ଏମ୍ଏସ୍ଟିସି-ପିଏଏମ୍ପି ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ସ୍ୱତନ୍ତ୍ର ଷ୍ଟୋର୍ର ଶୁଭାରମ୍ଭ, ଆଣିଛି ୨୪ କ୍ୟାରେଟ୍, ୯୯.୯୯% ବିଶୁଦ୍ଧ ସୁନା ଓ ରୁପା ସମ୍ଭାର
- ନିରବଚ୍ଛିନ୍ନ ସ୍ୱିସ୍ ଉତ୍କର୍ଷ ଓ ମେଡ୍ ଇନ୍ ଇଣ୍ଡିଆ ସହିତ ଗ୍ରାହକଙ୍କ ସାମଗ୍ରିକ ଯାତ୍ରାରେ ଉନ୍ନତି ଆଣିବା ଏବଂ ଜାତୀୟ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏମ୍ଏମ୍ଟିସି-ପିଏଏମ୍ପିର ରହିଥିବା ମିସନ୍ରେ ଭୁବନେଶ୍ୱରକୁ ସାମିଲ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- ଏମଏମ୍ଟିସି-ପିଏଏମ୍ପିର ସୁନା (୨୪ କ୍ୟାରେଟ୍) ଓ ରୁପା (୯୯.୯୯%+) ବିଶୁଦ୍ଧ ମାନକରେ ଅଗ୍ରଣୀ
- ଗ୍ରାହକମାନେ ପୁରୁଣା ସୁନାର ମୂଲ୍ୟାଙ୍କନ କରିବା ଏବଂ ଏମଏମଟିସି-ପିଏଏମପିର ସ୍ୱଚ୍ଛ ପ୍ରକ୍ରିୟାରେ ବିକ୍ରି କରିବାର ସୁଯୋଗ ପାଇପାରିବେ ଯାହା ଏହାର ପ୍ରକୃତ ମୂଲ୍ୟ ପ୍ରଦାନ କରିବାର ଗ୍ୟାରେଂଟି ଦେଉଛି
ଭୁବନେଶ୍ୱର: ଭାରତର ଏକମାତ୍ର ଏଲ୍ବିଏମ୍ଏ-ମାନ୍ୟତାପ୍ରାପ୍ତ ଏବଂ ଗୁଡ୍ ଡେଲିଭେରି ସୁନା ଓ ରୂପା ଶୁଦ୍ଧିକରଣ କେନ୍ଦ୍ର ଏମଏମ୍ଟିସି-ପିଏଏମ୍ପି ଭୁବନେଶ୍ୱରରେ ନିଜର ଉପସ୍ଥିତି ସମ୍ପ୍ରସାରଣ କରିଛି। ସୁନା ଓ ରୂପା ପ୍ରତି ଏହି ସହରର ସାଂସ୍କୃତିକ ଆକର୍ଷଣକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ପ୍ରଥମ ‘ପ୍ୟୁରିଟି ଭେରିଫିକେସନ୍ ସେଂଟର (ପିଭିସି)’ର ଶୁଭାରମ୍ଭ କରିଛି, ଯାହା ଅତୁଳନୀୟ ବିଶ୍ୱାସ, ଶୁଦ୍ଧତା ଏବଂ ପ୍ରାମାଣିକତାର ପ୍ରତିଶ୍ରୁତିକୁ ଦୃଢ଼ କରୁଛି। ଏହି ପଦକ୍ଷେପ ଗ୍ରାହକଙ୍କୁ ୯୯.୯୯%+ ଶୁଦ୍ଧ ସୁନା (୨୪ କ୍ୟାରେଟ୍) ଓ ରୂପା ଉତ୍ପାଦର ବିସ୍ତୃତ ପରିସର ପ୍ରଦାନ କରି ଗ୍ରାହକ ଅନୁଭୂତିକୁ ଉନ୍ନତ କରିବ। ଏମ୍ଏମ୍ଟିସି-ପିଏଏମ୍ପିର ଭୁବନେଶ୍ୱରରେ ଆଗମନ ସୁଇସ୍ କାରିଗରି ପ୍ରତିଶ୍ରୁତି ସହିତ ସର୍ବୋଚ୍ଚ ଗୁଣବତାର ସୁନା ଓ ରୂପା ଉତ୍ପାଦ ପ୍ରତି ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବ।
