Business

ଲୌରିଜ୍ ନୁଡ୍‌ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ନୂଆ ଉତ୍ପାଦ ପୋର୍ଟଫୋଲିଓ ଉନ୍ମୋଚିତ

ଭୁବନେଶ୍ୱର: ଭାରତୀୟ ଇଲେକ୍ଟ୍ରିକ୍‌ାଲ ଓ ଅଟୋମେସନ୍ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଲୌରିଜ୍ ନୁଡ୍‌ସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍ ପକ୍ଷରୁ ଭାରତର ପ୍ରମୁଖ ଶିଳ୍ପ କ୍ଲଷ୍ଟର୍ ଓ ଅଭିବୃଦ୍ଧି କରିଡର୍‌ଗୁଡ଼ିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସର୍ବବୃହତ ଉତ୍ପାଦ ପୋର୍ଟଫୋଲିଓର ଶୁଭାରମ୍ଭ କରାଯାଇଛି। ଏହି ମହତ୍ୱକାଂକ୍ଷୀ ଅଭିଯାନର ଅଂଶ ସ୍ୱରୂପ କମ୍ପାନି ପକ୍ଷରୁ ସାରା ଦେଶର ୩୦ଟି ପ୍ରମୁଖ ଶିଳ୍ପ ସହର ପରିଦର୍ଶନ କରି ସ୍ଥାନୀୟ ଲିଡର, ଅଂଶୀଦାର ଏବଂ ସହଯୋଗୀମାନଙ୍କ ସହ ଭାବ ବିନିମୟ କରାଯାଉଛି।
ଲୋ ଭୋଲ୍‌ଟେଜ୍‌, ଶିଳ୍ପ ଅଟୋମେସନ୍ ଓ ସମାଧାନ ଉପରେ ଗୁରୁତ୍ୱ ଦେଇ ଲୌରିଜ୍ ନୁଡ୍‌ସେନ୍ ଏକ ପ୍ରଯୁକ୍ତି ଆଧାରିତ ନବସୃଜନର ନେତୃତ୍ୱ ନେଉଛି ଯାହା ଭାରତର ଶିଳ୍ପର ମୂଳଦୁଆକୁ ସୁଦୃଢ଼ କରିବ। ଭାରତ ସରକାରଙ୍କ ବିକଶିତ ଭାରତ ୨୦୪୭ ଭିଜନ୍ ଅନୁସାରେ ଏକ ଉନ୍ନତ ପ୍ରଯୁକ୍ତି, ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ ଓ ସ୍ମାର୍ଟ ଶକ୍ତି ଭାରତ ଗଠନ କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।
ଲୌରିଜ୍ ନୁଡ୍‌ସେନ୍ ପକ୍ଷରୁ ବ୍ୟାପକ ଇଭି ଚାର୍ଜିଂ ବ୍ୟବସ୍ଥା, ନୂଆ ଯୁଗର ଏୟାର ସର୍କିଟ୍ ବ୍ରେକର ଓ ଉଚ୍ଚ ପ୍ରଦର୍ଶନକାରୀ ମୋଲ୍‌ଡେଡ୍ କେସ୍ ସର୍କିଟ୍ ବ୍ରେକର, ଏଣ୍ଡ୍ ଟୁ ଏଣ୍ଡ୍ ଶିଳ୍ପ ଅଟୋମେସନ୍ ସମାଧାନ ଏବଂ ସ୍ମାର୍ଟ ନ୍ୟୁମରିକାଲ୍ ପ୍ରୋଟେକ୍ସନ ରିଲେ୍‌କୁ ଉନ୍ମୋଚନ କରାଯାଇଛି।
