Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଷ୍ଟାର୍ଟଅପ୍ କର୍ମଚାରୀଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ନୂଆ ଇକୋନମି ଗ୍ରୁପ୍ (ଏନ୍‌ଇଜି) ଅଧୀନରେ ଷ୍ଟାର୍ଟଅପ୍ କର୍ମଚାରୀମାନଙ୍କ ପାଇଁ କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆର୍ଥିକ, ଜୀବନଶୈଳୀ ଓ କଲ୍ୟାଣ ସୁବିଧା ଜରିଆରେ ନୂଆ ପିଢ଼ିର ସଂସ୍ଥା ଓ ସେମାନଙ୍କ କର୍ମଚାରୀମାନଙ୍କୁ ସମର୍ଥନ କରିବା ପାଇଁ ବ୍ୟାଙ୍କର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି।
ବେଙ୍ଗାଲୁରୁରେ ଅନୁଷ୍ଠିତ ଆକ୍ସିସ୍ ବ୍ୟାଙ୍କର ପ୍ରମୁଖ ଷ୍ଟାର୍ଟଅପ୍ ସୋସିଆଲ୍ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଥିଲା ଯେଉଁଥିରେ ଭାରତର ଅଗ୍ରଣୀ ପ୍ରତିଷ୍ଠାତା, ନିବେଶକ ଓ ଶିଳ୍ପ ଲିଡରମାନେ ଏକତ୍ରୀତ ହୋଇ ନବସୃଜନ ଓ ସହଯୋଗିତାର ଉତ୍ସବ ପାଳନ କରିଥିଲେ।
କ୍ୟୁରେଟେଡ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମକୁ ପାଣ୍ଠି ହାସଲ କରିଥିବା ଷ୍ଟାର୍ଟଅପ୍ ଓ ଡିଜିଟାଲ୍ ବ୍ୟବସାୟ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସୁବିଧାସୁଯୋଗ, ଜୀବନଶୈଳୀ ଓ ଆର୍ଥିକ କଲ୍ୟାଣର ସୁବିଧା ରହିଛି। ଏଥିରେ ଜିରୋ ବାଲାନ୍ସ ସଂଚୟ ଖାତା, ବ୍ୟାପକ ବୀମା ସୁବିଧା, ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ ସୁବିଧା ଓ ବ୍ୟକ୍ତିଗତ ଋଣ ବିକଳ୍ପ ଆଦି ରହିଛି। ଜେନ୍ ଜି ଓ ଜେନ୍ ଆଲ୍‌ଫା ଶ୍ରମଶକ୍ତିଙ୍କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।
ଏଥିରେ ଥିବା “ସ୍ୱିଚ୍ ଟୁ ସେଭ୍‌’ ସୁବିଧା କର୍ମଚାରୀମାନଙ୍କୁ ବାର୍ଷିକ ୪୬ ହଜାର ଟଙ୍କାରୁ ୨.୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ ସୁବିଧା ପ୍ରଦାନ କରୁଛି।