ଏମ୍ଏମ୍ଟିସି-ପିଏଏମ୍ପି ଶୁଦ୍ଧ ସୁନା ଓ ରୂପା ମୁଦ୍ରା ଓ ବାର୍ର ଏକ ଅନନ୍ୟ ସଂଗ୍ରହ ପ୍ରଦାନ କରିବ ଯାହା କ୍ଲାସିକ୍, ଧାର୍ମିକ, ସଂଗ୍ରହଣୀୟ ଏବଂ ଉପହାର ସାମଗ୍ରୀ ଭଳି ବିଭିନ୍ନ ବର୍ଗକୁ ଅନ୍ତର୍ଭୁକ୍ତ କରିବ। ଏଥିସହ ଗ୍ରାହକମାନେ ନିଜର ପୁରୁଣା ସୁନା ଓ ରୂପା ବିଶେଷଜ୍ଞ ଦ୍ୱାରା ମୂଲ୍ୟାଙ୍କନ କରାଇ ଏମ୍ଏମ୍ଟିସି-ପିଏଏମ୍ପିର କ୍ରୟ ସେବା ମାଧ୍ୟମରେ ବିକ୍ରୟ କରିବାର ସୁଯୋଗ ପାଇପାରିବେ। କମ୍ପାନୀର ସ୍ୱଚ୍ଛ ପ୍ରକ୍ରିୟା ଗ୍ରାହକଙ୍କୁ ନିଜର ମୂଲ୍ୟବାନ ଧାତୁର ପ୍ରକୃତ ମୂଲ୍ୟ ନିର୍ଣ୍ଣୟରେ ସର୍ବୋଚ୍ଚ ସଠିକତା ନିଶ୍ଚିତ ଚରୁଛି। ଏହି ମୂଲ୍ୟାଙ୍କନ ଏମ୍ଏମ୍ଟିସି-ପିଏଏମ୍ପିର ଜର୍ମାନୀର ଅତ୍ୟାଧୁନିକ ପ୍ରଯୁକ୍ତି ଓ ସଫ୍ଟୱେର ଦ୍ୱାରା ସମ୍ପନ୍ନ ଯାହା ପାରମ୍ପରିକ ଟଚ୍ଷ୍ଟୋନ୍ ପଦ୍ଧତିରେ ହୋଇଥିବା ମୂଲ୍ୟହାନି ବିନା ସର୍ବୋଚ୍ଚ ସଠିକତା ନିଶ୍ଚିତ କରୁଛି।
ଭୁବନେଶ୍ୱର ଷ୍ଟୋର୍ ଠିକଣା: ଗ୍ରାଉଣ୍ଡ ଫ୍ଲୋର, ପ୍ଲଟ୍ ନଂ ୨ସି, ଜନପଥ, ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା-୭୫୧୦୦୧
ଏହି ଅବସରରେ ଏମ୍ଏମ୍ଟିସି-ପିଏଏମ୍ପିର ସିଇଓ ଶ୍ରୀ ସାମିତ ଗୁହା କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ପ୍ରଥମ ଏକ୍ସକ୍ଲୁସିଭ୍ ପ୍ୟୁରିଟି ଭେରିଫିକେସନ୍ ସେଂଟର ଖୋଲିଥିବାରୁ ଖୁସି ଅନୁଭବ କରୁଛୁ। ଏହି ସମ୍ପ୍ରସାରଣ ଏମ୍ଏମ୍ଟିସି-ପିଏଏମ୍ପିର ଭାରତ ବ୍ୟାପୀ ଆମର ମୂଲ୍ୟବାନ ଗ୍ରାହକଙ୍କୁ ସେବା ପ୍ରଦାନ କରିବାର ଲକ୍ଷ୍ୟ ସହିତ ସମନ୍ୱିତ ଏବଂ ଆମ ପୂର୍ବ ଭାରତର ରଣନୀତିକ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ପିଭିସିଗୁଡିକ ଗ୍ରାହକ ବିଶ୍ୱାସ ଓ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଇ ପରିକଳ୍ପନା କରାଯାଇଛି ଯାହା ଅତୁଳନୀୟ ସ୍ୱଚ୍ଛତା ଓ ସଠିକତା ପୃଷ୍ଠଭୂମିରେ ଏକ ସୁଗମ ଷ୍ଟୋର୍ ଭିତର ଅନୁଭୂତି ପ୍ରଦାନ କରୁଛି।। ଭାରତର ଏକମାତ୍ର ଏଲ୍ବିଏମ୍ଏ-ମାନ୍ୟତାପ୍ରାପ୍ତ ଗୁଡ୍ ଡେଲିଭେରି ସୁନା ଓ ରୂପା ଶୁଦ୍ଧିକରଣ କେନ୍ଦ୍ର ଭାବେ ଆମେ ଆମ ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡର ଶୁଦ୍ଧତା ଓ ସୁଇଜ୍ କାରିଗରୀ ଆଣିଥିବାରୁ ଗର୍ବିତ। ଭୁବନେଶ୍ୱରରେ ଆମର ଉପସ୍ଥିତି ଉତ୍କୃଷ୍ଟତା ପ୍ରଦାନ ଏବଂ ମୂଲ୍ୟବାନ ଧାତୁର ବ୍ୟବସ୍ଥାରେ ଆମର ନେତୃତ୍ୱ ସ୍ଥାୟୀ କରିବାର ପ୍ରତିବଦ୍ଧତାକୁ ଦୃଢ଼ କରୁଛି।’’
