Business

କାନାରା ଏଚ୍‌ଏସ୍‌ବିସି ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: କାନାରା ଏଚ୍‌ଏସ୍‌ବିସି ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନିର ପ୍ରମୋଟର ହେଉଛନ୍ତି କାନାରା ବ୍ୟାଙ୍କ ଓ ଏଚ୍‌ଏସ୍‌ବିସି ଇନ୍‌ସ୍ୟୁରାନ୍ସ (ଏସିଆ ପାସିଫିକ୍‌) ହୋଲ୍‌ଡିଂସ୍ ଲିମିଟେଡ୍‌।
ଏହି ଅଫରର ଅଫର ଫର୍ ସେଲ୍‌ରେ ୨୩୭,୫୦୦,୦୦୦ ଇକ୍ୱିଟି ସେୟାର ବିକ୍ରିି କରାଯିବ। କାନାରା ବ୍ୟାଙ୍କ ପକ୍ଷରୁ ୧୩୭,୭୫୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ଓ ଏଚ୍‌ଏସ୍‌ବିସି ଇନ୍‌ସ୍ୟୁରାନ୍ସ (ଏସିଆ ପାସିଫିକ୍‌) ହୋଲ୍‌ଡିଂସ୍ ଲିମିଟେଡ୍ ପକ୍ଷରୁ ୪,୭୫୦,୦୦୦ ଇକ୍ୱିଟି ସେୟାର ଏବଂ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ୯୫,୦୦୦,୦୦୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
କାନାରା ଏଚ୍‌ଏସ୍‌ବିସି ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ହେଉଛି ଭାରତର ଏକ ଘରୋଈ ଜୀବନ ବୀମା କମ୍ପାନି ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଭାରତର ଚତୁର୍ଥ ବୃହତମ ରାଷ୍ଟ୍ରାୟତ ବ୍ୟାଙ୍କ କାନରା ବ୍ୟାଙ୍କ ଓ ଏଚ୍‌ଏସ୍‌ବିସି ଇନ୍‌ସ୍ୟୁରାନ୍ସ (ଏସିଆ ପାସିଫିକ୍‌) ହୋଲ୍‌ଡିଂସ୍ ଲିମିଟେଡ୍‌। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଜୀବନ ବୀମା କମ୍ପାନି ମଧ୍ୟରେ ଏହାର ପରିଚାଳନା ଅଧୀନ ସଂପତି ପରିମାଣ ତୃତୀୟ ସର୍ବାଧିକ ଏବଂ ବୀମାଭୁକ୍ତ ଗ୍ରାହକଙ୍କ ସଂଖ୍ୟା ଦୃଷ୍ଟିରୁ ଏହାକୁ ଭାରତର ଶ୍ରେଷ୍ଠ ପାଂଚ ଜୀବନ ବୀମା କମ୍ପାନି ମଧ୍ୟରେ ସ୍ଥାନ ମିଳିଛି।
୨୦୦୭ରେ ସ୍ଥାପନ କରାଯାଇଥିବା କାନାରା ଏଚ୍‌ଏସ୍‌ବିସି ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନିି ଲିମିଟେଡ୍ ଭାରତୀୟ ଜୀବନ ବୀମା କ୍ଷେତ୍ରରେ ଏକ ଅଗ୍ରଣୀ ଜୀବନ ବୀମା କମ୍ପାନିରେ ପରିଣତ ହୋଇଛିି। କମ୍ପାନିର ଟିକସ ପରବର୍ତୀ ଲାଭ ୨୩୨.୬୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୩୩.୧୭ ନିୟତ ଟଙ୍କା ହୋଇଛି।
କମ୍ପାନିର ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ପ୍ରସ୍ତାବ ରହିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେ୍‌ଡ, ବିଏନ୍‌ପି ପରିବାସ, ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

5 × 3 =