ଜଳବାୟୁ ପରିବର୍ତନର ମୁକାବିଲା ଲାଗି ଗ୍ରାମୀଣ ଗରିବ ଲୋକଙ୍କୁ ସଶକ୍ତ କରିବାରେ ସ୍ଥାନୀୟ ସମାଧାନର ବ୍ୟବହାର ଓ ଅଂଶୀଦାରଙ୍କ ଅଂଶଗ୍ରହଣ

ଲେଖକ: ଧ୍ରୁବି ଶାହ ହେଉଛନ୍ତି ଆକ୍ସିସ୍ ବ୍ୟାଙ୍କ ଫାଉଣ୍ଡେସନର ସିିଇଓ ଓ ପ୍ରମଥେଶ ଅମ୍ବାସ୍ତା ହେଉଛନ୍ତି ଭାରତ ରୁରାଲ ଲାଇଭଲିହୁଡ୍‌ସ ଫାଉଣ୍ଡେସନର ପୂର୍ବତନ ସିଇଓ
ଜଳବାୟୁ ପରିବର୍ତନର ପ୍ରଭାବ ଆମ ଉପରେ ରହିଛି ଏବଂ ଗରିବ ତଥା ବିକାଶଶୀଳ ଦେଶଗୁଡ଼ିକରେ ଏହାର ପ୍ରତିକୂଳ ପ୍ରଭାବର ସମ୍ବେଦନଶୀଳତା ଅନୁଭୂତ ହେଉଛି ଯେଉଁମାନେ ମୁଖ୍ୟତଃ କୃଷି ଓ ଆନୁଷଂଗିକ କାର୍ଯ୍ୟକଳାପ ଉପରେ ନିର୍ଭରଶୀଳ ଥିବା ବେଳେ ବହୁ ଦଶନ୍ଧିର ବିକାଶ ଉଦ୍ୟମର ଫଳ ବେକାର ହୋଇଯିବାର ବିପଦ ରହିଛି ।
ବିଶ୍ୱବ୍ୟାଙ୍କ ରିପୋର୍ଟରେ ଆକଳନ କରାଯାଇଛି ଯେ ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତନ ପ୍ରଭାବରେ ବିଶ୍ୱସ୍ତରରେ ୩୨ ନିୟୁତରୁ ୧୩୨ ନିୟୁତ ଲୋକ ଉତ୍କଟ ଦାରିଦ୍ର‌୍ୟ କବଳରେ ପଡ଼ିବେ (ଆକ୍ରମଣାତ୍ମକ ଦାରିଦ୍ର‌୍ୟ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରେସ୍‌; ଅକ୍ସଫୋର୍ଡ, ୟୁକେ: ୨୦୨୦) । ଆମ ଦେଶରେ ଦୁଇ ତୃତୀୟାଂଶ ଲୋକ ଜୀବିକା ପାଇଁ କୃଷି ଓ ଆନୁଷଂଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ଥିବାରୁ ଭାରତ ପ୍ରତି କେଉଁଭଳି ବିପଦ ରହିଛି ତାହା ସହଜରେ ଅନୁମେୟ । ଭାରତର ୮୦ ପ୍ରତିଶତରୁ ଅଧିକ ଲୋକ ଜଳବାୟୁ ନେଇ ଅତ୍ୟଧିକ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ରହୁଛନ୍ତି ଏବଂ ୭୦୦ ନିୟୁତରୁ ଅଧିକ ଗ୍ରାମୀଣ ଲୋକ ସିଧାସଳଖ ଭାବେ ଜଳବାୟୁ ସମ୍ବେଦନଶୀଳ କ୍ଷେତ୍ର ଯଥା ଜୀବିକା ପାଇଁ ଜଳ ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ । ଦାରିଦ୍ର‌୍ୟର ଅର୍ଥ ହେଉଛି ପ୍ରତ୍ୟାବର୍ତନ କରିବା କିମ୍ବା ଜଳବାୟୁ ପରିବର୍ତନର ଶୀଘ୍ର ଉଦ୍ଧାର ପାଇବା ଲାଗି ସୀମିତ ସମ୍ବଳ ।
