Business

ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ଇନକମ ପ୍ଲସ ଆଭ୍ରିଟ୍ରେଜ ପାସିଭ ଏଫଓଏଫର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଅଭିନବ ଓପନ ଏଣ୍ଡେଡ ସ୍କିମ ଆକ୍ସିସ ଇନକମ ପ୍ଲାସ ଆବ୍ରିଟ୍ରେଜ ପାସିଭ ଏଫଓଏଫକୁ ଉନ୍ମୋଚନ କରାଯାଇଛି, ଯାହା ନିବେଶକମାନଙ୍କୁ ସ୍ଥିରତା, ପୂର୍ବାନୁମାନ ଓ ଟିକସ ପାରଦର୍ଶିତାର ମିଶ୍ରର ପ୍ରଦାନ କରିବ। ଏହାର ନୂଆ ଫଣ୍ଡ ଅଫର (ଏନଏଫଓ) ୨୦୨୫ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ଓ ୨୦୨୫ ନଭେମ୍ବର ୧୧ରେ ଶେଷ ହେବ। ଏହି ଫଣ୍ଡକୁ ଫିକ୍ସଡ ଇନକମର ମୁଖ୍ୟ ଦେବାଙ୍ଗ ଶାହ, ବରିଷ୍ଠ ଫଣ୍ଡ ମ୍ୟ।।ନେଜର ଆଦିତ୍ୟ ପାଗାରିଆ, ବରିଷ୍ଠ ଫଣ୍ଡ ମ୍ୟାନେଜର ହାର୍ଦ୍ଦିକ ଶାସ୍ତ୍ର ଓ ଫଣ୍ଡ ମ୍ୟାନେଜର କାର୍ତ୍ତିକ କୁମାର ପରିଚାଳନା କରିବେ।
ଟିକସ ପରବର୍ତ୍ତୀ ରିଟର୍ଣ୍ଣରେ ଉନ୍ନତି ଆଣିବା ଓ ଏକ ରକ୍ଷଣଶୀଳ ରିସ୍କ ପ୍ରୋଫାଇଲ ବଜାୟ ରଖିବାକୁ ଚାହୁଥିବା ନିବେଶକମାନଙ୍କ ପାଇଁ ନୂଆ ଫଣ୍ଡକୁ ପ୍ରସ୍ତୁତ କରାଯାଇଛି। ଏଥିରେ ପାସିଭ ଫଣ୍ଡ ଆଧାରିତ ମ୍ୟୁଚୁଆଲ ଫଣ୍ଡ ସହ ଆବ୍ରିଟ୍ରେଜ ଫଣ୍ଡରେ ନିବେଶର ମିଶ୍ରଣ ରହି ଏକ ହାଇବ୍ରିଡ ଢ଼ାଂଚା ସୃଷ୍ଟି କରାଯିବ ଯାହାର ଲକ୍ଷ୍ୟ ହେଉଛି ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ନିରାନ୍ତର ରିଟର୍ଣ୍ଣ ପ୍ରଦାନ କରିବ।
ଆକ୍ସିସ ଏଏମସିର ଏମଡି ଓ ସିଇଓ ବି ଗୋପକୁମାର କହିଛନ୍ତି ଯେ, “ଆକ୍ସିସ ମ୍ୟୁଚୁଆଲ ଫଣ୍ଡରେ ଆମେ ସବୁବେଳେ ଅଭିନବ, ନିବେଶକ କୌନ୍ଦ୍ରୀକ ସମାଧାନ ପ୍ରଦାନ କରିବାକୁ ଧ୍ୟାନ ଦେଉଛୁ ଯେଉଁଥିରେ ପ୍ରଦର୍ଶନ ଓ ସରଳତାର ମିଶ୍ରଣ ରହିଛି। ସେହି ଦର୍ଶନ ପ୍ରତି ଏକ ପ୍ରମାଣ ହେଉଛି ଆକ୍ସିସ ଇନକମ ପ୍ଲସ ଆବ୍ରିଟ୍ରେଜ ପାସିଭ ଏଫଓଏଫର ମିଶ୍ରଣ ରହିଛି। ଏକ ବଜାର ଯେଉଁଠାରେ ପୂର୍ବାନୁମାନ ଓ ଟିକସ ପରବର୍ତ୍ତୀ ରିଟର୍ଣ୍ଣ ଅଧିକ ଗୁରୁତ୍ୱ ବହନ କରୁଥିବା ବେଳେ ଏହି ଫଣ୍ଡକୁ ଫିକ୍ସଡ ଇନକମ ନିବେଶ ଦର୍ଶନ ଜରିଆରେ ସ୍ମାର୍ଟ ଉପାୟ ସହ ନିବେଶକଙ୍କୁ ସଶକ୍ତ କରିବାକୁ ପ୍ରସ୍ତୁତ କରାଯାଇଛି।”
