Business

ଜିନ୍ଦଲ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଉତ୍ପାଦନ କାରଖାନା ପାଇଁ ଦ୍ୱେତ ଆଇଏସ୍‌ଓ ସାର୍ଟିଫିକେସନ୍ ହାସଲ


ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ପ୍ରଭାବଶାଳୀ ପରିବେଶ ପରିଚାଳନା ବ୍ୟବସ୍ଥା (ଇଏମ୍‌ଏସ୍‌) ଓ ବୃତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ପରିଚାଳନା ବ୍ୟବସ୍ଥା (ଓଏଚ୍ ଆଣ୍ଡ୍‌ଏସ୍‌) ପାଇଁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ଆଇଏସ୍‌ଓ ୧୪୦୦୧ ଓ ଆଇଏସ୍‌ଓ ୪୫୦୦୧ ସାର୍ଟିଫିକେସନ୍ ହାସଲ ଘୋଷଣା କରାଯାଇଛି। କ୍ୱାଲିଟି ପରିଚାଳନା ବ୍ୟବସ୍ଥା ପାଇଁ କମ୍ପାନି ଏହାର ଆଇଏସ୍‌ଓ ୯୦୦୧ ସାର୍ଟିଫିକେସନ୍‌କୁ ବଜାୟ ରଖିଛି। ତୃତୀୟ ପକ୍ଷ ସାର୍ଟିଫିକେସନ ସଂସ୍ଥା ଇଣ୍ଡିଆନ ରେଜିଷ୍ଟର କ୍ୱାଲିଟି ସିଷ୍ଟମ (ଆଇଆରକ୍ୟୁଏସ୍‌) ପକ୍ଷରୁ ପଶ୍ଚିମବଙ୍ଗର ରାଣୀହାଟରେ ଥିବା କମ୍ପାନିର ଉତ୍ପାଦନ କାରଖାନାର ବ୍ୟାପକ ଅଡିଟ୍ ପର ଏହି ସାର୍ଟିଫିକେସନ ପ୍ରଦାନ କରାଯାଇଛି।
କଂପାନିରେ ଗୁଣାତ୍ମକ ମାନ, ପରିବେଶ ପରିଚାଳନା ଓ କର୍ମକ୍ଷେତ୍ର ସ୍ୱାସ୍ଥ୍ୟ ଓ ସୁରକ୍ଷାରେ ଅନ୍ତର୍ଜାତୀୟ ମାନ ବଜାୟ ରଖିଥିବାରୁ କମ୍ପାନିକୁ ମିଳିଥିବା ସାର୍ଟିଫିକେସନକୁ ବିସି ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଶ୍ୟାମ ଜିନ୍ଦଲ ସାର୍ଟିଫିକେସନ ଗ୍ରହଣ କରିଛନ୍ତି।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ଆଇଏସ୍‌ଓ ସାର୍ଟିଫିକେସନ ବିଶ୍ୱସ୍ତରୀୟ ଉତ୍ପାଦ ଓ ସେବା ପ୍ରଦାନ କରିବା ସହ ସୁରକ୍ଷା, ଗୁଣାତ୍ମକ ମାନ ଓ ସ୍ଥାୟିତ୍ୱ ଉପରେ ଦୃଢ଼ ଧ୍ୟାନ ବଜାୟ ରଖିବା ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଆମେ ନୂଆ ବର୍ଗ ଓ କ୍ଷେତ୍ରରେ ପ୍ରବେଶ କରିବା ଓ ଆମ ଦକ୍ଷତାକୁ ବ୍ୟାପକ କରୁଥିବା ବେଳେ ଏହି ମାନକ ଦୀର୍ଘକାଳୀନ ଅଭିବୃଦ୍ଧି ଓ ବଜାର ନେତୃତ୍ୱ ପାଇଁ ଦୀର୍ଘକାଳୀନ ମୁଳଦୁଆ ଭାବେ କାର୍ଯ୍ୟ କରିବ ଓ ଗ୍ରାହକ ବିଶ୍ୱାସ ବଢ଼ାଇବ।”
ନିକଟରେ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଅତିିରିକ୍ତ କଲର କୋଟେଡ୍ ଉତ୍ପାଦନ କ୍ଷମତା ସ୍ଥାପନ ବିଷୟରେ ଘୋଷଣା କରାଯାଇଥିଲା ଯାହା ହାଇ-ଏଣ୍ଡ ହ୍ୱାଇଟ୍ ଗୁଡ୍‌ସ ନିର୍ମାତାଙ୍କ ଆବଶ୍ୟକତା ପୂରଣ କରିବ। ଏହି ରଣନୀତିର ଅଂଶସ୍ୱରୂପ କମ୍ପାନି ଏହାର ଅରିଜିନାଲ୍ ଇକ୍ୱିପ୍‌ମେଂଟ୍ ମାନୁଫାକଚର୍ସ (ଓଇଏମ୍‌) ଜରିଆରେ ଏଲ୍‌ଜି, ହ୍ୱିର୍ଲପୁଲ ଓ ଗୋରେଜ୍ ଭଳି ଅଗ୍ରଣୀ ହ୍ୱାଇଟ୍‌ସ ଗୁଡ୍ ବ୍ରାଣ୍ଡ୍‌କୁ ପ୍ରିମିୟମ କୋଟେଡ୍ ଇସ୍ପାତ ସିଟ୍ ଯୋଗାଇଦେବ।
“ଏହି ସାର୍ଟିଫିକେସନ ଏକ ଅଗ୍ରଶୀ ଇସ୍ପାତ ଉତ୍ପାଦ ନିର୍ମାତା ଭାବେ ଆମ ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ଯାହା ଭାରତର ବିଭିନ୍ନ କ୍ଷେତ୍ରରେ ପ୍ରମୁଖ କମ୍ପାନିଙ୍କ ଉଦୀୟମାନ ଆବଶ୍ୟକତାକୁ ନିରବଚ୍ଛିନ୍ନ ଭାବେ ପୂରଣ କରିବ ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି।”

Share

Leave a Reply

Your email address will not be published. Required fields are marked *

eleven − eleven =