Business

ଭିମ ପକ୍ଷରୁ ମିଠି ଦିୱାଲି ଅଭିଯାନର ଶୁଭାରମ୍ଭ, ମହିଳା କାରିଗରଙ୍କ ସଶକ୍ତୀକରଣ

  • ପ୍ରତି ୧୦ରୁ ଅଧିକ କାରବାରର ଏକ ଅଂଶ ଭାରତର ମହିଳାଙ୍କ ନେତୃତ୍ୱରେ ପରିଚାଳିତ କାରିଗର ବ୍ୟବସାୟକୁ ସମର୍ଥନ କରିବ

ଭୁବନେଶ୍ୱର: ଏନପିସିଆଇ ଭିମ ସର୍ଭିସେସ୍ ଲିମିଟେଡ୍ (ଏନବିଏସଏଲ)ର ଭାରତର ନିଜସ୍ୱ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ଭିମ ପେମେଣ୍ଟ୍ ଆପ୍ ପକ୍ଷରୁ ଉତ୍ସବ ଅଭିଯାନ ‘ମିଠି ଦିୱାଲି’ର ଦ୍ୱିତୀୟ ସଂସ୍କରଣ ସୁଭାରମ୍ଭ କରାଯାଇଛି। ରିହାତି ଏବଂ ଅଫର ବ୍ୟତିରକେ ଏହି ଅଭିଯାନ ମହିଳା କାରିଗର ଏବଂ ଉଦ୍ୟୋଗୀଙ୍କ ପାଇଁ ଦୈନନ୍ଦିନ ଦେୟକୁ ସଶକ୍ତ କରିବାକୁ ପ୍ରସ୍ତୁତ କରାଯାଇଛି।
୨୦୨୫ ଅକ୍ଟୋବର ୧ରୁ ଅକ୍ଟୋବର ୩୧ ମଧ୍ୟରେ ଭିମ ପେମେଣ୍ଟ ଆପରେ ଦଶ କିମ୍ବା ତା’ଠାରୁ ଅଧିକ କାରବାର ସମ୍ପୂର୍ଣ୍ଣ କରି ଭାରତରେ ମହିଳା ନେତୃତ୍ୱରେ ଚାଲୁଥିବା ବ୍ୟବସାୟଗୁଡିକୁ ସହଯୋଗ ସହଯୋଗ ପ୍ରଦାନ କରିପାରିବେ। ମହିଳାଙ୍କ କାର୍ଯ୍ୟଦଳରେ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ସମର୍ପିତ ସଂଗଠନ ‘ଅସ୍ପାୟର ଫର ହର’ ସହଯୋଗିତା ଏହି ଅଭିଯାନ ଆରମ୍ଭ କରାଯାଇଛି।
ଏହି ଅଭିଯାନ ଭିମକୁ ‘ଭାରତ କା ଅପନା ପେମେଣ୍ଟସ୍ ଆପ୍‌’ ଭାବରେ ପ୍ରତିନିଧିତ୍ୱ କରୁଛି ଯାହା ସାରା ଦେଶର ପରିବାରଗୁଡିକରେ ଏକ ସୁରକ୍ଷିତ ଏବଂ ବିଶ୍ୱସ୍ତ ଡିଜିଟାଲ୍ ସାଥୀ ହୋଇଛି। ସରଳ କାରବାର ବ୍ୟବହାରକାରୀ ସାମୂହିକ ଭାବରେ ସ୍ଥାନୀୟ କାରିଗରଙ୍କ ପାଇଁ ସ୍ଥାୟୀ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବେ ଏବଂ ଉତ୍ସବର ଆନନ୍ଦକୁ ବଢାଇବେ।
