Business

ଜିନକୁଶାଲ ଇଣ୍ଡଷ୍ଟ୍ରିଜ୍‌ର ଆଇପିଓ ସେପ୍ଟେମ୍ବର ୨୫ରେ ଖୋଲିବ

ଭୁବନେଶ୍ୱର: କେୟାରଏଜ୍ ରିପୋର୍ଟ ଅନୁସାରେ ଭାରତର ଅଗ୍ରଣୀ ଅଣ-ଓଇଏମ୍ ନିର୍ମାଣ ମେସିନ୍ ରପ୍ତାନିକାରୀ ଜିନକୌଶଳ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜେକେଆଇପିଏଲ୍‌) ଇନିସିଆଲ ପବ୍ଲିକ୍ ଅଫରିଂ (ଅଇପିଓ) ୨୦୨୫ ସେପ୍ଟେମ୍ବର ୨୫ ଖୋଲିବ ଓ ସେପ୍ଟେମ୍ବର ୨୯ରେ ବନ୍ଦ ହେବ। କମ୍ପାନି ୧୧୬ କୋଟି ଟଙ୍କାର ଆଇପିଓ ଜାରି କରିବ। କମ୍ପାନିର ମୂଲ୍ୟାୟନ ୪୬୪ କୋଟି ଟଙ୍କା ହୋଇଛି। ଏହି ଇସ୍ୟୁରେ ଇକ୍ୱିଟି ସେୟାର ପିଛା ଦାମ୍ ୧୧୫ ଟଙ୍କାରୂୁ ୧୨୧ ଟଙ୍କା ମଧ୍ୟରେ ରହିଛି।
ଏହି ଆଇପିଓରେ ୮୬.୩୫ ଲକ୍ଷ ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ୯.୫୯ ଲକ୍ଷ ଇକ୍ୱିଟି ସେୟାର ବିକ୍ରି କରାଯିବ। ଏହି ଅଫରରୁ ସଂଗୃହୀତ ହେବାକୁ ଥିବା ପାଣ୍ଠିରୁ ୭୨.୬୭ କୋଟି ଟଙ୍କାକୁ କମ୍ପାନି ଏହାର ଦୀର୍ଘକାଳୀନ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
ଜିନକୁଶାଲ ଇଣ୍ଡଷ୍ଟ୍ରିଜ୍‌ର ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀ ଅନିଲ କୁମାର ଜୈନ, ଅଭିନବ ଜୈନ, ସନ୍ଧ୍ୟା ଜୈନ, ତିଥି ଜୈନ ଓ ଯଶସ୍ୱୀ ଜୈନ। ଏହା ଭାରତ ସରକାରଙ୍କ ବୈଦେଶିକ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ଦ୍ୱାରା ତିନି ତାରକା ରପ୍ତାନି ହାଉସ୍‌ର ମାନ୍ୟତା ହାସଲ କରିଛି। ଏହା ହାଇଡ୍ରଲିକ୍ ଏକ୍ସକାଭେଟର, ମୋଟର ଗ୍ରେଡର, ବ୍ୟାକହୋ ଲୋଡର, ସଏଲ କମ୍ପାକ୍ଟର, ହ୍ୱିଲ ଲୋଡର, ବୁଲଡୋଜର, କ୍ରେନ ଓ ଆସଫାଲ୍ଟ ପେଭର ଭଳି ମେସିନ୍‌କୁ ୟୁଏଇ, ମେକ୍ସିକୋ, ନେଦରଲ୍ୟାଣ୍ଡ୍‌ସ, ବେଲଜିୟମ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ ଭଳି ୩୦ଟି ଦେଶକୁ ରପ୍ତାନି କରୁଛି।
୨୦୨୪-୨୫ ଜେକେଆଇପିଏଲ୍ ପରିଚାଳନାରୁ ୩୮୦ କୋଟି ଟଙ୍କାର ରାଜସ୍ୱ ହାସଲ କରିଛି ଯାହା ବାର୍ଷିକ ଭିତିରେ ୫୯.୫ ପ୍ରତିଶତ ଅଧିକ। କମ୍ପାନିର ଛତିଶଗଡ଼ର ରାୟପୁରରେ ୩୦,୦୦୦ ବର୍ଗଫୁଟରେ ଅତ୍ୟାଧୁନିକ ଉତ୍ପାଦନ କାରଖାନା ରହିଛି।
ଏହି ଆଇପିଓର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ଜିୱାଇଆର୍ କ୍ୟାପିଟାଲ୍ ଆଡଭାଇଜର୍ସ ପ୍ରାଇଭେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

twenty − 1 =