Business

ସିଏଟ୍ ପକ୍ଷରୁ ମିଶେଲିନ୍ ଗ୍ରୁପ୍‌ର କମ୍‌ସୋ କନଷ୍ଟ୍ରକ୍ସନ୍ କମ୍ପାକ୍ଟ ଲାଇନ୍ ବ୍ୟବସାୟର ଅଧିଗ୍ରହଣ

ଭୁବନେଶ୍ୱର: ସିଏଟ୍ ଲିମିଟେଡ୍ ପକ୍ଷରୁ ମିଶେଲିନ୍ ଗ୍ରୁପ୍‌ର କମ୍‌ସୋ କନଷ୍ଟ୍ରକ୍ସନ କମ୍ପାକ୍ଟ ଲାଇନ୍ ବ୍ୟବସାୟର ଅଧିଗ୍ରହଣ କରି ଏହାର ଅଫ-ହାଇୱେ ଟାୟାର (ଓଏଚ୍‌ଟି) ଅଭିବୃଦ୍ଧି ରଣନୀତିକୁ ସୁଦୃଢ଼ କରାଯାଇଛି। ସିଏଟ୍ ଏହି କମ୍ପାନିର ଶ୍ରୀଲଙ୍କାରେ ଥିବା ମିଟିଗାମା କାରଖାନା ଏବଂ କୋଟୁଗୋଡାର କାଷ୍ଟିଂ ପ୍ରଡକ୍ଟ କାରଖାନାକୁ ଅଧିଗ୍ରହଣ କରିଛି। ଏହା ଦ୍ୱାରା ସିଏଟ୍‌କୁ କମ୍‌ସୋ ବ୍ରାଣ୍ଡ୍‌ର ବିଶ୍ୱସ୍ତରୀୟ ମାଲିକାନା ମିଳିଛି ଯାହା ତିନି ବର୍ଷର ଲାଇସେନ୍ସ ଅବଧି ପରେ ସ୍ଥାୟୀ ଭାବେ ମିଳିଯିବ।
କମ୍‌ସୋକୁ ସିଏଟ୍‌ର ଅଧିଗ୍ରହଣ ଦ୍ୱାରା ଉଚ୍ଚ ମାର୍ଜିନ୍ ଥିବା ଅଫ୍ ହାଇୱେ ଟାୟାର ବଜାରରେ ଏହା ଏକ ବିଶ୍ୱସ୍ତରୀୟ ଅଗ୍ରଣୀ କମ୍ପାନିରେ ପରିଣତ ହେବା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଛି। ଗତ କିଛି ଦଶନ୍ଧିରେ ସିଏଟ୍ ପକ୍ଷରୁ କୃଷିର ଦୃଢ଼ ପୋର୍ଟଫୋଲିଓ ଗଠନ କରାଯାଇଛି ଏବଂ କମ୍ପାକ୍ଟ ନିର୍ମାଣ ଉପକରଣ ଟ୍ରାକ ଓ ଟାୟାରରେ କମ୍‌ସୋର ବିଶେଷତା ମିଶିଯିବା ପରେ କମ୍ପାନି ପାଇଁ ୪୦ ବିଶ୍ୱସ୍ତରୀୟ ଓଇଏମ୍ ଓ ପ୍ରିମିୟମ୍ ଅନ୍ତର୍ଜାତୀୟ ଓଏଚ୍‌ଟି ବିତରକଙ୍କ ଦ୍ୱାର ଖୋଲିଯିବ। କମ୍ପାକ୍ଟ ଲାଇନ୍ ବାୟାସ୍ ଟାୟାର ଓ ନିର୍ମାଣ ଟ୍ରାକ୍ କାର୍ଯ୍ୟକଳାପରୁ ମିଶେଲିନ୍ ଓହରିଯିବ।
ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ମାନ୍ୟବର ଏଚ୍‌.ଇ. ସନ୍ତୋଷ ଝା କହିଛନ୍ତି ଯେ, “ଶ୍ରୀଲଙ୍କାରେ ନିବେଶ ପାଇଁ ସିଏଟ୍ ଲିମିଟେଡ୍‌କୁ ମୁଁ ଅଭିନନ୍ଦନ ଜଣାଇବାକୁ ଚାହୁଛି। ବିଗତ ବର୍ଷଗୁଡ଼ିକରେ ଶ୍ରୀଲଙ୍କା ପାଇଁ ଭାରତର ସର୍ବବୃହତ୍ ଏଫ୍‌ଡିଆଇ ଉତ୍ସ ହୋଇଛି ଏବଂ ସେହି ଧାରା ବଜାୟ ରହିଥିବା