ଏନବିଏସଏଲର ପରିଚାଳକ ନିର୍ଦ୍ଦେଶକ ଏବଂ ସିଇଓ ଲଳିତା ନାଟାରାଜ କହିଛନ୍ତି ଯେ, “ଦୀପାବଳି ହେଉଛି ସେହି ସମୟ ଯେତେବେଳେ ପରିବାରଗୁଡିକ ଆନନ୍ଦ ପାଳନ କରନ୍ତି ଏବଂ ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟନ୍ତି ଏବଂ ‘ମିଠି ଦିୱାଲି’ ମାଧ୍ୟମରେ ଆମେ ପ୍ରତିବର୍ଷ ଏହି ଆନନ୍ଦରେ ଏକ ଉଦ୍ଦେଶ୍ୟ ଯୋଡିବା ପାଇଁ ଲକ୍ଷ୍ୟ ରଖିଛୁ । ଭିମ ପେମେଣ୍ଟ ଆପ ସହିତ ଦେୟ ଦେବା ଦ୍ୱାରା ବ୍ୟବହାରକାରୀଗଣ କେବଳ ଏକ ସରଳ, ସୁରକ୍ଷିତ ଦେୟ ଅନୁଭୂତି ଉପଭୋଗ କରୁନାହାନ୍ତି ବରଂ ମହିଳା କାରିଗର ଏବଂ ଉଦ୍ୟୋଗୀଙ୍କୁ ସେମାନଙ୍କର ଦକ୍ଷତାକୁ ସ୍ଥାୟୀ ଜୀବିକାରେ ପରିଣତ କରିବାରେ ସାହାଯ୍ୟ କରୁଛନ୍ତି । ଆମ ପାଇଁ ଏହି ଅଭିଯାନ ହେଉଛି କିଭଳି ଦୈନନ୍ଦିନ ଡିଜିଟାଲ୍ ଦେୟଗୁଡିକ ପ୍ରକୃତ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିପାରେ ଏବଂ ଉତ୍ସବର ଆନନ୍ଦକୁ ସଶକ୍ତିକରଣ ଏବଂ ଅନ୍ତର୍ଭୁକ୍ତକରଣ ମୂଳରେ ରଖିପାରେ ତାହା ଦର୍ଶାଉଛି।”
ଆସ୍ପାୟାର ଫର ହରର ପ୍ରତିଷ୍ଠାତା ଓ ସିଇଓ ମଧୁରା ଦାସଗୁପ୍ତା ସିହ୍ନା କହିଛନ୍ତି ଯେ, “ଆମର ସାହାଯ୍ୟକାରୀ ସଂଗଠନ ଭିମ ପେମେଣ୍ଟ୍ ଆପର ମିଠି ଦିୱାଲି ଅଭିଯାନ ମାଧ୍ୟମରେ ଏକ ଅନନ୍ୟ ସୁଯୋଗ ଦେଇ ଉତ୍ସବ ଋତୁକୁ ଆଲୋକିତ କରିବାରେ ଅସ୍ପେୟାର ଫର ହର ଗର୍ବିତ। ଏହି ଅଭିଯାନ ଉଦ୍ୟୋଗୀ କାରିଗର ମହିଳାମାନଙ୍କୁ ଆୟ କରିବା, ଅଭିବୃଦ୍ଧି ହାସଲ କରିବା ଏବଂ ପୂର୍ବରୁ ଅଧିକ ଉଜ୍ଜ୍ୱଳ ହେବା ପାଇଁ ସଶକ୍ତ କରୁଛି ଏବଂ ଭାରତର ମହିଳା ଅର୍ଥନୀତିକୁ ତଳ ସ୍ତରରୁ ଗଠନ କରୁଛି।”
କ୍ରିଏଟିଭ୍ ଏଜେନ୍ସି ସୋଚିୟରସ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ‘ମିଠି ଦିୱାଲି ୨୦୨୫’ ଏକ ଜ୍ୱଳନ୍ତ ସଂକ୍ଷିପ୍ତ ଚଳଚ୍ଚିତ୍ର ଯାହା ଉତ୍ସବର ଉଷ୍ମତାକୁ ପ୍ରଦର୍ଶନ କରୁଛି ଯେ କିପରି ପ୍ରଯୁକ୍ତି ଏବଂ ପରମ୍ପରା ଜୀବନକୁ ସଶକ୍ତ କରିପାରେ।
