ବିଭିଜି ଇଣ୍ଡିଆ ପକ୍ଷରୁ ୩୦୦ କୋଟି ଟଙ୍କାର ନୂଆ ଇସ୍ୟୁ ଓ ୨.୮୫ କୋଟି ସେୟାରର ଓଏଫଏସ ପାଇଁ ଡିଆରଏଚପି ଦାଖଲ
ଭୁବନେଶ୍ୱର: ପୁନେର ସଂସ୍ଥା ବିଭିଜି ଇଣ୍ଡିଆ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ)ର ଶୁଭାରମ୍ଭ ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଇସ୍ୟୁରେ ୩୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୨.୮୫ କୋଟି ପର୍ଯ୍ୟନ୍ତ ଇକ୍ୱିଟି ସେୟାର ବିକ୍ରି କରିବେ। ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହତ ହେବ ସେଥିରୁ ୨୫୦ କୋଟି ଟଙ୍କାକୁ କମ୍ପାନି ଋଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
କମ୍ପାନିର ତିନିଟି ବ୍ୟବସାୟ ଶାଖା ରଖିଛି। ତାହା ହେଉଛି ଇଂଟିଗ୍ରେଟେଡ ଫାସିଲିଟି ମ୍ୟାନେଜମେଂଟ (ଆଇଏଫଏମ), ଜରୁରୀକାଳୀନ ପ୍ରତିକ୍ରିୟା ସେବା (ଇଆରଏସ) ଓ ପରିବେଶ ଓ ସ୍ଥାୟିତ୍ୱ ସେବା (ଇଏସଏସ) ଯାହା ଅଧୀନରେ କମ୍ପାନି ଶିଳ୍ପ, ବାଣିଜ୍ୟିକ, ସ୍ୱାସ୍ଥ୍ୟସେବା, ଶିକ୍ଷା, ସରକାରୀ ଓ ପରିବହନ ଭିତିଭୂମି କ୍ଷେତ୍ରର କ୍ଲାଏଂଟମାନଙ୍କ ଆବଶ୍ୟକତା ପୂରଣ କରୁଛି। ଆଇଏଫଏମ ଅଧୀନରେ ବିଭିଜି ଇଣ୍ଡିଆ ପକ୍ଷରୁ ଯାନ୍ତ୍ରୀକ ହାଉସକିପିଂ, ଶିଳ୍ପ ହାଉସକିପିଂ, ଶ୍ରମଶକ୍ତି ଯୋଗାଣ, ନିରାପତା, କାର୍ଯ୍ୟାଳୟ ସହାୟତା ଓ ପେଟ୍ରୋଲ ପମ୍ପ ରକ୍ଷଣାବେକ୍ଷଣ ସେବା ପ୍ରଦାନ କରାଯାଉଛି। ଏହା ବ୍ୟତୀକ ଠିନ ଓ ସ୍ୱତନ୍ତ୍ର ସେବା ମଧ୍ୟ ପ୍ରଦାନ କରାଯାଉଛି। ଷ୍ଟେସନ ସୁବିଧାର ପରିଚାଳନା, ରୋଲିଂ ଷ୍ଟକ, ଟ୍ରାକ ରକ୍ଷଣାବେକ୍ଷଣ ଓ ଅନ-ବୋର୍ଡ ହାଉସି କିପିଂ ଭଳି ଏହା ଭାରତୀୟ ରେଳକୁ ସେବା ପ୍ରଦାନ କରୁଛି।
ଭାରତରେ ପୋଲିସ ଜରୁରୀକାଳୀନ ପ୍ରତିକ୍ରିୟା ସେବା ଆରମ୍ଭ କରିବାରେ ବିଭିଜି ଇଣ୍ଡିଆ ଅଗ୍ରଦୂତ ଥିଲା। ଅତ୍ୟାଧୁନିକ ମେଡିକାଲ ଡିଭାଇସ, ଷ୍ଟାଫ ଓ ଡାକ୍ତର ଥିବା ଆମ୍ବୁଲାନ୍ସକୁ ଏହା ଆରମ୍ଭ କରିଥିଲା ଯାହା ଜରୁରୀକାଳୀନ ମେଡିକାଲ ସେବାରେ ନୂଆ ମାନଦଣ୍ଡ ନିର୍ଧାରଣ କରିଥିଲା। ଇଏସଏସ ଶାଖା ଅଧୀନରେ କମ୍ପାନି ବର୍ଜ୍ୟ ପରିଚାଳନା, ଉଦ୍ୟାନ କୃଷି, ଲ୍ୟାଣ୍ଡସ୍ପେକିଂ, ବନୀକରଣ, ହ୍ରଦ ପୁନରୁଦ୍ଧାର ଓ ସ୍ମାର୍ଟ ସିଟି ପ୍ରକଳ୍ପ ପ୍ରଦାନ କରୁଥିବା ବେଳେ ସୋଲାର ମଡ୍ୟୁଲ ଉତ୍ପାଦନ, ସ୍ଥାପନ ଓ ରକ୍ଷଣାବେକ୍ଷଣ ସେବା ପ୍ରଦାନ କରୁଛି।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଦେଶବ୍ୟାପୀ ୨୨୧୮ ସକ୍ରିୟ କାର୍ଯ୍ୟକ୍ଷେତ୍ରରେ କମ୍ପାନିର ୮୫,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ ଯାହା ଏହାକୁ ସୁବିଧା ପରିଚାଳନାର ସର୍ବବୃହତ ନିଯୁକ୍ତିଦାତାରେ ପରିଣତ କରିଛି। ୨୦୨୪-୨୫ ଆର୍ôଥକ ବର୍ଷରେ ପରିଚାଳନାରୁ ରାଜସ୍ୱ ପରିମାଣ ୩୩୦୧.୮ କୋଟି ଟଙ୍କା ଥିବା ବେଳେ ମୋଟ ଆୟ ୩୩୧୯.୫ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ ୨୦୭.୨ କୋଟି ଟଙ୍କା ରହିଥିଲା।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ଜେଏମ ଫାଇନାନ୍ସିଆଲ ଲିମିଟେଡ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ ଏବଂ ରେଜିଷ୍ଟ୍ରାର ହେଉଛି ଏମୟୁଏଫଜି ଇନଟାଇମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ।

