ବନ୍ଧନ ବ୍ୟାଙ୍କର ମୋଟ ବ୍ୟବସାୟ ୯% ବୃଦ୍ଧି ସହ ୨.୯୮ ଲକ୍ଷ କୋଟି ଟଙ୍କା
- ମୋଟ ଜମା ବର୍ଷକୁ ବର୍ଷ ୧୧% ବୃଦ୍ଧି ସହ ୧.୫୮ ଲକ୍ଷ କୋଟି ଟଙ୍କା
- ମୋଟ ଜମାରେ ରିଟେଲ୍ର ଭାଗ ପ୍ରାୟ ୭୧%
- ସିଆରଏଆର ଅନୁପାତ ୧୮.୬%
- ମୋଟ ଲୋନ୍ ବୁକ୍ ବର୍ଷକୁ ବର୍ଷ ୭% ବୃଦ୍ଧି ସହ ୧.୪୦ ଲକ୍ଷ କୋଟି ଟଙ୍କା
ଭୁବନେଶ୍ୱର/ କୋଲକାତା: ବନ୍ଧନ ବ୍ୟାଙ୍କ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ମୋଟ ବ୍ୟବସାୟ ଏହି ସମୟରେ ୯ ପ୍ରତିଶତ ବୃଦ୍ଧି ପାଇ ୨.୯୮ ଲକ୍ଷ କୋଟି ଟଙ୍କା ହୋଇଛି। ମୋଟ ଜମାରେ ବ୍ୟାଙ୍କର ରିଟେଲ୍ ଭାଗ ଏବେ ପ୍ରାୟ ୭୧ ପ୍ରତିଶତ ରହିଛି। ବିତରଣରେ ସମ୍ପ୍ରସାରଣ, ବ୍ୟବସାୟରେ ଦକ୍ଷତା ଓ ଅନୁକୂଳ ପରିଚାଳନା ପରିବେଶକୁ ନେଇ ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କ ଉେଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୩୫ଟିରେ ବ୍ୟାଙ୍କ ୬୩୫୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ଏହାର ୩.୨୩ କୋଟି ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୭୩,୫୦୦ ରହିଛି।
୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ବ୍ୟାଙ୍କର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୧୧% ବୃଦ୍ଧି ପାଇଛି ଏବଂ ମୋଟ ଜମା ଏବେ ୧.୫୮ ଲକ୍ଷ କୋଟି ଟଙ୍କା ରହିଛି। ମୋଟ ଅଗ୍ରୀମ ପରିମାଣ ୧.୪୦ ଲକ୍ଷ କୋଟି ଟଙ୍କା ହୋଇଛି। (କରେଂଟ୍) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ମୋଟ ଜମାର ୨୮ ପ୍ରତିଶତ ରହିଛି। ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍) ସୁଦୃଢ଼ ୧୮.୬ ପ୍ରତିଶତ ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି।
ଫଳାଫଳ ସମ୍ପର୍କରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ପାର୍ଥ ପ୍ରତୀମ ସେନଗୁପ୍ତା କହିଛନ୍ତି ଯେ, “ଏକ ଅଧିକ ବିବିଧ ପୋର୍ଟଫୋଲିଓ ଆଡ଼କୁ ଆମେ ସମନ୍ୱୟ ଜାରି ରଖିଥିବା ବେଳେ ବନ୍ଧନ ବ୍ୟାଙ୍କର ଚଳନ୍ତୀ ତ୍ରୈମାସିକ ପ୍ରଦର୍ଶନ ବ୍ୟାଙ୍କ ପାଇଁ ଏକ ପରିବର୍ତନ ପର୍ଯ୍ୟାୟକୁ ଦର୍ଶାଉଛି। ଆମେ ଏହି ରୂପାନ୍ତରଣ ଜାରି ରଖିଥିବା ବେଳେ ଆମ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ଲାଗି ଏକ ସନ୍ତୁଳିତ ଲାଭଜନକ ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ପ୍ରଯୁକ୍ତିରେ ନବସୃଜନ ଉପରେ ଧ୍ୟାନ ଦେଇ, ପ୍ରକ୍ରିୟାକୁ ଶାଣିତ କରି ଏବଂ ଉତ୍ପାଦ ଓ କର୍ମଚାରୀ ଦକ୍ଷତାରେ ଉନ୍ନତି ଆଣି ବନ୍ଧନ ବ୍ୟାଙ୍କ ୨.୦ ପାଇଁ ପରବର୍ତୀ ପିଢ଼ିର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାକୁ ଆମେ ଭଲ ଭାବେ ପ୍ରସ୍ତୁତ ରହିଛୁ।”
ଖୁଚୁରା ପୋର୍ଟଫୋଲିଓକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ସହିତ ବ୍ୟଙ୍କ ସଂପତିରେ ବିବିଧତା ଉପରେ ଗୁରୁତ୍ୱାରୋପ କରୁଛି। ଦକ୍ଷତାକୁ ଆଗକୁ ବଢ଼ାଇବା, ଉତ୍ପାଦକତାରେ ଉନ୍ନତି ଆଣିବା ଓ ଗ୍ରାହକ ଅନୁଭୂତିକୁ ବଢ଼ଶଇବା ପାଇଁ ଡିଜିଟାଇଜେସନ୍କୁ ତ୍ୱରାନ୍ୱିତ କରିବାକୁ ପ୍ରାଥମିକତା ଦିଆଯାଉଛି।

