ମିଶୋ ପକ୍ଷରୁ ସେବି ନିକଟରେ ଅପ୍ଡେଟେଡ୍ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ମିଶୋ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ପକ୍ଷରୁ ୪୨୫୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ପ୍ରସ୍ତାବ ଦିଆଯାଇଛି। ଏଥିରେ ଅଫର ଫର୍ ସେଲ୍ରେ ନିବେଶକମାନେ ୧୭,୫୬,୯୬,୬୦୨ ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର ସେଲ୍ରେ ଏଲିଭେସନ କ୍ୟାପିଟାଲ ଭି ଲିମିଟେଡ୍, ପିକ୍ ଏକ୍ସଭି ପାର୍ଟନର୍ସ ଇନଭେଷ୍ଟମେଂଟସ ଭି, ହାଇୱେ ସିରିଜ, ୱାଇ କମ୍ବିନେଟର କଂଟିନୁଇଟି ହୋଲଡିଂସ ଆଇ, ଏଲଏଲସି, ଗୋଲଡେନ ସମିଟ ଲିମିଟେଡ, ଭିଏଚ କ୍ୟାପିଟାଲ, ଭିଏଚ କ୍ୟାପିଟାଲ ଏକ୍ସଆଇ, ଭିଡିଟ ଆଟ୍ରେ, ସଞ୍ଜୀବ କୁମାର ଓ ମ୍ୟାନ ହେ ଟ୍ୟାମ ନିଜର ଅଂଶଧନ ବିକ୍ରି କରିବେ।
ଏହି ଇସ୍ୟୁରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ମିଶୋ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍ର କ୍ଲାଉଡ୍ ଭିତିଭୂମିରେ ନିବେଶ, ମେସିନ ଲର୍ଣ୍ଣିଂ, ଏଆଇ ଓ ଟେକ୍ନୋଲୋଜି ଟିମର ବେତନ ପ୍ରଦାନ, ନୂଆ କର୍ମଚାରୀ ନିୟୋଜତ, ମାର୍କେଟିଂ ଓ ବ୍ରାଣ୍ଡିଂରେ ବ୍ୟବହାର, ଅଧିଗ୍ରହଣ ଓ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ଅଭିବୃଦ୍ଧି ବଢ଼ାଇବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଇଛି।
ବାର୍ଷିକ କାରବାର କରୁଥିବା ବ୍ୟବହାରକାରୀ ତଥ୍ୟ ଅନୁସାରେ ୨୦୨୪-୨୫ରେ ମିଶୋ ଭାରତର ସର୍ବବୃହତ ଇ-କମର୍ସ ପ୍ଲାଟଫର୍ମ ଭାବେ ଉଭା ହୋଇଥିଲା। ଏହି ପ୍ଲାଟଫର୍ମରେ ୫,୦୦,୦୦୦ ବିକ୍ରେତା ଯୋଡ଼ି ହୋଇଥିବା ବେଳେ ୧୯୯ ନିୟୁତ ବାର୍ଷିକ କାରବାର ସମ୍ପାଦିତ ହେଉଛି ଏବଂ ବର୍ଷକୁ ୧.୮ ବିଲିୟନ ବରାଦ ଦିଆଯାଉଛି।
ମିଶୋ ପ୍ଲାଟଫର୍ମରେ ମୋଟ୍ ବରାଦ ପରିମାଣ ୨୦୨୨-୨୩ରେ ୧ ବିଲିୟନ ଡଲାର ଥିବା ବେଳେ ତାହା ୨୦୨୪-୨୫ ସୁଦ୍ଧା ୧.୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ବରାଦ ପ୍ରଦାନରେ ବୃଦ୍ଧି ଘଟିଥିବା ବେଳେ ଶ୍ରେଷ୍ଠ ୮ ସହରରୁ ବରାଦ ୪୬ ପ୍ରତିଶତ ବୃଦ୍ଧି ପାଇଛି।
ନିଟ ସାମଗ୍ରୀ ମୂଲ୍ୟ ୨୦୨୪-୨୫ରେ ୨୯ ପ୍ରତିଶତ ବୃଦ୍ଧି ସହ ୨୯,୯୮୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କମ୍ପାନିର କ୍ଷତି ପରିମାଣର ଲଗାତାର ଭାବେ କମ୍ ହେଉଛି। ୨୦୨୨-୨୩ରେ ତାହା ୧୬୭୨ କୋଟି ଟଙ୍କା ଥିବା ବେଳେ ୨୦୨୪-୨୫ରେ ତାହା ୧୦୮ କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରଯୁକ୍ତିରେ ନିବେଶ ସତ୍ୱେ କ୍ଷି ପରିମାଣ କମ୍ ହୋଇଛି। କମ୍ପାନି ଅଭିବୃଦ୍ଧିମୂଳକ ପଦକ୍ଷେପଗୁଡ଼ିକରେ ନିବେଶ ଜାରି ରଖିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମୋର୍ଗାନ ଷ୍ଟାନଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ ଓ ସିଟିଗ୍ରୁପ ଗ୍ଲୋବାଲ ମାର୍କେଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ।