ଏହି ସ୍କିମକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହାର ୫୦-୬୫ ପ୍ରତିଶତ ପୋର୍ଟଫୋଲିଓକୁ ଡେବଟ ଆଧାରିତ ମ୍ୟୁଚୁଆଲ ଫଣ୍ଡ ସ୍କିମରେ ନିବେଶ କରାଯିବ। ଏଥିରେ ରୋଲ-ଡାଉନ ରଣନୀତି ଗ୍ରହଣ କରାଯିବ ଯେଉଁଥିରେ ସୁଧ କମ ହେବା ସହ ଆୟ ବଢ଼ିବ। ପୋର୍ଟଫୋଲିଓର ଅବଶିଷ୍ଟ ୩୫-୫୦ ପ୍ରତିଶତ ରାଶିକୁ ଆବ୍ରିଟ୍ରେଜ ଫଣ୍ଡରେ ନିବେଶ କରାଯିବ। କମ ଅସ୍ଥିରତାରେ ରିଟର୍ଣ୍ଣ ସୃଷ୍ଟି କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି।
ଏହି ସ୍କିମକୁ ୬୫% ନିଫ୍ଟି ସର୍ଟ ଡ୍ୟୁରେସନ ଡେବଟ ଇଣ୍ଡେକ୍ସରେ ଏବଂ ୩୫% ନିଫ୍ଟି ୫୦ ଆବ୍ରିଟ୍ରେଜ ଟିଆରଆଇ ଇଣ୍ଡେକ୍ସରେ ବେଂଚମାର୍କ କରାଯିବ। ଟି+୨ ରିଡେମ୍ପସନ ପେଆଉଟ ଓ କୌଣସି ଏକଜିଟ ଲୋଡ ବିନା ଏହି ସ୍ମିକ ଉଚ୍ଚ ଲିକ୍ୱିଡିଟି ପ୍ରଦାନ କରିବ।
ଅଳ୍ପରୁ ମଧ୍ୟମ ଧରଣର ବିପଦ ସହିତ ମଧ୍ୟବର୍ତ୍ତୀକାଳୀନ ଭିତ୍ତିରେ ସ୍ଥାୟୀ ରିଟର୍ଣ୍ଣ ଚାହୁଥିବା କର୍ପୋରେଟ, ଅତି ଧନୀ ବ୍ୟକ୍ତି (ଏନଏଚଆଇ) ଓ ଖୁଚୁରା ନିବେଶକଙ୍କୁ ଏହି ସ୍କିମ ସୁହାଇବ। ଏହି ସ୍କିମର ଆଉ ଏକ ଆକର୍ଷଣ ହେଉଛି ଟିକସ ଲାଭ। ପାରମ୍ପରିକ ମ୍ୟୁଚୁଆଲ ଫଣ୍ଡ କିମ୍ବା ଫିକ୍ସଡ ଡିପୋଜିଟ ବଦଳରେ ଆକ୍ସିସ ଇନକମ ପ୍ଲସ ଆବ୍ରିଟ୍ରେଜ ପାସିଭ ଏଫଓଏଫ ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ ପାଇଁ ଯୋଗ୍ୟ ଯାହା ୨୪ ମାସରୁ ଅଧିକ ସମୟ ରଖିଲେ ୧୨.୫ ପ୍ରତିଶତରେ ଲାଗୁ ହେବ।
ଆକ୍ସିସ ଏଏମସିର ସିଆଇଓ ଆଶିଷ ଗୁପ୍ତା କହିଛନ୍ତି ଯେ, “ବର୍ତ୍ତମାନ ସମୟରେ ବଜାର ଆକର୍ଷଣୀୟ ରିଟର୍ଣ୍ଣ ସୁଯୋଗ ପ୍ରଦାନ କରୁଥିବା ବେଳେ ପାରମ୍ପରିକ ଫିକ୍ସଡ ଇନକମ ଉତ୍ପାଦ ତୁଳନାରେ ନିବେଶକମାନେ ଟିକସ ପ୍ରଭାବୀ ବିକଳ୍ପ ସନ୍ଧାନ କରୁଥିବାରୁ ଆକ୍ସିସ୍ ଇନକମ ପ୍ଲସ ଆବ୍ରିଟ୍ରେଜ ପାସିଭ ଏଫଓଏଫ ହେଉଛି ଏକ ସମୟୋପଯୋଗୀ ସମାଧାନ । ପରୋକ୍ଷ ରୋଲଡାଉନ ରଣନୀତିକୁ ବ୍ୟବହାର କରି ଏବଂ ଆବ୍ରିଟ୍ରେଜକୁ ସମ୍ପୂର୍ଣ୍ଣ ହେଜିଂ କରି ଏହି ପଣ୍ଡ ଏକ ପୂର୍ବାନୁମାନ ଭିତ୍ତିକ ଓ ସ୍ୱଚ୍ଛ ନିବେଶ ଅନୁଭୂତି ପ୍ରଦାନ କରିବାକୁ ପ୍ରସ୍ତୁତ କରାଯାଇଛି।”

Share

Leave a Reply

Your email address will not be published. Required fields are marked *

2 × three =