Business

ବିଏସଏନଏଲ ପକ୍ଷରୁ ସ୍ୱଦେଶୀ ୪ଜି ନେଟୱର୍କ ଉନ୍ମୋଚିତ; ୨୬,୭୦୦ ଗ୍ରାମକୁ ଟେଲିକମ ସଂଯୋଗ ପ୍ରଦାନ

  • ଟିସିଏସ, ସି-ଡଟ ଏବଂ ତେଜସ୍ ନେଟୱର୍କସ୍ କନ୍ସର୍ଟିୟମ୍ ପକ୍ଷରୁ ମିଳିତ ଭାବେ ବିଏସଏନଏଲ ପାଇଁ ସ୍ୱଦେଶୀ ଟେଲିକମ୍ ଟେକ୍ନୋଲୋଜି ଷ୍ଟାକ୍ ସଫଳତାର ସହିତ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍‌) ପକ୍ଷରୁ ଟାଟା କନସଲଟାନସି ସର୍ଭିସେସ୍ (ଟିସିଏସ), ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଟେଲିମ୍ୟାଟିକ୍ସ (ସି-ଡଟ) ଏବଂ ତେଜସ୍ ନେଟୱର୍କସ୍ ଲିମିଟେଡ୍ ସହ ଭାଗୀଦାରିରେ ଭାରତ ଟେଲିକମ୍ ଷ୍ଟାକ୍ ଉନ୍ମୋଚନ କରାଯାଇଛି। ଏହା ଏକ ଆଧୁନିକ, ସୁରକ୍ଷିତ ସମାଧାନ ଯାହା ସମ୍ପୂର୍ଣ୍ଣ ଭାରତରେ ଡିଜାଇନ୍ ସହ ବିକଶିତ ହୋଇଛି।
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଡିଜିଟାଲ୍ ଭାବେ ସଂଯୁକ୍ତ ଏବଂ ଆତ୍ମନିର୍ଭରଶୀଳ ଭାରତର ଦର୍ଶନରୁ ପ୍ରେରିତ ହୋଇ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ସହିତ, ଭାରତ ବିଶ୍ୱର ପଞ୍ଚମ ଦେଶ ଭାବରେ ପରିଣତ ହୋଇଛି ଯାହା ୪ଜି ଏବଂ ସ୍ୱୟଂସମ୍ପୂର୍ଣ୍ଣ ସ୍ୱଦେଶୀ ଟେଲିକମ୍ ଟେକ୍ନୋଲୋଜି ଷ୍ଟାକ୍ ନିର୍ମାଣ କରିଛି।
ଏକ ମିଶନ୍ ମୋଡ୍ ପ୍ରୋଗ୍ରାମ୍ ଭାବରେ, ଟିସିଏସ୍ ଡାଟା ସେଣ୍ଟର୍ ସ୍ଥାପନ, ସି-ଡଟର ଇପିସି କୋର୍ ଆପ୍ଲିକେସନ୍‌, ତେଜସ୍‌ଙ୍କ ବେସ୍ ଷ୍ଟେସନ୍ ଏବଂ ୧,୦୦,୦୦୦ରୁ ଅଧିକ ସାଇଟରେ ରେଡିଓ ଭିତ୍ତିଭୂମି ସ୍ଥାପନ ଏବଂ କାର୍ଯ୍ୟକ୍ଷମ ଏବଂ ୨୪/୭ ବାସ୍ତବ ସମୟ ନେଟୱର୍କ୍ ପରିଚାଳନା ପାଇଁ ଟିସିଏସର କଗନିଟିଭ୍ ନେଟୱର୍କ୍ ଅପରେସନ୍ସ୍ (ଟିସିଏସ୍ ସିଏନଓପି) ପ୍ଲାଟଫର୍ମର ଉପଯୋଗ କରି ଏହାର କାର୍ଯ୍ୟକାରିତାର ନେତୃତ୍ୱ ନେଇଥିଲା। ଏହି ପ୍ରକଳ୍ପ ଟିସିଏସ୍‌, ବିଏସଏନଏଲ୍‌, ଟେଲିକମ୍ ବିଭାଗ, ମ୍ୟାକିନ୍େସ ଆଣ୍ଡ କୋ, ସି-ଡଟ, ତେଜସ୍‌, ଆଇ ଆଣ୍ଡ ସି ପାର୍ଟନର୍ସ ଦ୍ୱାରା ‘ମିଶନ୍‌-ମୋଡ୍‌’ରେ ପରିଚାଳିତ ହେଉଛି।
ଏହା ଦୁଇ ବର୍ଷର ମଧ୍ୟରେ ଶେଷ ହୋଇଥିଲା ଯାହା ବିଏସଏନଏଲର ୨ଜି/୩ଜି ନେଟୱର୍କକୁ ଦ୍ରୁତତମ ୪ଜି ନେଟୱର୍କ୍ କରିଥିଲା। ଏହା ଭାରତର ଜାତୀୟ ସୁରକ୍ଷାକୁ ସଶକ୍ତ କରୁଛି ଏବଂ ସହରୀ ଏବଂ ଗ୍ରାମୀଣ ବାସିନ୍ଦାଙ୍କୁ ସମାନ ସୁଯୋଗ ପ୍ରଦାନ କରୁଛି ଯାହା ଦ୍ୱାରା ଅନଲାଇନ୍ ଶିକ୍ଷା, ନାଗରିକ ସେବା, ଟେଲିମେଡିସିନ୍‌, ଇ-ଗଭର୍ଣାନସ ଇତ୍ୟାଦି କାର୍ଯ୍ୟ ଏକ ବଟନ୍ ଦବାଇଲେ ହୋଇପାରିବ।
ବିଏସଏନଏଲର ସିଏମଡି ଶ୍ରୀ ରବର୍ଟ ଜେ ରବି କହିଛନ୍ତି ଯେ, “ଆଜି, ଆମେ ଜାତୀୟ ଗୌରବ ପାଇଁ ଏକ ଐତିହାସିକ ଉପଲବ୍ଧି ପାଳନ କରୁଛୁ। ଟିସିଏସ୍‌, ତେଜସ୍ ନେଟୱର୍କସ୍ ଏବଂ ସି-ଡଟ୍ ସହିତ ସହଯୋଗର ଶକ୍ତି ଉପରେ ଗଠିତ ଆମର ସ୍ୱଦେଶୀ ୪ଜି ନେଟୱର୍କ୍ର ଜାତୀୟ ଶୁଭାରମ୍ଭ ଏକ ଆତ୍ମନିର୍ଭରଶୀଳ ଭାରତର ଏକ ଜୋରଦାର ଘୋଷଣା। ବିଏସଏନଏଲ ଟିମର ଅବିଶ୍ରାନ୍ତ ପରିଶ୍ରମରୁ ସୃଷ୍ଠି ହୋଇଥିବା ଏହି ‘ମେଡ୍ ଇନ୍ ଭାରତ’ ଷ୍ଟାକ୍ ଆମ ଡିଜିଟାଲ୍ ଭବିଷ୍ୟତକୁ ସୁରକ୍ଷିତ କରୁଛି ଏବଂ ନିଶ୍ଚିତ କରୁଛି ଯେ ଏହି ସଂଯୋଗର ଲାଭ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ ଯାହାଦ୍ୱାରା ଡିଜିଟାଲ୍ ଅନ୍ତର ସମ୍ପୂର୍ଣ ହ୍ରାସ ପାଇବ।”
