Business

ଇଡିଆଇଆଇ ପକ୍ଷରୁ ଟେକ୍ ଷ୍ଟାର୍ଟଅପ୍ ପାଇଁ ପିଜିଡିଏମ୍ ଏଂଟ୍ରେପ୍ରେନ୍ୟୁଅରସିପ୍ ଘୋଷଣା

ଭୁବନେଶ୍ୱର: ଉଦ୍ୟମିତା ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଏଂଟ୍ରେପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଆଜି ବେଙ୍ଗାଲୁରୁରେ ଏଆଇସିଟିଇ ଅନୁମୋଦିତ ମ୍ୟାନେଜମେଂଟ୍ କାର୍ଯ୍ୟକ୍ରମ “ପିଜିଡିଏମ୍ ଇନ ଏଂଟ୍ରେପ୍ରେନ୍ୟୁଅରସିପ୍ ଫର୍ ଟେକ୍ ଷ୍ଟାର୍ଟଅପ୍‌ସ” ଘୋଷଣା କରାଯାଇଛି। ଏହାକୁ ଟେକ୍ ପ୍ରଫେସନାଲମାନଙ୍କୁ ଉଦ୍ୟମିତା ଶିକ୍ଷା ଜରିଆରେ ସଶକ୍ତ କରିବା ଏବଂ ସେମାନଙ୍କ ଅଭିନବ ଚିନ୍ତାଧାରାକୁ ସଫଳ ଷ୍ଟାଟଅର୍ପରେ ପରିଣତ କରିବାରେ ସହଯୋଗ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
ନୂତନ ଭାବେ ଘୋଷିତ ଟେକ୍ ଷ୍ଟାର୍ଟଅପ୍‌ରେ ଏଡ୍‌ଟେକ୍‌ଏ ହେଲ୍‌ଥଟେକ୍‌, ଫିନ୍‌ଟେକ୍‌, ଏଆଇ ଆଧାରିତ ବ୍ୟବସାୟ ଓ ଡିଜିଟାଲ ଭେଂଚର ଉପରେ ଗୁରୁତ୍ୱାରୋପ କରାଯାଇଛି। ସୁଯୋଗ ଚିହ୍ନଟ, ସମ୍ଭାବନା ଆକଳନ, ବ୍ୟବସାୟ ମଡେଲ ସୃଷ୍ଟି, ଉତ୍ପାଦ ବିକାଶ, ପାଣ୍ଠି ପ୍ରସ୍ତୁତି ଓ ବଜାର ପ୍ରବେଶ ରଣନୀତି ସହିତ ଆଶାୟୀ ଉଦ୍ୟୋଗୀମାନଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ପ୍ରତ୍ୟକ୍ଷ କୌଶଳ ସହ ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି।
ଇଡିଆଇଆଇର ମହାନିର୍ଦ୍ଦେଶକ ଡକ୍ଟର ସୁନିଲ ଶୁକ୍ଳା କହିଛନ୍ତି ଯେ, “ବାଙ୍ଗାଲୋର ଭାରତରେ ପ୍ରଯୁକ୍ତି ବିଦ୍ୟା କାର୍ଯ୍ୟକଳାପର ହବ୍ ହୋଇଥିବା ବେଳେ କର୍ଣ୍ଣାଟକ ଷ୍ଟାର୍ଟଅପ ବିପ୍ଳବର ହୃତପିଣ୍ଡ ହୋଇଥିବାରୁ ଆମେ ଆମର ଟେକ୍ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ଏହାକୁ ଉପଯୁକ୍ତ ସ୍ଥାନ ଭାବେ ବିଚାର କରିଥିଲୁ। ଆଜିର ଯୁବପିଢ଼ି ଏକ ଉଦ୍ଦେଶ୍ୟ ସହ ଉଦ୍ୟମିତାକୁ କ୍ୟାରିୟର ବିକଳ୍ପ ଭାବେ ଚୟନ କରୁଛନ୍ତି ଏବଂ ଇଡିଆଇଆଇ ସେମାନଙ୍କୁ ଉଦ୍ୟମିତା ବିକାଶ ପାଇଁ ଏକ ସ୍ପଷ୍ଟ ପଥ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି ଯାହା ଆଗାମୀ ଦିନରେ ଦେଶର ଅଭିବୃଦ୍ଧିରେ ପରିବର୍ତ୍ତନ ଆଣିବ କିମ୍ବା ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ସାକାର କରିବ।”