ଯଦି ଏହା ବଜାୟ ରହିବ ତେବେ ମୃତିକା କ୍ଷୟପାଇଁ ଭାରତ ବାର୍ଷିକ ୫୩୩୪ ନିୟୁତ ଟନ୍ ମୃତିକା ହରାଇବ । ଯଦି ଏହି ସମସ୍ୟାର ସମାଧାନ ବ୍ୟବସ୍ଥା କରାଯିବ ନାହିଁ ତେବେ ତେବେ ଉତ୍ପାଦନକ୍ଷମ ମୃତିକା କ୍ଷୟ ହୋଇ ଜମିର ଉର୍ବରତା କମିଯିବ ଏବଂ ତାହାର ପ୍ରଭାବରେ ଗ୍ରାମୀଣ ଭାରତରେ ଲୋକମାନେ ଜୀବିକା ହରାଇବେ । ଯଦି କେନ୍ଦ୍ର ଭାରତର ଆଦିବାସୀ ଅଂଚଳଗୁଡ଼ିକୁ ବିଚାରକୁ ନିଆଯିବ ତେବେ ଚାଷୀଙ୍କ ଜମି ଅଣ ଉତ୍ପାଦକ ରହିଛି ଯେଉଁଥିରେ ମୃତିକାର ଉର୍ବରତା ବଢ଼ାଇବା ଲାଗି ଜରୁରୀକାଳୀନ ଭିତିରେ ମୃତିକା ସଂରକ୍ଷର ଓ ଜଳ ଅମଳ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ବଡ଼ କିମ୍ବା ମଧ୍ୟମ ଧରଣର ନଦୀବନ୍ଧ ବଦଳରେ ବର୍ତମାନ ସମୟରେ ସ୍ୱଳ୍ପ ଆକାରର ସ୍ଥାନୀୟ ପଦକ୍ଷେପ ଦରକାର, କାରଣ ସେଗୁଡ଼ିକର ପ୍ରଭାବ ସାରା ବ୍ୟବସ୍ଥା ଉପରେ ବେଶ ଉଲ୍ଲେଖନୀୟ ।
ଜଳ ବିଭାଜିକା ପରିଚାଳନା ଏବଂ ବର୍ଷାଜଳ ସଂରକ୍ଷଣ ଭଳି ଅଭିଯାନ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି କାରଣ ଅଧିକରୁ ଅଧିକ ଅଂଚଳ ଜଟିଳ ଓ ଶୋଷଣ ଅଂଚଳରେ (ଧୂସର କିମ୍ବା କଳା ଜୋନ୍‌) ପରିଣତ ହେଉଛି । ଉପର ଭାଗରେ ବର୍ଷା ଜଳର ସଂଚାଳଣ, ଭୂତଳ ଜଳ ସଂରକ୍ଷଣ କରିବା, ମୃତିକା କ୍ଷୟ ନିୟନ୍ତ୍ରଣ ପଦକ୍ଷେପ ଓ ପ୍ରାକୃତିକ ସଂରକ୍ଷଣରେ ଉନ୍ନତିି ଦ୍ୱାରା ଭୂତଳ ଜଳସ୍ତର ସ୍ୱାଭାବିକ କରାଯାଇପାରିବ ଏବଂ ଚାଷୀ ଓ ଚାଷ ଉପରେ ନିର୍ଭରଶୀଳ ଲୋକମାନଙ୍କ ଲାଗି ତାହା ଲାଭଦାୟକ ହେବ ।
ଏହା ନଜରରେ ରଖିବାକୁ ପଡ଼ିବ ଯେ ଭାରତରେ ଗରିବ ଓ ସବୁଠୁ ସମ୍ବେଦନଶୀଳ ଲୋକମାନେ ବର୍ଷା ଉପରେ ନିର୍ଭରଶୀଳ ଅଂଚଳରେ ବାସ କରୁଛନ୍ତି । ସେମାନଙ୍କ ଉପରେ ଉଭୟ ସଙ୍କଟର ସର୍ବାଧିକ ପ୍ରଭାବ ଅନୁଭୂତ ହେବ । କେନ୍ଦ୍ର ଭାରତର ଆଦିବାସୀ ଅଂଚଳ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭରଶୀଳ ଏବଂ ଭାରତର ତିନି ଚତୁର୍ଥାଂଶ ଆଦିବାସୀ ସେଠାରେ ବାସ କରୁଛନ୍ତି । ତାହାକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ମାତ୍ର ୨୨ ପ୍ରତିଶତ ଆଦିବାସୀଙ୍କ ଅଧୀନରେ ଥିବା ଜମି ଜଳସେଚିତ ଏବଂ ଭାରତର ମୋଟ ଜଳସେଚିତ ଅଂଚଳରେ ଆଦିବାସୀଙ୍କ ଜମିର ଭାଗ ମାତ୍ର ୬.୨ ପ୍ରତିଶତ । ସମସ୍ତ ସାମାଜିକ ବର୍ଗରେ ଆଦିବାସୀମାନଙ୍କ ମାନବ ବିକାଶ ସୂଚୀ ସବୁଠୁ ଖରାପ ରହିଛି ।
ସାମ୍ପ୍ରତିକ ସ୍ଥିତିର ମୁକାବିଲା କରିବା ଲାଗି ବିଭିନ୍ନ ଅଂଶୀଦାରଙ୍କ ନିର୍ଦିଷ୍ଟ ଓ ସଂଯୋଜିତ ଉଦ୍ୟମ ରହିଛି । କୃଷିଭିତିକ କାର୍ଯ୍ୟକୁ ସୁଦୃଢ଼ କରିବା ଲାଗି ଉତମ ଉଦ୍ଦେଶ୍ୟର ଏନ୍‌ଜିଓ ଓ ନାଗରିକ ସଂଗଠନଗୁଡ଼ିକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି । ସରକାର ଏଥିପାଇଁ ଏନଜିଓ ଓ କର୍ପୋରେଟମାନଙ୍କ ସହ ଯୋଡ଼ି ହୋଇପାରିବେ ଏବଂ ସେମାନଙ୍କ ଜ୍ଞାନ ଓ ଦକ୍ଷତା ବ୍ୟବହାର ମଧ୍ୟରେ ଅନ୍ତର ଦୂର କରିପାରିବେ ଏବଂ ସିଏସ୍‌ଆର୍ କାର୍ଯ୍ୟକଳାପ ବଢ଼ାଇପାରିବେ ।
ଆମମାନଙ୍କ ମଧ୍ୟରୁ ଅଧିକ ସମ୍ବେଦନଶୀଳ ଲୋକମାନଙ୍କ ଉପରେ ଜଳବାୟୁ ପରିବର୍ତନର ଗଭୀର ପ୍ରଭାବ ରହିଥିବା ବେଳେ ଏହା ଜରୁରୀକାଳୀନ ପଦକ୍ଷେପ ଆବଶ୍ୟକ କରୁଛି । ପ୍ରତିଦିନ ଜଳବାୟୁ ପରିବର୍ତନର ଜରୁରୀକାଳୀନ ମୁକାବିଲା ଆହୁରି ସ୍ପଷ୍ଟ ହେଉଥିବା ବେଳେ ମିଳିତ ଭାବେ ଆମକୁ ତାହାର ମୁକାବିଲା କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ମିଳିତ ଦାୟିତ୍ୱ, ଅଭିନବ ସମାଧାନ ଏବଂ ମିଳିତ ପଦକ୍ଷେପ ଜରିଆରେ ଆମେ ଏକ ଜଳବାୟୁ ପରିବର୍ତନ ସହନଶୀଳ ଗ୍ରାମୀଣ ଗୋଷ୍ଠୀ ସମୁଦାୟ ଗଠନ କରିପାରିବା ।

Share

Leave a Reply

Your email address will not be published. Required fields are marked *

one + 2 =