ସୋଚିୟରସର ସହ-ପ୍ରତିଷ୍ଠାତା ଓ ସିଇଓ ମେହୁଲ ଗୁପ୍ତା କହିଛନ୍ତି ଯେ, “ଯେତେବେଳେ ଆମେ ‘ମିଠି ଦିୱାଲି ୨୦୨୫’ ଅଣିବା ପାଇଁ ଚିନ୍ତା କରିଥିଲୁ ସେତେବେଳେ ଆମେ ଭିମର ବିଶ୍ୱସନୀୟତା, ସୁରକ୍ଷା ଏବଂ ମୂଲ୍ୟବୋଧ ଉପରେ ଆଲୋକପାତ କରିବା ଏବଂ କିପରି ପ୍ରଯୁକ୍ତି ପ୍ରକୃତରେ ଜୀବନକୁ ଅର୍ଥପୂର୍ଣ୍ଣ ଭାବରେ ସଶକ୍ତ କରିପାରେ ତାହା ଦର୍ଶାଇବାକୁ ଚାହୁଁଥିଲୁ । ଧାରଣା ଥିଲା ଦୈନନ୍ଦିନ କାରବାରକୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ କରିବା। ଆମେ ଏହି ଅଭିଯାନର ଏକ ଅଂଶ ହୋଇଥିବାରୁ ଗର୍ବିତ। ଆମେ ମହିଳା କାରିଗରଙ୍କ ପ୍ରକୃତ କାହାଣୀକୁ ସାମ୍ନାକୁ ଆଣୁଛୁ ଏବଂ ପ୍ରତ୍ୟେକ ଭିମ ଉପଭୋକ୍ତାଙ୍କୁ ସୁବିଧା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ କିଛି ଅନୁଭବ କରାଇବାରେ ସାହାଯ୍ୟ କରୁଛୁ ଯେଉଁଥିରେ ସରଳ ଦେୟର ଅର୍ଥ ଏବଂ ସାମୂହିକ ସମୃଦ୍ଧିର ଅନୁଭୂତି ରହିଛି।”
ମିଡିଆବ୍ରାଣ୍ଡସର ବରିଷ୍ଠ ଉପ ସଭାପତି ଅଶ୍ୱିନୀ କାମତ କହିଛନ୍ତି ଯେ, “ଆଇପିଜିମିଡିଆବ୍ରାଣ୍ଡସରେ ଆମେ ‘ମିଠି ଦିୱାଲି’ ଅଭିଯାନ ପାଇଁ ଏନପିସିଆଇର ଭିମ ପେମେଣ୍ଟ୍ ଆପ୍ ସହ ସହଯୋଗିତା କରିଥିବାରୁ ଗର୍ବିତ । ଏହି ଅଭିଯାନ କେବଳ ଏକ ବିଶ୍ୱସ୍ତ ଡିଜିଟାଲ୍ ପେମେଣ୍ଟ୍ ବ୍ରାଣ୍ଡ୍ ଭାବରେ ଭିମର ଭୂମିକାକୁ ଶକ୍ତିଶାଳୀ କରୁନାହିଁ ବରଂ ଏହା ଏକ ବୃହତର ଲକ୍ଷ୍ୟ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ଯାହା ଅସ୍ପାୟାର ଫର୍ ହର ମାଧ୍ୟମରେ ମହିଳା କାରିଗରମାନଙ୍କୁ ସଶକ୍ତ କରୁଛି। ମିଳିତ ଭାବେ ଆମେ ଏକ ଅଭିଯାନ ସୃଷ୍ଟି କରୁଛୁ ଯାହା ଉତ୍ସବର ଆନନ୍ଦକୁ ଅର୍ଥପୂର୍ଣ୍ଣ ପ୍ରଭାବ ସହିତ ମିଶ୍ରଣ କରିଛି।

Share

Leave a Reply

Your email address will not be published. Required fields are marked *

17 − nine =