ଫିଜିକ୍ସୱାଲା ଲିମିଟେଡର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ନଭେମ୍ବର ୧୧ରେ ଖୋଲିବ
ଭୁବନେଶ୍ୱର: ଫିଜିକ୍ସୱାଲା ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ନଭେମ୍ବର ୧୧ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ନଭେମ୍ବର ୧୦, ସୋମବାର ଦିନ ବିଡ ଦାଖଲ କରିପାରିବେ । ୨୦୨୫ ନଭେମ୍ବର ୧୩, ଗୁରୁବାର ଦିନ ବିଡ୍ ଦାଖଲ ଶେଷ ହେବ ।
ନିବେଶକମାନେ ସର୍ବନିମ୍ନ ୧୩୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୩୭ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୧୦୩ ଟଙ୍କାରୁ ୧୦୯ ଟଙ୍କା ମଧ୍ୟରେ ରହିଛି। କର୍ମଚାରୀ ସଂରକ୍ଷିତ ଭାଗରୁ ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୧୦ ଟଙ୍କାର ରିହାତି ମିଳିବ ।
ଏହି ଅଫରର ମୋଟ ମୂଲ୍ୟ ୩୪୮୦ କୋଟି ଟଙ୍କା ରହିଛି। କମ୍ପାନୀ ପକ୍ଷରୁ ୩୧୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍ରେ ଅଂଶଧନକାରୀମାନେ ୩୮୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହିତ ହେବ ସେଥିରେ ୪୬୦.୫୫୧ କୋଟି ଟଙ୍କାକୁ କମ୍ପାନୀ ନୂଆ ଅଫଲାଇନ ଓ ହାଇବ୍ରିଡ କେନ୍ଦ୍ର ଖୋଲିବା, ୫୪୮.୩୦୮ କୋଟି ଟଙ୍କାକୁ ପୂର୍ବ ଷ୍ଟୋରଗୁଡ଼ିକର ଲିଜ ଭଡ଼ା ପ୍ରଦାନ କରାଯିବ। ଏହାର ସହାୟକ କମ୍ପାନି ଜାଇଲେମ୍ ଲର୍ଣ୍ଣିଙ୍ଗ ପ୍ରାଇଭେଟ ଲିମିଟେଡରେ ୪୭.୧୬୮ କୋଟି ଟଙ୍କାର ନିବେଶ ଯୋଜନା କରାଯାଇଛି ଯେଉଁଥିରେ ନୂଆ ଅଫ୍ଲାଇନ୍ କେନ୍ଦ୍ରଗୁଡ଼ିକ ସ୍ଥାପନ ପାଇଁ ୩୧.୬୪୮ କୋଟି ଟଙ୍କା ଓ ପୂର୍ବ ଜାଇଲେମ କେନ୍ଦ୍ର ଓ ହଷ୍ଟେଲ୍ଗୁଡ଼ିକର ଲିଜ୍ ଦେୟ ପାଇଁ ୧୫.୫୨୦ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଉତ୍କର୍ଷ କ୍ଲାସେସ୍ ଆଣ୍ଡ୍ ଏଡୁଟେକ ପ୍ରାଇଭେଟ ଲିମିଟେଡରେ ଅଫଲାଇନ କେନ୍ଦ୍ରଗୁଡ଼ିକର ଲିଜ୍ ଦେୟ ପୂରଣ ପାଇଁ ଅତିରିକ୍ତ ୨୮.୦୦୨ କୋଟି ଟଙ୍କା ନିବେଶ କରାଯିବ। ସର୍ଭର ଓ କ୍ଲାଉଡ ସମ୍ବନ୍ଧୀୟ ଭିତିଭୂମି ପାଇଁ ୨୦୦.୧୦୬ କୋଟି ଟଙ୍କା ଏବଂ ମାର୍କେଟିଙ୍ଗ ଉଦ୍ୟୋଗଗୁଡ଼ିକ ପାଇଁ ୭୧୦ କୋଟି ଟଙ୍କା ବରାଦ କରାଯାଇଛି। କମ୍ପାନି ଏହାର ସହାୟକ କମ୍ପାନି ଉତ୍କର୍ଷ କ୍ଲାସେସ୍ ଆଣ୍ଡ ଏଡୁଟେକ୍ ପ୍ରାଇଭେଟ ଲିମିଟେଡରେ ଅତିରିକ୍ତ ଶେୟାରବଅର୍ଜନ କରିବା ପାଇଁ ୨୬.୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛି। ବଳକା ରାଶିକୁ ଅଧିଗ୍ରହଣ ଓ ସାଧାରଣ କର୍ପୋରେଟ କାର୍ଯ୍ୟ ପାଇଁ ବ୍ୟବହାର କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ । ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାର ବିଏସ୍ଇ ଲିମିଟେଡ୍ ଓ ଏନ୍ଏସ୍ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅର୍ଫର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଗୋଲ୍ଡ ମ୍ୟାନସଚସ (ଇଣ୍ଡିଆ) ସିକ୍ୟୁରିଟି ପ୍ରାଇଭେଟ ଲିମିଟେଡ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍।