୨୦୦୮ ରେ ସ୍ଥାପିତ ଏମ୍ଏମ୍ଟିସି-ପିଏଏମ୍ପି ଭାରତର ଏକମାତ୍ର ସମ୍ପୂର୍ଣ୍ଣ ସମନ୍ୱିତ ମୂଲ୍ୟବାନ ଧାତୁ ବ୍ୟବସ୍ଥା ଗଠନ କରିଛି, ଯେଉଁଥିରେ ରହିଛି ଡିଜିଟାଲ୍ ସୁନା ଓ ରୂପା, ବୁଲିଅନ୍ (ସୁନା ଓ ରୂପା), ମିଟେଂଡ୍ କଏନ୍ (ସୁନା ଓ ରୂପା), ବାଏବ୍ୟାକ୍ ଏବଂ ପୁରାତନ ସୁନା ରିସାଇକ୍ଲିଂ। ଏମ୍ଏମ୍ଟିସି-ପିଏଏମ୍ପି ପୂର୍ବରୁ ଭାରତର ଡିଜିଟାଲ୍ ସୁନା ବଜାରରେ ଅଗ୍ରଣୀ ଏବଂ ସାରା ଦେଶରେ ଏହାର ଏକ ଦୃଢ଼ ଗ୍ରାହକ ଆଧାର ରହିଛି।
ଏମ୍ଏମ୍ଟିସି-ପିଏଏମ୍ପି ଏକ ମହତ୍ୱକାଂକ୍ଷୀ ଲକ୍ଷ୍ୟ ରଖିଛି। ତାହା ହେଉଛି ଦେଶବ୍ୟାପୀ ଉପସ୍ଥିତି ଦୃଢ଼ କରିବା ଏବଂ ଗ୍ରାହକଙ୍କୁ ଏକ ସୁଗମ ଅନୁଭୂତି ପ୍ରଦାନ କରିବା। କମ୍ପାନି ମୂଲ୍ୟବାନ ଧାତୁ ବଜାରରେ ନିଜର ଉପସ୍ଥିତି ଆହୁରି ଶକ୍ତିଶାଳୀ କରିବାକୁ ଆଗ୍ରହୀ। ଏମ୍ଏମ୍ଟିସି-ପିଏଏମ୍ପି ଦିଲ୍ଲୀ, ଗାଜିଆବାଦ୍, ନୋଇଡା ଏବଂ ଲୁଧିଆନାରେ ନୂତନ କେନ୍ଦ୍ର ଉଦଘାଟନ କରିଛି ଯାହା ବିଶ୍ୱସ୍ତ ଏବଂ ଶୁଦ୍ଧ ମୂଲ୍ୟବାନ ଧାତୁ ଉତ୍ପାଦ ସନ୍ଧାନ କରୁଥିବା ଗ୍ରାହକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
ଏମ୍ଏମ୍ଟିସି-ପିଏଏମ୍ପି ଉଚ୍ଚ ଗୁଣବତା, ସାଂସ୍କୃତିକ ଭାବେ ବିବିଧତାପୂର୍ଣ୍ଣ ଉତ୍ପାଦ ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ଜଣାଶୁଣା ଏବଂ ଏହାକୁ ସୁନା ଓ ରୂପା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକତା ପାଇଁ ୱାନ୍-ଷ୍ଟପ୍ ଶପ୍ରେ ପରିଣତ କରିଛି। ଏମଏମଟିସି-ପିଏଏମ୍ପି ଦ୍ୱାରା ନିର୍ମିତ ପ୍ରତ୍ୟେକ ଉତ୍ପାଦ ୯୯୯.୯+ ଶୁଦ୍ଧତା ନିଶ୍ଚିତ କରିବା ପାଇଁ ଏକ କଠୋର ଶୁଦ୍ଧିକରଣ ପ୍ରକ୍ରିୟା ଦେଇ ଗତି କରୁଛି। ଉତ୍ପାଦର ପ୍ରାମାଣିକତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଏମ୍ଏମ୍ଟିସି-ପିଏଏମ୍ପି ଉତ୍ପାଦରେ ଏକ ଅନନ୍ୟ ନମ୍ବର ଥାଏ ଏବଂ ଏହା ଏକ ଆସେସର ପ୍ରମାଣିତ ସର୍ଟିକାର୍ଡ୍ ସହିତ ଆସୁଛି। ଏମ୍ଏମ୍ଟିସି-ପିଏଏମ୍ପି ଠାରୁ କିଣାଯାଇଥିବା ପ୍ରତ୍ୟେକ ସୁନା ଓ ରୂପା ଉତ୍ପାଦରେ ପଜିଟିଭ୍ ୱେଟ୍ ଟଲେରାନ୍ସ ଥାଏ ଯାହା ନିଶ୍ଚିତ କରେ ଯେ ଆପଣ କିଣୁଥିବା ପ୍ରତ୍ୟେକ ମୁଦ୍ରା କିମ୍ବା ବାର୍ ଲିଖିତ ଓଜନ ଠାରୁ ଅଧିକ ଓଜନର ହେବ। ଫଳରେ ଗ୍ରାହକଙ୍କୁ ସେମାନଙ୍କ ବିନିଯୋଗ ପାଇଁ ସର୍ବୋଚ୍ଚ ମୂଲ୍ୟ ମିଳିଥାଏ।

