ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ “ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍”ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ନୂଆ “ଭାରତୀ ଆକ୍ସା ଲାଇଫ୍ ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍”ର ଶୁଭାରମ୍ଭ କରାଯାଇଛି। ନିଜ ପରିବାରର ସୁରକ୍ଷା ସହିତ ସଂଚୟ ଗଠନ କରିବା ପାଇଁ ସରଳ ତଥା ଭରସାଯୋଗ୍ୟ ସମାଧାନ ଚାହୁଁଥିବା ମଧ୍ୟମ ଆୟ ବର୍ଗର ଭାରତୀୟମାନଙ୍କୁ ଦୃଷ୍ଟିରେ ରଖି ଏହି ପ୍ଲାନ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି।
“ପ୍ରୋଟେକ୍ସନ ଭି, ବଚତ ଭି”ର ଦୃଢ଼ ପ୍ରତିଶ୍ରୁତି ଉପରେ ଭାରତୀ ଆକ୍ସା ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍ ଗଠନ କରାଯାଇଛି। ଏହା ଗ୍ରାହକମାନଙ୍କୁ ସେମାନଙ୍କ ବାର୍ଷିକ ପ୍ରିମିୟମ୍ର ୩୦ ଗୁଣା (ଏବଂ ରାଇଡର୍ର ୫୦ ଗୁଣା ପର୍ଯ୍ୟନ୍ତ) ବୀମା ସୁରକ୍ଷା ସହ ଗ୍ୟାରେଟିଂ ରିଟର୍ଣ୍ଣ ପ୍ରଦାନ କରୁଛି। ଶୃଙ୍ଖଳିତ, ଚିନ୍ତାମୁକ୍ତ ଆର୍ଥିକ ଯୋଜନା ଚାହୁଁଥିବା ଗ୍ରାମୀଣ ଭାରତର ଯୁବ ପେସାଦାର, ବ୍ୟବସାୟ ମାଲିକ, ବେତନଭୋଗୀ ବ୍ୟକ୍ତି ଓ ପରିବାର ପାଇଁ ଏହି ପ୍ଲାନ୍ ବେଶ୍ ଉପଯୁକ୍ତ।
ଭାରତୀ ଆକ୍ସା ଗ୍ୟାରେଂଟି ବଚତ୍ ପ୍ଲାନ୍ରେ ବାର୍ଷିକ ପ୍ରିମିୟମ୍ର ୩୦ ଗୁଣା ପର୍ଯ୍ୟନ୍ତ ଜୀବନ ବୀମା ସୁରକ୍ଷା, ଗ୍ୟାରେଟିଂ ରିଟର୍ଣ୍ଣ, ଦେୟ ପ୍ରଦାନ ସୁବିଧା, ବିକଳ୍ପ ରାଇଡର୍ ଓ ଟିକସ ସୁବିଧା ଆଦି ରହିଛି। ବିକଳ୍ପ ରାଇଡର୍ରେ ଗ୍ରାହକମାନେ ଦୁର୍ଘଟଣାଜନିତ ମୃତ୍ୟୁ, ଜଟିଳ ଅସୁସ୍ଥତା, ହସ୍ପିଟାଲ୍ କ୍ୟାସ୍ ଏବଂ ପ୍ରିମିୟମ୍ ଛାଡ଼ ଭଳି ରାଇଡର୍ ବିକଳ୍ପ ଚୟନ କରିପାରିବେ।
ଏହାର ଶୁଭାରମ୍ଭ ଅବସରରେ ଭାରତୀ ଆକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ଚିଫ୍ ଗ୍ରୋଥ୍ ଅଫିସର ଶ୍ରୀ ପ୍ରେରକ ପରମାର କହିଛନ୍ତି ଯେ, “ବୀମା ସରଳ, ଭରସାଯୋଗ୍ୟ ଏବଂ ପ୍ରତି ଭାରତୀୟଙ୍କ ପାଇଁ ପ୍ରସ୍ତୁତ ହେଉ ବୋଲି ଭାରତୀ ଆକ୍ସା ଲାଇଫ୍ରେ ଆମର ଲକ୍ଷ୍ୟ ରହିଛି। ଭାରତୀ ଆକ୍ସା ଲାଇଫ୍ ଗ୍ୟାରେଟେଂଡ୍ ବଚତ୍ ପ୍ଲାନ୍କୁ ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ବିନା କୌଣସି ଦ୍ୱନ୍ଦରେ ଉଭୟ ସୁରକ୍ଷା ଓ ସଂଚୟ କରିବାକୁ ଚାହୁଁଛନ୍ତି। ଗ୍ୟାରେଟିଂ ରିଟର୍ଣ୍ଣ, ଲାଭ ଓ ଜୀବନ ବୀମା ସୁରକ୍ଷା ସହିତ ଏହି ଯୋଜନା ପ୍ରତିଟି ଭାରତୀୟଙ୍କୁ ନିଜ ସ୍ୱପ୍ନକୁ ସୁରକ୍ଷିତ ରଖିବା ଏବଂ ବିଶ୍ୱାସର ସହ ନିଜ ଭବିଷ୍ୟତ ପାଇଁ ଯୋଜନା କରିବାରେ ସଶକ୍ତ କରୁଛି।”
ଭାରତୀ ଆକ୍ସା ଲାଇଫ ଗ୍ୟାରେଣ୍ଟି ବଚତ ପ୍ଲାନ୍ ହେଉଛି ଏକ ଅସଂଯୁକ୍ତ ଓ ଅପ୍ରତିଭାଗୀ ବ୍ୟକ୍ତିଗତ ସଞ୍ଚୟ ଜୀବନ ବୀମା ଯୋଜନା ଯାହାକୁ ଗ୍ରାହକଙ୍କୁ ସେମାନଙ୍କ ସଂଚୟର ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଗ୍ରାହକମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ ପଲିସି ଅବଧି, ପ୍ରିମିୟମ୍ ପ୍ରଦାନ ଅବଧି, ଲାଭ ପ୍ରଦାନ ବିକଳ୍ପ ଏବଂ ରାଇଡର୍ ସୁରକ୍ଷା ପ୍ରସ୍ତୁତ କରିପାରିବେ।
ଭାରତର ଏକ ବଡ଼ ଭାଗକୁ ସେବା ପ୍ରଦାନ କରିବା ଦିଗରେ ଭାରତୀ ଆକ୍ସା ଲାଇଫ୍ର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଏଭଳି ଏକ ଉତ୍ପାଦ ଯାହାକୁ ବୁଝିବା ସହଜ, କିଣିବା ସହଜ ଏବଂ ବାସ୍ତବ ଆର୍ଥିକ ଆବଶ୍ୟକତା ପାଇଁ ପ୍ରସ୍ତୁତ କରାଯାଇଛି।