ଇଡିଆଇଆଇ ପକ୍ଷରୁ ୧୯୯୮ରେ ଉଦ୍ୟମିତା ଉପରେ ଦୁଇବର୍ଷିଆ ପିଜିଡିଏମ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଉଦ୍ୟମିତାର ବିକାଶ। ଏହାକୁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର ଅନୁମୋଦନ ଓ ନ୍ୟାସନାଲ ସ୍ୱୀକୃତି ବୋର୍ଡର ସ୍ୱୀକୃତି ମିଳିଥିଲା। ଏହାକୁ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଏମବିଏ ସମାନ ସ୍ୱୀକୃତି ପ୍ରଦାନ କରିଥିଲା।
ଏହାର ୨୨୦୦ରୁ ଅଧିକ ଆଲୁମିନି ଥିବାବେଳେ ସେଥିରୁ ୭୯ ପ୍ରତିଶତ ହେଉଛନ୍ତି ପ୍ରତ୍ୟକ୍ଷ ଉଦ୍ୟୋଗୀ। ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ନୂଆ ସଂସ୍ଥା ଗଠନ, ପରିବାର ବ୍ୟବସାୟ ପରିଚାଳନା ଓ ସାମାଜିକ ଉଦ୍ୟମିତା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଏବେ ଟେକ ଷ୍ଟାର୍ଟଅପ୍‌ସ ପିଜିଡିଏମ୍‌କୁ ଏକ ଉଦ୍ୟମିତା ବିକାଶ ପାଇଁ ଏକ ବ୍ୟାପକ ପ୍ଲାଟଫର୍ମରେ ପରିଣତ କରିଛି।
ଉଦ୍ୟୋଗୀ ହେବାକୁ ଚାହୁଥିବା ସଫ୍‌ଟୱେର, ଉତ୍ପାଦ, ଡେଟା/ଏଆଇ, ଇଞ୍ଜିନିୟରିଂ ଓ ଆଇଟି ସେବା କ୍ଷେତ୍ରର ପ୍ରଫେସନାଲ, ଆଗୁଆ ସ୍ତରର ପ୍ରତିଷ୍ଠାତା ଓ ନବସୃଜନ ଜରିଆରେ ଆଗକୁ ବଢ଼ିବାକୁ ଚାହୁଁଥିବା ସ୍ନାତକମାନଙ୍କ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି।
କର୍ଣ୍ଣାଟକରେ ଇଡିଆଇଆଇ ପକ୍ଷରୁ ୧୯୯୭ରେ ପ୍ରଥମ ଆଂଚଳିକ କାର୍ଯ୍ୟାଳୟ ସ୍ଥାପନ କରାଯିବା ପରଠାରୁ ଏହା ଶିକ୍ଷାଦାନ ବାହାରେ ସିଏସଆର ଅଭିଯାନ ଜରିଆରେ ରାଜ୍ୟ ସରକାରଙ୍କ ସହ ସହଯୋଗିତାରେ ମହିଳା ସଶକ୍ତୀକରଣ, ଏମଏସଏମଇ ବିକାଶ, ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମିତା ଏବଂ ବିଭିନ୍ନ ଜିଲ୍ଲାରେ ଜୀବନଜୀବିକା ବିକାଶ ଉପରେ ଗୁରୁତ୍ୱାରୋପ କରୁଛି। ସିଏସଆର ପାଣ୍ଠି ଆଧାରିତ ଉଦ୍ୟମିତା କାର୍ଯ୍ୟକ୍ରମ ପାଇଁ ଇଡିଆଇଆଇ ପକ୍ଷରୁ ଆକ୍ସେଚଂର, ଏଚଏସବିସି, ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି। ତାହା ମହିଳା ଉଦ୍ୟୋଗୀମାନଙ୍କ ସମେତ ହଜାର ହଜାର ଲୋଙ୍କ ଜୀବନକୁ ପ୍ରଭାବିତ କରିପାରିଛି। ବେଙ୍ଗାଲୁରୁରେ ଏଂଟ୍ରେପ୍ରେନ୍ୟୁଅରସିପ ହୁବା ଭଳି ନୂଆ ଅଭିଯାନ ଇଡିଆଇଆଇର ତୃଣମୂଳ ଦର୍ଶନର ଏକ ଉଦାହରଣ। ଘର ବ୍ୟବସାୟ କିମ୍ବା କ୍ଷୁଦ୍ର ବ୍ୟବସାୟ ଜରିଆରେ ଆୟ କରିବାକୁ ଏହା ମହିଳାମାନଙ୍କୁ ସଶକ୍ତ କରୁଛି।

Share

Leave a Reply

Your email address will not be published. Required fields are marked *

3 × four =