ବିଏସଏନଏଲର ନିର୍ଦେଶକ (କଞ୍ଜ୍ୟୁମର ମୋବିଲିଟି- ସିଏମ) ଶ୍ରୀ ସନ୍ଦୀପ ଗୋଭିଲ୍ କହିଛନ୍ତି ଯେ, “ଆମ ଗ୍ରାହକମାନେ ବର୍ତ୍ତମାନ ସଂଯୋଗର ଏକ ନୂତନ ମାନଦଣ୍ଡ ଅନୁଭବ କରିବେ ଯାହା ଆମର ନିଜସ୍ୱ ଏକ ନେଟୱର୍କ୍ ଦ୍ୱାରା ଶକ୍ତିଶାଳୀ ହୋଇଛି। ସି-ଡଟ୍‌, ତେଜସ୍‌, ଟିସିଏସ୍ ଏବଂ ବିଏସଏନଏଲର କର୍ମଚାରୀଙ୍କ ଅବିଶ୍ରାନ୍ତ ପ୍ରୟାସର ଫଳସ୍ୱରୂପ ଏହି ସ୍ୱଦେଶୀ ୪ଜି ପ୍ରଯୁକ୍ତି ଉତ୍କର୍ଷ ଏବଂ ବ୍ୟାପକତା ପାଇଁ ପ୍ରସ୍ତୁତ ହୋଇଛି। ଏହା ଏକ ଡିଜିଟାଲ୍ ସାମାଜିକ ସମାନ ସମାଜ ଗଠନ ପାଇଁ ଏକ ମୂଳଦୁଆ ଅଟେ ଯାହା ୫ଜି ଏବଂ ତା’ଠାରୁ ଅଧିକ ପାଇଁ ବିକଶିତ ହେବାକୁ ପ୍ରସ୍ତୁତ। ଭାରତର ବିକାଶ କାହାଣୀ ସାର୍ବଭୌମ, ଘରୋଇ ପ୍ରଯୁକ୍ତି ଦ୍ୱାରା ଶକ୍ତିଶାଳୀ ହେବା ଏହାକୁ ପ୍ରମାଣିତ କରୁଛି।”
ଟିସିଏସର ପରାମର୍ଶଦାତା -ଟେଲିକମ୍ ଷ୍ଟ୍ରାଟେଜିକ୍ ଇନିସିଏଟିଭସ ଏବଂ ତେଜସ୍ ନେଟୱର୍କସର ଅଧ୍ୟକ୍ଷ ଏନ ଗଣପତି ସୁବ୍ରମଣିଅମ୍ କହିଛନ୍ତି ଯେ, “ ଆମେ ଭାରତକୁ କେବଳ ହାତଗଣତି ଦେଶ ତାଲିକାରେ ରଖି ଗର୍ବିତ ଯେଉଁମାନେ ଏକ ବିସ୍ତୃତ, ବିଶ୍ୱସ୍ତ ଏବଂ ସଫ୍ଟୱେର୍ ଅପଗ୍ରେଡ କରାଯାଇ ପାରୁଥିବା ଟେଲିକମ୍ ଟେକ୍ନୋଲୋଜି ଷ୍ଟାକ୍ ବିକଶିତ କରିଛନ୍ତି। ବିଏସଏନଏଲ୍ରେ ସଫଳ ମୁତୟନ ଐତିହାସିକ ଏବଂ ଦେଶର ସମସ୍ତ କୋଣରେ ଏକ ଶକ୍ତିଶାଳୀ ଡାଟା ଏବଂ ଭଏସ୍ ନେଟୱର୍କ୍ର ଲାଭ ପ୍ରଦାନ କରିବରେ ଗୁରୁତ୍ୱପୂର୍ଣ୍ଣ। ଏହା ଭାରତର ଡିଜିଟାଲ କୋଷରୁ ନିର୍ମାଣ ଏବଂ ଦେଶର ଡିଜିଟାଲ୍ ଆକାଂକ୍ଷାକୁ ସମର୍ଥନ କରିବା ପାଇଁ ଟିସିଏସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ୩ଜିପିପି ମାନକ ଅନୁସାରେ ନିର୍ମିତ ଏହି ଷ୍ଟାକ୍ ଭାରତର ଭବିଷ୍ୟତ ସମ୍ଭାବନା ଓ ସମାଧାନ ଦିଗରେ ଭିତ୍ତିଭୂମି ପ୍ରସ୍ତୁତ କରିଛି।”

Share

Leave a Reply

Your email address will not be published. Required fields are marked *

2 × one =