Business

ବିଦ୍ୟୁତ୍ ଚୋରି ଯୋଗୁଁ ପ୍ରଭାବିତ ହେଉଛନ୍ତି ସଚ୍ଚୋଟ ଉପଭୋକ୍ତା

ଏନଫୋର୍ସମେଣ୍ଟ ଟିମ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ
ସକାରାତ୍ମକ ପରିବର୍ତ୍ତନ ପାଇଁ ସଚ୍ଚୋଟ ଉପଭୋକ୍ତା ନିୟମିତ ଭାବରେ ଡିସକମ ଗୁଡିକର ସମର୍ପିତ ହେଲ୍ପଲାଇନ୍ ନମ୍ବରରେ ବିଦ୍ୟୁତ୍ ଚୋରି ଏବଂ ଅସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ବିଷୟରେ ରିପୋର୍ଟ କରୁଛନ୍ତି
୧୭ ନଭେମ୍ବର ୨୦୨୫, ଭୁବନେଶ୍ୱର: ସମଗ୍ର ଓଡିଶାରେ ଭରସାଯୋଗ୍ୟ, ସୁରକ୍ଷିତ ଓ ସୁଲଭ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ପାଇଁ ବିଦ୍ୟୁତ୍ ଚୋରି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ବିତରଣ କମ୍ପାନୀ ଗୁଡିକ ଭିତ୍ତିଭୂମିର ଆଧୁନିକୀକରଣ ଏବଂ ସେବା ଯୋଗାଣରେ ସୁଧାର ଉପରେ ଜୋର ଦେଉଥିବାବେଳେ, ବିଦ୍ୟୁତ୍ ଚୋରି ରୋକିବା ସମୁଦାୟ ବିଦ୍ୟୁତ୍ ଭିତ୍ତିଭୂମିର ସ୍ୱାସ୍ଥ୍ୟ ଓ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଅତ୍ୟନ୍ତ ଆବଶ୍ୟକ।
ଅବୈଧ ହୁକିଂ, ମିଟର୍ ଟ୍ୟାମ୍ପରିଂ ଓ ଅନଧିକୃତ ବିଦ୍ୟୁତ ବ୍ୟବହାର ଆଦି ବିଭିନ୍ନ ଉପାୟରେ ବିଦ୍ୟୁତ୍ ଚୋରି ବହୁ ଅଞ୍ଚଳରେ ବଣ୍ଟନ କ୍ଷେତ୍ରରେ କ୍ଷତିର ଏକ ପ୍ରମୁଖ କାରଣ।
ଏହି କ୍ଷତି ବିଦ୍ୟୁତ୍ କ୍ଷେତ୍ର ଉପରେ ଆର୍ôଥକ ଚାପ ବୃଦ୍ଧି କରିବା ସହିତ ପରୋକ୍ଷ ଭାବରେ ସଚ୍ଚୋଟ ଭାବେ ବିଲ୍ ଦେଉଥିବା ଉପଭୋକ୍ତାମାନଙ୍କୁ ପ୍ରଭାବିତ କରେ । ଏଥିପାଇଁ ସେମାନଙ୍କୁ ଅଧିକ ସିଷ୍ଟମ୍ ଖର୍ଚ୍ଚ ଦେବାକୁ ପଡ଼ୁଥିବାବେଳେ ଉନ୍ନତ ସେବା ପାଇବାରେ ବିଳମ୍ବ ମଧ୍ୟ ହୋଇଥାଏ। ଯେତେବେଳେ କେହି ଅବୈଧ ଭାବେ ବିଦ୍ୟୁତ ବ୍ୟବହାର କରନ୍ତି, ଏଭଳି କ୍ଷେତ୍ରରେ ଠିକ ସମୟରେ ବିଲ୍ ପେମେଣ୍ଟ କରୁଥିବା ପରିବାର ଓ ବ୍ୟବସାୟିକ ସଂସ୍ଥାକୁ ସେମାନଙ୍କର ଅନଧିକୃତ ବ୍ୟବହାରର ଭାର ବୋହିବାକୁ ପଡିଥାଏ ।
