ଲେନ୍ସକାର୍ଟ ପକ୍ଷରୁ ଭାରତରେ ୟୁରୋପୀୟ ବ୍ରାଣ୍ଡ ମେଲରର ଶୁଭାରମ୍ଭ ଓ ଲୋକପ୍ରିୟ ଲାବୁବୁ ନିର୍ମାତା ପୋପମାର୍ଟ ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଚଷମା ୟୁନିକର୍ଣ୍ଣ ଲେନ୍ସକାର୍ଟ ପକ୍ଷରୁ ବାର୍ସେଲୋନାର ପ୍ରିମିୟମ ଚଷମା ବ୍ରାଣ୍ଡ ମେଲରକୁ ଭାରତରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏଥି ସହିତ ବିଶ୍ୱବିଖ୍ୟାତ ପୋପ-କଲଚର ବ୍ରାଣ୍ଡ ତଥା ଭାଇରାଲ ଲାବୁବୁ ନିର୍ମାତା ପୋପମାର୍ଟ ସହିତ ସହଭାଗିତା କରାଯାଇଛି। ଏହି ଦୁଇ ଘୋଷଣା ଲେନ୍ସକାର୍ଟର ଆଧୁନିକ “ହାଉସ୍ ଅଫ୍ ଆଇୱେୟାର ବ୍ରାଣ୍ଡସ୍” ଗଢ଼ିବାର ମହତ୍ତ୍ୱାକାଂକ୍ଷୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ମେଲର ହେଉଛି ୟୁରୋପର ଦ୍ରୁତ ଗତିରେ ବଢୁଥିବା ଡି୨ସି ଯୁବ ଚଷମା ବ୍ରାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାର ବିଶ୍ୱବ୍ୟାପୀ ୭ ଲକ୍ଷରୁ ଅଧିକ ଅନୁଗାମୀ ରହିଛନ୍ତି। ସହିତ ପରିଚିତ। ଏହା ବୋଲ୍ଡ ସିଲୁଏଟ୍, ଷ୍ଟ୍ରିଟ୍-କଲଚରରୁ ପ୍ରେରିତ ରଙ୍ଗ ପ୍ୟାଲେଟ ଓ ଫ୍ୟାସନେବଲ ଡିଜାଇନ୍ ପାଇଁ ପରିଚିତ। ଏବେ ଏହି ବ୍ରାଣ୍ଡ ଲେନ୍ସକାର୍ଟର ସମଗ୍ର ଓମ୍ନିଚ୍ୟାନେଲ ନେଟୱର୍କରେ ଉପଲବ୍ଧ ହେବ। ପ୍ରଥମେ ଜିଓଆଇକ୍ୟୁ ଲୋକେସନ ଇଣ୍ଟେଲିଜେନ୍ସ ବ୍ୟବହାର କରି ଚିହ୍ନଟ କରାଯିବାକୁ ଥିବା ପ୍ରାୟ ୫୦୦ଟି ହାଇ ଫ୍ୟାସନ ଅଞ୍ଚଳର ଷ୍ଟୋରରେ ଏବଂ ଲେନ୍ସକାର୍ଟ ଆପ୍ ଓ ୱେବସାଇଟରେ ଏହା ଉପଲବ୍ଧ ହେବ।
ଲେନ୍ସକାର୍ଟ ପକ୍ଷରୁ ବିଶ୍ୱପ୍ରସିଦ୍ଧ ଚାଇନିଜ ଖେଳନା କମ୍ପାନୀ ପୋପମାର୍ଟ ସହଯୋଗିତାରେ ଏକ ଲିମିଟେଡ ଏଡିସନ ଚଷମା କଲେକ୍ସନ ଉନ୍ମୋଚନ କରାଯାଇଛି। ଏଥିରେ ବିଭିନ୍ନ ଚରିତ୍ର ଆଧାରିତ ଫ୍ରେମ ରହିବ। ଏହି ସଂଗ୍ରହ ପ୍ରଥମେ ୨୦୨୫ ଡିସେମ୍ବରର ପ୍ରଥମ ସପ୍ତାହରୁ ସିଙ୍ଗାପୁରରେ (ଅନଲାଇନ ଓ କେତେକ ଷ୍ଟୋରରେ) ଉନ୍ମୋଚିତ ହେବ ଏବଂ ଶୀଘ୍ର ଭାରତକୁ ମଧ୍ୟ ଆସିବ। ଏହା ହେଉଛି ଲେନ୍ସକାର୍ଟର ହ୍ୟାରି ପୋଟର, ହେଲୋ କିଟି, ପୋକେମନ, ଡ୍ରାଗନ ବଲ ଜେଡ଼, ସୁପରମ୍ୟାନ ଓ ବ୍ୟାଟମ୍ୟାନ ଭଳି ପପ କଲଚର ସହଭାଗିତାରେ ଏକ ନୂଆ ଯୋଗଦାନ।
ଏ ସମ୍ପର୍କରେ ଲେନ୍ସକାର୍ଟର ସହ ପ୍ରତିଷ୍ଠାତା ତଥା ସିଇଓ ପୀୟୁଷ ବଂଶଲ କହିଛନ୍ତି ଯେ, “ଆମ ଗ୍ରାହକମାନେ ଆମର ପ୍ରତିଟି ନିଷ୍ପତ୍ତିକୁ ପ୍ରେରଣା ଦିଅନ୍ତି। ସେମାନେ ବିଶ୍ୱସ୍ତରୀୟ ଡିଜାଇନ, ବ୍ୟକ୍ତିଗତ ପସନ୍ଦ ଓ ଅସଲି ବ୍ରାଣ୍ଡ ଖୋଜୁଛନ୍ତି। ମେଲରର ବଳିଷ୍ଠ ସୌନ୍ଦର୍ଯ୍ୟ ଓ ମଜବୁତ ଗୋଷ୍ଠୀ ଏହାକୁ ଆମର ହାଉସ ଅଫ ବ୍ରାଣ୍ଡସରେ ଏକ ଗୁରୁତ୍ୱପୂର୍ଣ ଯୋଗଦାନ ଭାବେ ସାମିଲ କରିଛି।ପପମାର୍ଟ ଭଳି ସୃଜନଶୀଳ ସହଭାଗିତା ମାଧ୍ୟମରେ ଆମେ ଚଷମାରେ ଖେଳ, କଳ୍ପନା ଓ କଲେକ୍ଟିବିଲିଟିର ମୁହୂର୍ତ ଆଣିବାକୁ ଚାହୁଁଛୁ। ତାହା ଆମ ଗ୍ରାହକମାନଙ୍କୁ ଆନନ୍ଦିତ କରିବ।”
ସେ କହିଛନ୍ତି ଯେ, “ଜନ୍ ଜ୍ୟାକବ୍ସ, ଓନଡେଜ ଓ ଏବେ ମେଲର ଭଳି ବ୍ରାଣ୍ଡ ଏବଂ ପପମାର୍ଟ ଭଳି ସହଭାଗିତାକୁ ଏକାଠି କରି ଆମର ଲକ୍ଷ୍ୟ ହେଉଛି ଗ୍ରାହକମାନଙ୍କୁ ଅଧିକ ବିକଳ୍ପ ଓ ଉତମ ଅନୁଭୂତି ପ୍ରଦାନ କରିବା। ଆମେ ନିଜକୁ ପରବର୍ତ୍ତୀ ପିଢ଼ିର ଚଷମା ବ୍ରାଣ୍ଡଗୁଡ଼ିକର ସହାୟକ ଭାବେ ଦେଖୁଛୁ। ସେମାନଙ୍କୁ ଆମେ ପ୍ଲାଟଫର୍ମ ଓ କ୍ଷମତା ଯୋଗାଇ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ସମ୍ଭାବନାକୁ ଖୋଲୁଛୁ।”
ଲେନ୍ସକାର୍ଟର ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳ, ସର୍ବ ଭାରତୀୟ ବିତରଣ ବିଶ୍ୱର ଲେନ୍ସ ଲିଡର ଭାବେ ପରିଚିତ ଟୋକାଇ ଓ ରୋଡେନଷ୍ଟକ ସହ ସହଭାଗିତା ଦ୍ୱାରା ପରିଚାଳିତ ହେଉଛି।

