଦ୍ଧି କରୁଛି। ଏନବିବିଏଲ୍, ସିସିଆଇଏଲ୍, ବ୍ୟାଙ୍କ୍ ଏବଂ ଆପ୍ ମଧ୍ୟରେ ସହଯୋଗରେ ବିଦେଶୀ ମୁଦ୍ରା କାରବାର ସହଜ ହେବ।