ଅବୈଧ ଓ ଅସୁରକ୍ଷିତ ଭାବରେ ବିଦ୍ୟୁତ ନେବା ଦ୍ୱାରା ଫିଡର୍ ଏବଂ ବଣ୍ଟନ ଟ୍ରାନ୍ସଫର୍ମର ଭାରାକ୍ରାନ୍ତ ହୋଇଥାଏ ଯାହାଦ୍ୱାରା ଭୋଲଟେଜରେ ପରିବର୍ତ୍ତନ, ବାରମ୍ବାର ଟ୍ରିପ୍ ଓ ଦୀର୍ଘ ସମୟ ଧରି ବିଦ୍ୟୁତ ବିଭ୍ରାଟ ଦେଖାଯାଇଥାଏ ଓ ଏହା ଯୋଗୁଁ ଅନେକ ଉପଭୋକ୍ତା ହଇରାଣ ହୋଇଥାନ୍ତି।
ଏପରି ଅଭ୍ୟାସ ଦ୍ୱାରା ବିଦ୍ୟୁତ ଉପକରଣ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହେବା ସହିତ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଥାଏ ଏବଂ ବିଦ୍ୟୁତ୍ ଆଘାତ, ଅଗ୍ନିକାଣ୍ଡ ଓ ବ୍ୟାପକ ଉପକରଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୁଏ। ଏହା ଯୋଗୁଁ ଗ୍ରୀଡର କାର୍ଯ୍ୟଦକ୍ଷତା କମିବା ସହିତ ନିୟମ ପାଳନ କରୁଥିବା ଉପଭୋକ୍ତା ମଧ୍ୟ ପ୍ରଭାବିତ ହୁଅନ୍ତି।
ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ, ଓଡ଼ିଶା ଡିସକମ୍ ଗୁଡିକ ଏକ ଦୃଢ଼ ଏବଂ ସଂରଚିତ ଏନଫୋର୍ସମେଣ୍ଟ ଇକୋସିଷ୍ଟମ ପ୍ରତିଷ୍ଠା କରିଛନ୍ତି ଯାହା ସମର୍ପିତ ଫିଲ୍ଡ ଭିଜିଲାନ୍ସ ଦଳ, ମହିଳାଙ୍କ ନେତୃତ୍ୱାଧୀନ ଏନଫୋର୍ସମେଣ୍ଟ ଦଳ ଏବଂ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି କାମ କରୁଛି।
ଏହି ଏନଫୋର୍ସମେଣ୍ଟ ଟିମ ଗୁଡ଼ିକ ନିୟମିତ ଯାଞ୍ଚ କରି, ପ୍ରଯୁକ୍ତିବିଦ୍ୟା ଆଧାରିତ ମନିଟରିଂ କରିବା ସହିତ ଅବୈଧ କିମ୍ବା ଅସୁରକ୍ଷିତ ବିଦ୍ୟୁତ ବ୍ୟବହାରକୁ ଚିହ୍ନଟ କରି ଏହାର ସମାଧାନ ପାଇଁ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ସେମାନଙ୍କର ସକ୍ରିୟ ଉଦ୍ୟମ କ୍ଷତି ହ୍ରାସ କରିବା, ସିଷ୍ଟମରେ ସ୍ଥିରତା ବୃଦ୍ଧି କରିବା ଏବଂ ଚୋରି ଯୋଗୁଁ ହେଉଥିବା ବିଦ୍ୟୁତ୍ ବ୍ୟାଘାତରୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟର କ୍ଷମତାକୁ ଯଥେଷ୍ଟ ମଜବୁତ କରିଛି।
