ଖୁଚୁରା ଋଣ ବଜାର ଚାହିଦା ପ୍ରଭାବିତ: ଟ୍ରାନ୍ସୟୁନିୟନ ସିବିଲ ରିପୋର୍ଟ
ଭୁବନେଶ୍ୱର: ୨୦୨୪-୨୫ ଆର୍ôଥକ ବର୍ଷର ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ବଜାରରେ ମନ୍ଥରତା ଦେଖିବାକୁ ମିଳିଥିଲା। ନୂଆ ଋଣ ସୃଷ୍ଟି ବାର୍ଷିକ ଭିତିରେ ୫ ପ୍ରତିଶତ ହାରରେ ବଢ଼ିଥିଲା ଯାହା ପୂର୍ବବର୍ଷର ସେହି ତ୍ରୈମାସିକରେ ହୋଇଥିବା ୧୨% ଅଭିବୃଦ୍ଧି ତୁଳନାରେ କମ। ସେଥିପାଇଁ କ୍ରେଡିଟ ମାର୍କେଟ ଇଣ୍ଡିକେଟର (ସିଏମଆଇ) ୯୭ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଆସିଛି ବୋଲି ଟ୍ରାନ୍ସୟୁନିୟନ ସିବିଲ ପକ୍ଷରୁ ଜାରି କରାଯାଇଥିବା ଜୁନ ୨୦୨୫ ଋଣ ବଜାର ରିପୋର୍ଟରୁ ଜଣାପଡ଼ିଛି। ବିଶେଷ କରି ୩୫ ବର୍ଷ ଓ ତାଠାରୁ କମ ବୟସ ବର୍ଗରେ ଚାହିଦା ହ୍ରାସ ପାଇଥିବା ବେଳେ ଋଣ ପାଇଁ ନୂଆ ଗ୍ରାହକ ହାର ତିନି ପ୍ରତିଶତ କମ ହୋଇଛି।
ଟ୍ରାନ୍ସୟୁନିୟନ ସିବିଲର ଏମଡି ଓ ସିଇଓ ଭବେଶ ଜୈନ କହିଛନ୍ତି ଯେ, “ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଚାହିଦାରେ ରହୁଥିବା ଋଣ ଚାହିଦା କମ ହେବାରୁ ଉପଯୋଗିତା ଋଣ ଚାହିଦା ହ୍ରାସ ପାଇଛି। ଏହି ଋଣକୁ ଯୁବବର୍ଗର ଗ୍ରାହକମାନେ ଅଧିକ ପସନ୍ଦ କରିଥାନ୍ତି। ସେହି ସମୟରେ ବ୍ୟକ୍ତିଗତ ଋଣ ଓ କ୍ରେଡିଟ କାର୍ଡ ପାଇଁ ଖିଲାପ ସ୍ଥିର ହୋଇଯାଇଛି ଯାହା ଉନ୍ନତ ଋଣ ପରିଶୋଧ ଆଚରଣରେ ପ୍ରତିଫଳିତ ହୋଇଥିବା ବେଳେ ଏହାକୁ ଆର୍ôଥକ ସାକ୍ଷରତା ଉଦ୍ୟମ ଓ ଦାୟିତ୍ୱବାନ ଋଣ ଅଭ୍ୟାସର ସମର୍ଥନ ରହିଛି।”
୩୫ ବର୍ଷ କିମ୍ବା ତା’ଠାରୁ କମ ବୟସର ଗ୍ରାହକ ବର୍ଗରେ ଋଣ ଅନୁସନ୍ଧାନର ଭାଗ ୫୮ ପ୍ରତିଶତରୁ ହ୍ରାସ ପାଇ ୫୬ ପ୍ରତିଶତ ହୋଇଛି। ତେବେ ଅର୍ଧ ସହରାଚଂଳ ଓ ଗ୍ରାମାଚଂଳରେ ଋଣ ଚାହିଦା ଅପେକ୍ଷାକୃତ ଉନ୍ନତ ରହିଛି। ଗ୍ରାମାଚଂଳ ଓ ଅର୍ଧ ସହରାଚଂଳରେ ଋଣ ଅନୁସନ୍ଧାନରେ ୫୨ ପ୍ରତିଶତ ବୃଦ୍ଧି ଘଟଇଛି। କିନ୍ତୁ ସେହି ସମୟରେ ସହରାଚଂଳରେ ଅନୁସନ୍ଧାନ ୪୮ ପ୍ରତିଶତକୁ ହ୍ରାସ ପାଇଛି।
ଶ୍ରୀ ଜୈନ କହିଛନ୍ତି ଯେ ସହରାଚଂଳ ଓ ମେଟ୍ରୋ ଅଂଚଳରେ ଋଣ ଅଭିବୃଦ୍ଧିରେ ମାନ୍ଦାବସ୍ଥା ଦେଖାନଦେଇଥିବା ବେଳେ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳ ଅଭିବୃଦ୍ଧିର ଇଂଜିନ ଭାବେ ଉଭା ହୋଇଛି। ଏହି ଅଂଚଳଗୁଡ଼ିକରେ ଋଣ ଅନୁସନ୍ଧାନରେ ବୃଦ୍ଧି ଘଟିବା ଆର୍ôଥକ ଅନ୍ତର୍ଭୁକ୍ତୀକରଣର ସୁଫଳ ମିଳିଥିବାକୁ ଦର୍ଶାଉଛି। ଏହା ପରିବର୍ତନ କେବଳ ଭୌଗୋଳିକ ଅଂଚଳ ନୁହେଁ, ବରଂ ଆଚରଣରେ ପ୍ରତିଫଳିତ ହୋଇଛି। ଏବେ ଆହ୍ୱାନ ହେଉଛି ଏହି ଉଦୀୟମାନ ବର୍ଗ ପାଇଁ ସୁହାଇବା ଭଳି ଋଣ ଉତ୍ପାଦ ଆଣିବା।”
ଏହି ତ୍ରୈମାସିକରେ ଦେଖିବାକୁ ମିଳିଥିବା ଅନ୍ୟ ଏକ ଧାରା ହେଉଛି ଗୃହ ଋଣ ଓ ଦୁଇଚକିଆ ଯାନ ଋଣ ବର୍ଗରେ ଉଚ୍ଚ ମୂଲ୍ୟର ଋଣ ଚାହିଦା ବଢ଼ିଛି। କେବଳ ବ୍ୟକ୍ତିଗତ ଋଣକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରରେ ତାହାର ପ୍ରତିଫଳନ ରହିଛି। ସେଥିରୁ ଏହା ଜଣାପଡ଼ୁଛି ଯେ ଉଚ୍ଚ ମୂଲ୍ୟର ଋଣକୁ ଗ୍ରାହକମାନେ ଅଗ୍ରାଧିକାର ଦେଉଛନ୍ତି।

