ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୂଲ୍ୟ ତୁଳନାରେ ଉଚ୍ଚ ଋଣ ଓ ସମାନ ଦିନ ଆବଣ୍ଟନ ସହ ସୁନା ଋଣର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପାଇଁ ସୁନା ଋଣର ଶୁଭାରମ୍ଭ କରାଯାଇଛି। ଏହା ହେଉଛି ଏକ ସିକ୍ୟୁରଡ ଓଭରଡ୍ରାଫଟ ସୁବିଧା ଯାହାକୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଦ୍ରୁତ ପ୍ରକ୍ରିୟାକରଣ, ନମନୀୟତା ଓ ସର୍ବନିମ୍ନ କାଗଜପତ୍ର ସହ ସୁନାକୁ ନଗଦରେ ଏହା ରୁପାନ୍ତରିତ କରିପାରିବ। ଏହି ଋଣକୁ ବ୍ୟକ୍ତିଗତ ଉଦ୍ୟୋଗୀ, ସୋଲ ପ୍ରୋପାଇଟର, ବ୍ୟାଙ୍କର ଉଭୟ ନୂଆ ଓ ପୁରୁଣା ଗ୍ରାହକ ହାସଲ କରିପାରିବେ। ଏହି ଋଣ ବ୍ୟାଙ୍କର ୩୩୦୦ରୁ ଅଧିକ ଶାଖାରେ ଉପଲବ୍ଧ ହୋଇଛି।
ଯୋଗ୍ୟ ଗ୍ରାହକମାନେ ସମାନ ଦିବସରେ କାଉଂଟରରେ ଆବଂଟନ ସୁବିଧା ପାଇପାରିବେ। ପାଣ୍ଠି ସିଧାସଳଖ ବ୍ୟାଙ୍କ ଖାତାରେ ଜମା କରାଯିବ। ଯୋଗ୍ୟତା ମାନଦଣ୍ଡ ଓ ଆଭ୍ୟନ୍ତରୀଣ ନୀତି ଆଧାରରେ ୫୦ହଜାର ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। କାଗଜପତ୍ର ଆବଶ୍ୟକତା ସୀମିତ ରହିଛି ଯଥା କେୱାଇସି, ଉଦ୍ୟମ ପଞ୍ଜୀକରଣ କିମ୍ବା ଆସିଷ୍ଟ ସାର୍ଟିଫିକେଟ ଏବଂ ଆଇଟିଆର ଓ ଜିଏସଟି ପଞ୍ଜୀକରଣ। ଏହି ସୁବିଧା ସୁନା ଅଳଙ୍କାର ବଦଳରେ ଓଭରଡ୍ରାଫ୍ଟ ଭାବେ ମିଳିବ। ଋଣଗ୍ରହିତାଙ୍କୁ କେବଳ ମାସିକିଆ ସୁଧ ଦେବାକୁ ପଡ଼ିବ।
ଏହି ଋଣ ଉତ୍ପାଦରେ ସୁନା ମୂଲ୍ୟର ୮୨ ପ୍ରତିଶତ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି ଯାହା ବ୍ୟାଙ୍କ ଶିଳ୍ପରେ ଦିଆଯାଉଥିବା ହାରଠାରୁ ଅଧିକ ଓ ନିୟାମକ ଗାଇଡଲାଇନକୁ ଏହା ଠିକ ଭାବେ ପାଳନ କରୁଛି। ଆକ୍ସିସ ବ୍ୟାଙ୍କର ଦୃଢ଼ ବିପଦ ପରିଚାଳନା ଫ୍ରେମୱର୍କ, ଶୃଙ୍ଖଳିତ ଗ୍ରାହକ ବର୍ଗୀକରଣ ଓ କଠିନ ସୁନା ମୂଲ୍ୟାଙ୍କନ ଓ ବନ୍ଧକ ନିରୀକ୍ଷଣ ପ୍ରକ୍ରିୟାର ତାହାକୁ ସମର୍ଥନ ରହିଛି। ଏହା ଦ୍ରୁତ ଗତିରେ ଋଣ ପ୍ରଦାନ କରିବା ସହ ପୋର୍ଟଫୋଲିଓ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହୋଇପାରିବ।