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍‌-ହୋଲ୍‌ସେଲ୍ ବ୍ୟାଙ୍କିଂ କଭରେଜ୍‌, କର୍ପୋରେଟ୍ ବେତନ, ସଷ୍ଟେନେବିଲିଟି ଓ ସିଏସ୍‌ଆର୍ ବିଜୟ ମୁଲବାଗଲ କହିଛନ୍ତି ଯେ, “ଭାରତର ଷ୍ଟାର୍ଟଅପ୍ କାହାଣୀ ହେଉଛି ଅଭିଳାଷ, ସ୍ଥାୟିତ୍ୱ ଓ ବିଶ୍ୱସ୍ତରରେ ବ୍ୟାପକ ହେବା। ଆକ୍ସିସ ବ୍ୟାଙ୍କରେ ଆମେ ସେମାନଙ୍କ ଯାତ୍ରାର ଅଂଶ ହୋଇ କୃତଜ୍ଞ। ଭାରତରେ ଆମେ ୬୫%ରୁ ଅଧିକ ୟୁନିକର୍ଣ୍ଣକୁ ବ୍ୟାଙ୍କ ସେବା ଓ ପରବର୍ତୀ ଅଭିବୃଦ୍ଧି ପର୍ଯ୍ୟାୟର କମ୍ପାନିଗୁଡ଼ିକୁ ସେମାନେ ଆଗକୁ ବଢ଼ୁଥିବା ଏବଂ ତାଲିକାଭୁକ୍ତ ହେଉଥିବା ବେଳେ ସହଯୋଗ କରୁଛି। ଆମର ନିଉ ଇକୋନମି ଗ୍ରୁପ୍ ଜରିଆରେ ଆମେ ସେହି ସହଯୋଗିତାକୁ କେବଳ ଏକ ବ୍ୟାଙ୍କ ନୁହେଁ, ବରଂ ଅଭିବୃଦ୍ଧି ସହଯୋଗୀ ଭାବେ ସୁଦୃଢ଼ କରୁଛୁ। କ୍ୟୁରେଟେଡ୍ ବେତନ କାର୍ଯ୍ୟକ୍ରମ ହେଉଛି ସେ ଦିଗରେ ଆଉ ଏକ ପଦକ୍ଷେପ ଯାହାକୁ ଭାରତର ଡିଜିଟାଲ ଅର୍ଥନୀତିକୁ ସଶକ୍ତ କରୁଥିବା ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ବୀମା, ଗୃହ ଋଣ, କ୍ରେଡିଟ୍ କାର୍ଡ ଏବଂ ପରର୍ବତୀ ପିଢ଼ିର ଶ୍ରମଶକ୍ତି ପାଇଁ ସ୍ୱତନ୍ତ୍ର ରିହାତି ସମେତ ଜୀବନଶୈଳୀ ସୁବିଧା ପ୍ରଦାନ କରୁଛି।’’
ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ନୂଆ ଅର୍ଥନୀତି ଓ ମଲ୍ଟିନେସନାଲ୍ କଭରେଜ୍ ସଞ୍ଜୀବ ଭାଟିଆ କହିଛନ୍ତି ଯେ, “ଉଚ୍ଚ ମାନର ପ୍ରଯୁକ୍ତି ପେସାଦାରମାନଙ୍କ ଜରିଆରେ ଷ୍ଟାର୍ଟଅପଗୁଡ଼ିକ ଭାରତରେ ନିଯୁକ୍ତିରେ ପରିବର୍ତନ ଆଣିଛନ୍ତି। ଆମର କ୍ୟୁରେଟେଡ୍ କର୍ପୋରେଟ୍ ବେତନ କାର୍ଯ୍ୟକ୍ରମକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ବିଭିନ୍ନ ଜୀବନଶୈଳୀ ସୁବିଧା ସହିତ ଦୈନନ୍ଦୀନ ବ୍ୟାଙ୍କ ସେବାର ମିଶ୍ରଣ ରହିଛି। ଏହା ଅଭିଯାନ ଆମର ଷ୍ଟାର୍ଟଅପ୍ କାର୍ଡ, କାର୍ଯ୍ୟକାରୀ ପୁଞ୍ଜି ସମାଧାନ, ପୁଞ୍ଜି ବଜାର, କନେକ୍ଟେଡ ବ୍ୟାଙ୍କିଂ ଏପିଆଇ ଓ ପ୍ରତିଷ୍ଠାତାମାନଙ୍କ ପାଇଁ ବର୍ଗୁଣ୍ଡି ପ୍ରାଇଭେଟ ସମାଧାନକୁ ସମର୍ଥନ କରି କମ୍ପାନି ଯାତ୍ରାର ପ୍ରତିଟି ମାଇଲଖୁଂଟରେ ଆକ୍ସିସ ବ୍ୟାଙ୍କର ଉପସ୍ଥିତି ନିଶ୍ଚିତ କରୁଛି।’’

Share

Leave a Reply

Your email address will not be published. Required fields are marked *

one × 5 =