ଲୌରିଜ୍ ନୁଡସେନ୍ ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଅଟୋମେସନ୍‌ର ସିଓଓ ନରେଶ କୁମାର କହିଛନ୍ତି ଯେ, “ଲୌରିଜ ନୁଡସେନ୍‌ରେ ଆମର ଉଦ୍ଦେଣ୍ୟ ହେଉଛି ସ୍ମାର୍ଟ ପ୍ରଯୁକ୍ତି ପ୍ରଦାନ କରିବା ଯାହା ଗ୍ରାହକମାନଙ୍କୁ ସୁରକ୍ଷିତ, ଦ୍ରୁତ ଏବଂ ବୁଦ୍ଧିମାନ ଭାବେ କାର୍ଯ୍ୟ କରିବା ଲାଗି ସଶକ୍ତ କରିବ। ଏହି ଉତ୍ପାଦ ପ୍ରଦର୍ଶନ କରି ନବସୃଜନ ସମସ୍ତଙ୍କ ପାଖରେ ପହଂଚିବ, ଗ୍ରହଣୀୟ ହେବ ଏବଂ ସାରା ଭାରତର ପ୍ରତି ଅଂଚଳର ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିବକୁ ଉପଯୋଗୀ ରହିବା ଲାଗି ଆମର ଯେଉଁ ବିଶ୍ୱାସ ରହିଛି, ତାହାକୁ ଏହା ସୁଦୃଢ଼ କରୁଛି। ରାୟପୁରରେ ଏକ ରାଇସ୍ ମିଲ୍‌ର ଅଟୋମେସନ୍ ହେଉ କିମ୍ବା କୋଏମ୍ବାଟୁରରେ ଏକ ଟେକ୍ସଟାଇଲ୍ ମିଲ୍‌କୁ ସଶକ୍ତ କରିବା କିମ୍ବା ପୁଣେରେ ଏକ କାରଖାନାର ଆଧୁନିକୀକରଣ କରିବା, ଆମ ପୋର୍ଟଫୋଲିଓକୁ ପ୍ରଭାବ ପାଇଁ ପ୍ରସ୍ତୁତ କରାଯାଇଛି।
୨୦୨୯ ସୁଦ୍ଧା ଭାରତର ଇଲେକ୍ଟ୍ରିକାଲ୍ ଉପକରଣ କ୍ଷେତ୍ର ୯୫ ବିଲିଅନ୍ ଡଲାର ଏବଂ ଶିଳ୍ପ ଅଟୋମେସନ୍ ୨୦୩୩ ସୁଦ୍ଧା ୩୯.୬୫ ବିଲିୟନ୍ ଢଲାରକୁ ବୃଦ୍ଧି ପାଇବା ଆକଳନ କରାଯାଉଥିବାର, ଏହି ଧାରା ଅତ୍ୟନ୍ତ ସ୍ପଷ୍ଟ। ଭାରତୀୟ ନିର୍ମାତାମାନେ ସେମାନଙ୍କ ୩୫ ପ୍ରତିଶତ ପରିଚାଳନା ବଜେଟ୍‌କୁ ପ୍ରଯୁକ୍ତି ଆଧୁନିକୀକରଣରେ ନିବେଶ କରୁଛନ୍ତି, ଯାହା ବିଶ୍ୱ ହାରାହାରିଠାରୁ ଅଧିକ। ଏହି ପରିବର୍ତନଗୁଡ଼ିକ କେବଳ ସଂଖ୍ୟା ନୁହେଁ, ତାହ ଏକ ଚତୁର, ଅଧିକ ପ୍ରଭାବଶାଳୀ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେଉଥିବା ଜାତୀୟ ଅଭିଯାନକୁ ପ୍ରତିଫଳିତ କରୁଛି। ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ଅନୁସାରେ ଆମେ କେବଳ ଉତ୍ପାଦ ଉନ୍ମୋଚନ କରୁନାହୁଁ, ବରଂ ତାହା ଭାରତକୁ ଏକ ଚତୁର, ସ୍ୱଚ୍ଛ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତ ହେବାକୁ ସକ୍ଷମ କରିବ।”

Share

Leave a Reply

Your email address will not be published. Required fields are marked *

six + one =