ଦେଖି ଖୁସି ଲାଗୁଛି। ଦୁଇ ଦେଶର ନେତୃତ୍ୱ ଜରିଆରେ ଦୁଇ ଦେଶ ମଧ୍ୟରେ ନିବେଶ ଆଧାରିତ ସହଯୋଗିତା ଦୃଢ଼ ହେଉଛି। ଆମ ଲୋକମାନଙ୍କ ପାଇଁ ମିଳିତ ସମୃଦ୍ଧିର ଏକ ଭବିଷ୍ୟତ ଗଠନ କରିବାର ଲକ୍ଷ୍ୟକୁ ଏହା ସମର୍ଥନ କରୁଛି। ଶ୍ରୀଲଙ୍କାରେ ଭାରତୀୟ ଘରୋଇ କ୍ଷେତ୍ର ନିବେଶ କରୁଥିବା ବେଳେ ମୋର ବିଶ୍ୱାସ ରହିଛି ଯେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ଦୃଢ଼ ହେବା ଜାରି ରହିବ।”
ସିଏଟ୍ ଲିମିଟେଡ୍‌ର ଏମ୍‌ଡି ଓ ସିିଇଓ ଅର୍ନବ ବାନାର୍ଜୀ କହିଛନ୍ତି ଯେ, “ଛୋଟ ନିର୍ମାଣ ଉପକରଣ ବ୍ୟବସାୟର ସମନ୍ୱୟ ଓ କମ୍‌ସୋ ବ୍ରାଣ୍ଡ୍‌ର ଅଧିଗ୍ରହଣ ଅଫ୍ ହାଇୱେ ଗମନାଗମନରେ ଏକ ଉଲ୍ଲେଖନୀୟ ସଂସ୍ଥାରେ ପରିଣତ ହେବାରେ ସିଏଟ୍‌ର ଦୀର୍ଘକାଳୀନ ଲକ୍ଷ୍ୟକୁ ଆଗକୁ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉତ୍ପାଦ, ଦକ୍ଷତା ଓ ବଜାରରେ ରହିଥିବା ଆମର ଉନ୍ନତ ଦୃଢ଼ତା ଆମକୁ ନୂଆ ଭୌଗୋଳିକ ଅଂଚଳରେ ପ୍ରବେଶ କରିବା, ପୋର୍ଟଫୋଲିଓକୁ ବଢ଼ାଇବା ଏବଂ ଆଗାମୀ ବର୍ଷଗୁଡ଼ିକରେ ସ୍ଥାୟୀ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସକ୍ଷମ କରିବ।”
ସିଏଟ୍ ସ୍ପେସାଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତ ତୋଲାନୀ କହିଛନ୍ତି ଯେ, “ସିଏଟ୍ ସହିତ କମ୍‌ସୋର ପ୍ରିମିୟମ୍ ବ୍ରାଣ୍ଡ୍ ଓ ନିର୍ମାଣ କମ୍ପାକ୍ଟ ଲାଇନ୍ ଉତ୍ପାଦନ ଦକ୍ଷତାକୁ ସମନ୍ୱିତ କରିବା ଆମ ଯାତ୍‌୍ରାରେ ଏକ ରୂପାନ୍ତରୀତ ପଦକ୍ଷେପ। ନିରଚ୍ଛିନ୍ନ ପରିବର୍ତନ ଉପରେ ଆମେ ତତ୍କାଳ ଧ୍ୟାନ ଦେବୁ ଯାହା ଗ୍ରାହକ ସନ୍ତୁଷ୍ଟିକୁ ସୁନିଶ୍ଚିତ କରିବା ସହିତ ଶ୍ରୀଲଙ୍କାରେ ଆମ ପରିଚାଳନାକୁ ସୁଦୃଢ଼ କରିବ।”

Share

Leave a Reply

Your email address will not be published. Required fields are marked *

7 + 16 =