ତଥାପି, କେବଳ ଏନଫୋର୍ସମେଣ୍ଟ ଉପରେ ନିର୍ଭର କରିବା ପର୍ଯ୍ୟାପ୍ତ ନୁହେଁ। ଏକ ନିରପେକ୍ଷ ଏବଂ ଭରସାଯୋଗ୍ୟ ଶକ୍ତି ପରିବେଶ ସୃଷ୍ଟି କରିବାପାଇଁ ଜନସାଧାରଣଙ୍କ ସହଯୋଗ ଉପରେ ଡିସକମ୍ ଗୁଡିକ ଗୁରୁତ୍ୱାରୋପ କରିଛନ୍ତି ।
କେବଳ ଆଇନସମ୍ମତ, ମିଟର୍ ଭିତ୍ତିକ ବିଦ୍ୟୁତ୍ ବ୍ୟବହାର କରିବାକୁ, ଅସୁରକ୍ଷିତ ଟ୍ୟାପିଂ ଅଭ୍ୟାସରୁ ବିରତ ରହିବା ସହିତ ବିଦ୍ୟୁତ୍ ଚୋରି କିମ୍ବା ବିପଦପୂର୍ଣ୍ଣ ବିଦ୍ୟୁତ ସଂଯୋଗର ଯେକୌଣସି ଘଟଣା ନଜରକୁ ଆସିଲେ ସକ୍ରିୟ ଭାବରେ ତାର ରିପୋର୍ଟ କରିବାକୁ ଉପଭୋକ୍ତାମାନଙ୍କୁ ଅନୁରୋଧ କରାଯାଇଛି। ଠିକ ସମୟରେ ଏହି ସୂଚନା ଦେବା ଦୁର୍ଘଟଣାକୁ ରୋକିବା ସହିତ, ବିଦ୍ୟୁତ୍ ବିଭ୍ରାଟ ହ୍ରାସ କରିବା ଏବଂ ବିଦ୍ୟୁତ୍ ନେଟୱାର୍କର ଦକ୍ଷ କାର୍ଯ୍ୟକାରିତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।
ବିଦ୍ୟୁତ୍ ଚୋରି କିମ୍ବା ଅସୁରକ୍ଷିତ ବିଦ୍ୟୁତ୍ ବ୍ୟବହାର ସମ୍ପର୍କରେ ରିପୋର୍ଟ କରିବା ପାଇଁ, ଉପଭୋକ୍ତାମାନେ ଡିସକମ୍ ର ଉତ୍ସର୍ଗୀକୃତ ହେଲ୍ପଲାଇନ୍ ନମ୍ବର କିମ୍ବା ୧୯୧୨ ରେ କଲ୍ କରିପାରିବେ।
ଯେଉଁ ସମୟରେ ଓଡ଼ିଶା ଏହାର ବିଦ୍ୟୁତ୍ ଭିତ୍ତିଭୂମିକୁ ଉନ୍ନତ ଏବଂ ବିସ୍ତାର କରିବା ଜାରି ରଖିଛି ସେଭଳି ସମୟରେ ବିଦ୍ୟୁତ୍ ଚୋରିରେ ହ୍ରାସ; ଭୋଲଟେଜ୍ ସ୍ତରରେ ଉନ୍ନତି ଆଣିବା, ବିଦ୍ୟୁତ ବିଭ୍ରାଟକୁ ହ୍ରାସ କରିବା ଓ ଏକ ସ୍ଥିର ଏବଂ ସ୍ୱଚ୍ଛ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଆଇନଗତ ବିଦ୍ୟୁତ୍ ବ୍ୟବହାର ପ୍ରତି ଏକ ସାମୂହିକ ପ୍ରତିବଦ୍ଧତା ପ୍ରତ୍ୟେକ ଉପଭୋକ୍ତାଙ୍କୁ ଅପ୍ରତିବନ୍ଧିତ, ସୁଲଭ ଏବଂ ଉଚ୍ଚମାନର ବିଦ୍ୟୁତ୍ ଯୋଗାଇବା ଦିଗରେ ରାଜ୍ୟର ଲକ୍ଷକୁ ସୁଦୃଢ଼ କରିବ।

Share

Leave a Reply

Your email address will not be published. Required fields are marked *

7 + 8 =