ଏହି ଅବସରରେ ଆକ୍ସିସ ବ୍ୟାଙ୍କର ଗ୍ରୁପ ଏକଜିକ୍ୟୁଟିଭ ଓ ଭାରତ ବ୍ୟାଙ୍କିଂ ମୁଖ୍ୟ ବିପିନ ସରାଫ କହିଛନ୍ତି ଯେ, “ଭାରତୀୟ ଅର୍ଥନୀତିର ଗତି ପାଇଁ କ୍ଷୁଦ୍ର ବ୍ୟବସାୟ ଗୁରୁତ୍ୱପୂର୍ଣ୍ଣ। ଏମଏସଏମଇମାନଙ୍କ ପାଇଁ ଆମ ସୁନା ଋଣ ଦ୍ରୁତ ଗତି, ନମନୀୟତା ଓ ସରଳ ଶାଖା ଆଧାରିତ ଅନୁଭୂତି ସହ ସୁରକ୍ଷିତ ଋଣ ପ୍ରଦାନର ଦୃଢ଼ତାକୁ ମିଶାଇ ସେହି ଅଭାବକୁ ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି। ଦୃଢ଼ ବିପଦ ପରିଚାଳନା ଫ୍ରେମୱର୍କ ଓ ଶୃଙ୍ଖଳିତ ଅଣ୍ଡରରାଇଟିଂକୁ ବ୍ୟବହାର କରି ଆମେ ଦୃଢ଼ ଲିମିଟ ସହ ସୁନା ବଦଳରେ ଅଧିକ ଋଣ ଯୋଗ୍ୟତା ପ୍ରଦାନ କରି ଏମଏସଏମଇମାନଙ୍କୁ ସେମାନଙ୍କ ବ୍ୟବସାୟ ଆବଶ୍ୟକତାକୁ ବିନା ବିଭାଟରେ ପୂରଣ କରିବୁ।”
ଏହି ଶୁଭାରମ୍ଭ ଭାରତର ଋଣ ଦୃଶ୍ୟପଟ୍ଟରେ ହେଉଥିବା ପରିବର୍ତନ ସମୟରେ ଆସିଛି ଯେଉଁଠାରେ ସିକ୍ୟୁରଡ ଲେଣ୍ଡିଂ ଓ ଏମଏସଏମଇ ଫାଇନାନ୍ସିଂ ଅଭିବୃଦ୍ଧିର ପ୍ରମୁଖ ବାହକ ହୋଇଛି। ସୁନାର ବର୍ଦ୍ଧିତ ମୂଲ୍ୟ ସହିତ ବ୍ୟାଙ୍କର ସିକ୍ୟୁରଡ ପୋର୍ଟଫୋଲିଓ ଉପରେ ଗୁରୁତ୍ୱ ଏବଂ ଏମଏସଏମଇ ଚାହୁଥିବା ଦ୍ରୁତ ଓ ସ୍ୱଳ୍ପ ମିଆଦୀର ନଗଦ ସୁନା ଆଧାରିତ ବ୍ୟବସାୟ ଋଣର ପ୍ରାସଙ୍ଗିକତା ବଢ଼ାଇଛି।
ଏହି ଅଭିଯାନ ଜରିଆରେ ଆକ୍ସିସ ବାଙ୍କ ସୁରକ୍ଷିତ, ଉଚ୍ଚ ମାନର ଋଣ ସମାଧାନ ଜରିଆରେ ଏମଏସଏମଇମାନଙ୍କୁ ସମର୍ଥନ କରିବାକୁ ପ୍ରତିବଦ୍ଧ ରହିଛି ଯାହା ଉଦୀୟମାନ ବ୍ୟବସାୟ ଆବଶ୍ୟକତା ପୂରଣ କରିବା ସହ ଭାରତର ଋଣ ଅଭିବୃଦ୍ଧିର ପରିବର୍ତନ ସହ ସମନ୍ୱିତ ରହିଛି।

